Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଆ ସଙ୍ଗୀତ ଆକାଶର ଅସ୍ତମିତ ସୂର୍ଯ୍ୟ: ପ୍ରଣବ ପଟ୍ଟନାୟକ
ଆଜିର ଖବର

ଓଡ଼ିଆ ସଙ୍ଗୀତ ଆକାଶର ଅସ୍ତମିତ ସୂର୍ଯ୍ୟ: ପ୍ରଣବ ପଟ୍ଟନାୟକ

August 21, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀମାହୀନ ଦରିଆ, ସାଥୀହୀନ ଦୁନିଆ…’, ‘ଆହା କି ବଢ଼ିଆ ଯୋଡ଼ି ତୋର ମୋର’ କିମ୍ବା ‘ଛଇ ଛବେଲି ରଙ୍ଗ ରଙ୍ଗେଲି’—ଏସବୁ ଗୀତ ଯେତେବେଳେ ଓଡ଼ିଆ ସଙ୍ଗୀତପ୍ରେମୀଙ୍କ କାନରେ ବାଜିବ, ସେତେବେଳେ ସ୍ୱତଃ ମନେ ପଡ଼ିବେ ପ୍ରଣବ ପଟ୍ଟନାୟକ। ଦେହରେ ସେ ଆଜି ଆମ ସହିତ ନାହାନ୍ତି, କିନ୍ତୁ ତାଙ୍କ ସ୍ୱର ଓ ସଙ୍ଗୀତ ତାଙ୍କୁ ପିଢ଼ି ପରେ ପିଢ଼ି ଅମର କରି ରଖିବ।

ଆଉ ନାହାନ୍ତି ଓଡ଼ିଆ ବର୍ଷୀୟାନ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ। ୮୯ ବର୍ଷରେ ଇହଧାମ ତ୍ୟାଗ କରିଛନ୍ତି ଏହି ସୁନାମଧନ୍ୟ କଣ୍ଠଶିଳ୍ପୀ । କିଛି ଦିନ ଧରି ସେ ଅସୁସ୍ଥ ଥିଲେ । ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି . ପାଞ୍ଚ ଦଶନ୍ଧିରୁ ଅଧିକ ବର୍ଷ ଧରି ଓଡ଼ିଆ ସଙ୍ଗୀତ ଦୁନିଆକୁ ନିଜର ମଧୁର ସ୍ୱରରେ ମୋହିତ କରିଥିବା ପ୍ରଣବ ପଟ୍ଟନାୟକଙ୍କ ପରଲୋକ ଏକ ଅପୂରଣୀୟ କ୍ଷତି । ୨୦୦ରୁ ଅଧିକ ଓଡିଆ ଚଳଚ୍ଚିତ୍ର ଗୀତରେ ସେ କଣ୍ଠଦାନ କରିଥିଲେ ।

୧୯୩୮ ଜାନୁଆରୀ ୨୦ରେ ଜନ୍ମ ନେଇଥିବା ପ୍ରଣବ ପଟ୍ଟନାୟକ ୧୯୫୮ରେ ‘ମା’ ଚଳଚ୍ଚିତ୍ରରୁ ସଙ୍ଗୀତ ଜଗତରେ ପାଦ ଥାପିଥିଲେ। ‘ବେଦନା ସାଗର ତୀରେ…’ ଥିଲା ତାଙ୍କ ପ୍ରଥମ ଗୀତ। ଏହି ଗୀତ ତାଙ୍କୁ ଖୁବ୍‌ କମ୍‌ ସମୟରେ ଲୋକପ୍ରିୟ କରିଥିଲା। ‘ଶ୍ରୀ ଲୋକନାଥ’, ‘ସୂର୍ଯ୍ୟମୁଖୀ’, ‘ସିନ୍ଦୂର ବିନ୍ଦୁ’, ‘ଶେଷ ଶ୍ରାବଣ’, ‘ଚିହ୍ନା ଅଚିହ୍ନା’ ଓ ‘ବତୀଘର’ ଭଳି ଚଳଚ୍ଚିତ୍ରର ଗୀତ ତାଙ୍କୁ ଅଧିକ ଲୋକପ୍ରିୟତା ଦେଇଥିଲା।

ପ୍ରଣବ ପଟ୍ଟନାୟକ କେବଳ ଚଳଚ୍ଚିତ୍ର ଗୀତ ଗାଉନଥିଲେ। ସେ ଶାସ୍ତ୍ରୀୟ ସଙ୍ଗୀତ, ଗଜଲ୍‌ ଓ ଭଜନ ଗାୟନରେ ମଧ୍ୟ ପାରଦର୍ଶୀ ଥିଲେ। ‘ରେ ଆତ୍ମନ୍ ନିଦ୍ରା ପରିହରି…’ ଓ ‘କେଉଁ ନାମ ଧରି ଡାକିବି ତୁମକୁ…’ ଭଳି ଭଜନ ତାଙ୍କ କଣ୍ଠରେ ବେଶ୍‌ ଲୋକପ୍ରିୟ ହୋଇଥିଲା। ତାଙ୍କ ସ୍ୱରରେ ଥିବା ଭାବ ଶ୍ରୋତାଙ୍କୁ ସହଜରେ ଆକର୍ଷିତ କରୁଥିଲା।

‘ପୁଣି ସେଇ ଶ୍ରାବଣରେ…’, ‘ଏଇ ଜୀବନଟା ଏକ ନାଟକ’ ଏବଂ ‘ମୁଁ ପ୍ରିୟତମା ସେ ତୋ…’ ଭଳି ଗୀତ ତାଙ୍କୁ ଓଡ଼ିଆ ସଙ୍ଗୀତପ୍ରେମୀଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ଦେଇଥିଲା। ବିରହ, ପ୍ରେମ ଓ ଜୀବନର ବିଭିନ୍ନ ଭାବନାକୁ ସେ ନିଜ ସ୍ୱରରେ ଜୀବନ୍ତ କରିଥିଲେ।

ସଙ୍ଗୀତ କ୍ଷେତ୍ରରେ ଅବଦାନ ପାଇଁ ପ୍ରଣବ ପଟ୍ଟନାୟକ ଓଡ଼ିଶା ସରକାରଙ୍କ ପକ୍ଷରୁ ସାତଥର ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ସମ୍ମାନ ପାଇଥିଲେ। ଏହାସହ ରାଜ୍ୟର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ‘ଜୟଦେବ ପୁରସ୍କାର’ରେ ମଧ୍ୟ ସେ ସମ୍ମାନିତ ହୋଇଥିଲେ।

ପ୍ରଣବ ପଟ୍ଟନାୟକଙ୍କ ପରଲୋକ ସହ ଓଡ଼ିଆ ସଙ୍ଗୀତ ଜଗତର ଏକ ଅମୂଲ୍ୟ ଅଧ୍ୟାୟର ଅବସାନ ହୋଇଛି। କିନ୍ତୁ କଳାକାର କେବେ ମରନ୍ତି ନାହିଁ। ତାଙ୍କ ସ୍ୱରରେ ଗାଇଥିବା ଗୀତ, ତାଙ୍କ ସୃଷ୍ଟିର ସ୍ମୃତି ଓ ତାଙ୍କ ସଙ୍ଗୀତର ମାୟା ଓଡ଼ିଆ ହୃଦୟରେ ସବୁଦିନ ବଞ୍ଚି ରହିବ।

legend obitury odiamusic ପ୍ରଣବ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୨ ରେ ସାତୋଟି ରାଶିର ଲୋକଙ୍କ ପାଇଁ ରହିଛି ବିପଦ

September 12, 2026

ୟୁଏଇରେ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟିର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

September 11, 2026

ଏସ୍‌ବିଆଇ-ଓଡ଼ିଶା ପୁଲିସ ଏମ୍‌ଓୟୁ: ଯବାନଙ୍କୁ ମିଳିବ ୫୦ ଲକ୍ଷର ଦୁର୍ଘଟଣା ବୀମା ଓ ବିଭିନ୍ନ ଅତିରିକ୍ତ ସୁବିଧା

September 11, 2026

ଭିଜିଲାନ୍ସ ଜାଲରେ ପୋଲିସ ବାବୁ: ଲାଞ୍ଚ ନେବା ବେଳେ ବନ୍ଧା ହେଲେ ଏଏସଆଇ

September 11, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୨ ରେ ସାତୋଟି ରାଶିର ଲୋକଙ୍କ ପାଇଁ ରହିଛି ବିପଦ

September 12, 2026

ୟୁଏଇରେ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟିର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

September 11, 2026

ଏସ୍‌ବିଆଇ-ଓଡ଼ିଶା ପୁଲିସ ଏମ୍‌ଓୟୁ: ଯବାନଙ୍କୁ ମିଳିବ ୫୦ ଲକ୍ଷର ଦୁର୍ଘଟଣା ବୀମା ଓ ବିଭିନ୍ନ ଅତିରିକ୍ତ ସୁବିଧା

September 11, 2026

ଭିଜିଲାନ୍ସ ଜାଲରେ ପୋଲିସ ବାବୁ: ଲାଞ୍ଚ ନେବା ବେଳେ ବନ୍ଧା ହେଲେ ଏଏସଆଇ

September 11, 2026

ଆର୍‌ଆଣ୍ଡ୍‌ବିରେ ଆର୍ଥିକ ଅନିୟମିତତା ଅଭିଯୋଗ: ସରକାରଙ୍କ କଡ଼ା ଆକ୍ସନ, ଯନ୍ତ୍ରୀ ଅପସାରିତ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.