Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଲ୍ଲାସ୍ତରୀୟ ସଙ୍କଟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ
ଆଜିର ଖବର

ଜିଲ୍ଲାସ୍ତରୀୟ ସଙ୍କଟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ

August 21, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜିଲ୍ଲାସ୍ତରୀୟ ସଙ୍କଟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ
ଜିଲ୍ଲାସ୍ତରୀୟ ସଙ୍କଟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ

ଖୋରଧା: ଆଜି ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସଙ୍କଟ ପରିଚାଳନା କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ଅତିରିକ୍ତ ଉପାୟୁକ୍ତ ଭୁବନେଶ୍ୱର କମିଶନରେଟ ପୋଲିସ୍ ସୁନାରାମ ହେମ୍ବ୍ରମ୍, ଉପ ନିର୍ଦ୍ଦେଶକ, କାରଖାନା ଓ ବାଷ୍ପୀୟ ଅବନିକାନ୍ତ ନାୟକ, ସହକାରୀ ନିର୍ଦ୍ଦେଶକ, କାରଖାନା ଓ ବାଷ୍ପୀୟ ଚନ୍ଦ୍ରକାନ୍ତ ଦଳାଇ, ଡେପୁଟୀ କଲେକ୍ଟର, ଜରୁରୀ, ଶ୍ରୀତପା ମିଶ୍ର ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ପ୍ରତ୍ୟେକ କାରଖାନା, ଚିକିତ୍ସାଳୟ, ବିଦ୍ୟାଳୟ ମାନଙ୍କରେ ଯେଭଳି ଅଗ୍ନି ନିର୍ବାପକ ଯନ୍ତ୍ର ନିଶ୍ଚିତ ଭାବରେ ମହଜୁଦ ଥାଏ ସେଥି ପ୍ରତି ଅଗ୍ନିଶମ ଅଧିକାରୀ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଅଧ୍ୟକ୍ଷ ଖୋରଧା ଜିଲ୍ଲାରେ ଥିବା ମୋଟ ଛୋଟ ମୋଟ ୮୫୫ ଶିଳ୍ପ କାରଖାନାର ସଙ୍କଟ ଜନିତ ପରିଚାଳନା ସମୀକ୍ଷା କରି ଉପଖଣ୍ଡ ସ୍ତରୀୟ ସଙ୍କଟ ପରିଚାଳନା କମିଟି ଆୟୋଜନ କରିବାକୁ ଉପ ନିର୍ଦ୍ଦେଶକ କାରଖାନା ଓ ବାଷ୍ପୀୟ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଖୋରଧା ଜାତୀୟ ମାର୍ଗ ଦେଇ ପରିବହନ କରୁଥିବା ଗ୍ୟାସ ଜାନଗୁଡ଼ିକରେ ସୁରକ୍ଷା ବିଧେୟ ସୂଚନା ଲେଖିବା ଉପରେ ଅଧ୍ୟକ୍ଷ ଗୁରୁତ୍ୱାରୋପ କରିଥିଲେ।

ଭାରତୀୟ ତୈଳ ନିଗମ, ରନ୍ଧନ ଗ୍ୟାସ କାରଖାନା, ଭୁବନେଶ୍ୱର, ଜଳ ନିଗମ , ଭୁବନେଶ୍ୱର ର ଜଳ ବିଶୁଧିକରଣ ପ୍ଲାଣ୍ଟ, ଭାରତୀୟ ଗ୍ୟାସ କର୍ତ୍ତୃପକ୍ଷ (ଗେଲ ଇଣ୍ଡିଆ) ଲିମିଟେଡ, ଭୁବନେଶ୍ୱର, ଓଡ଼ିଶା ପରିମଳ ବିଶୁଦ୍ଧି କରଣ ପ୍ଲାଣ୍ଟ, ସାବ୍ରୀ ଖାଦ୍ୟ ଉତ୍ପାଦନ କାରଖାନା, ଭାରତୀୟ ତୈଳ ନିଗମ ପାଇପ୍ ଲାଇନ୍ ଡିଭିଜନ, ଜଟଣୀ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅପତ୍ତ କାଳୀନ ସମୟରେ ସୁରକ୍ଷା ନିମନ୍ତେ ମକ୍ ଡ୍ରିଲ ଓ ଗୋଷ୍ଠିଗତ ସଚେତନତା ଅଭିଯାନ ଉପରେ ଅଧ୍ୟକ୍ଷ ସମୀକ୍ଷା କରିଥିଲେ।

ବୈଠକରେ ସମ୍ରୁକ୍ତ ବିଭାଗୀୟ ବରିଷ୍ଠ ଅଧିକାରୀ ଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଯୋଗ ଦେଇଥିଲେ। ଶେଷରେ ଡେପୁଟୀ କଲେକ୍ଟର, ଜରୁରୀ ଶ୍ରୀତପା ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

ଖୋରଧା ସଙ୍କଟ ପରିଚାଳନା କମିଟି ସାଫଲ୍ୟ ମଣ୍ଡିତ ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରହ୍ମପୁରରେ ତିନିଦିନିଆ ପ୍ରଦର୍ଶନୀ: ୧୨ ବର୍ଷରେ ଭାରତର ପ୍ରଗତି ହେଲା ପ୍ରଦର୍ଶିତ

August 21, 2026

କାର୍ଯ୍ୟ କ୍ଷେତ୍ରରେ ମହିଳାମାନଙ୍କ ଯୌନ ନିର୍ଯ୍ୟାତନା ଅଧିନିୟମ ୨୦୧୩ କର୍ମଶାଳା

August 21, 2026

ରେଢ଼ାଖୋଲରେ ବିଦ୍ୟୁତ ତାର ଚୋରି ରାକେଟର ପର୍ଦ୍ଦାଫାସ: ୧୨ ଗିରଫ

August 21, 2026

ପୂର୍ବତଟ ରେଳପଥ ସ୍କାଉଟ୍ସ ଏବଂ ଗାଇଡ୍ସର ରାଜ୍ୟ ପରିଷଦ ବୈଠକ ଅନୁଷ୍ଠିତ

August 21, 2026
Latest News

ଜିଲ୍ଲାସ୍ତରୀୟ ସଙ୍କଟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ

August 21, 2026

ବ୍ରହ୍ମପୁରରେ ତିନିଦିନିଆ ପ୍ରଦର୍ଶନୀ: ୧୨ ବର୍ଷରେ ଭାରତର ପ୍ରଗତି ହେଲା ପ୍ରଦର୍ଶିତ

August 21, 2026

କାର୍ଯ୍ୟ କ୍ଷେତ୍ରରେ ମହିଳାମାନଙ୍କ ଯୌନ ନିର୍ଯ୍ୟାତନା ଅଧିନିୟମ ୨୦୧୩ କର୍ମଶାଳା

August 21, 2026

ରେଢ଼ାଖୋଲରେ ବିଦ୍ୟୁତ ତାର ଚୋରି ରାକେଟର ପର୍ଦ୍ଦାଫାସ: ୧୨ ଗିରଫ

August 21, 2026

ପୂର୍ବତଟ ରେଳପଥ ସ୍କାଉଟ୍ସ ଏବଂ ଗାଇଡ୍ସର ରାଜ୍ୟ ପରିଷଦ ବୈଠକ ଅନୁଷ୍ଠିତ

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.