Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତାରିକ ରହମାନଙ୍କ ଭାରତ ଗସ୍ତକୁ ନେଇ ନୂଆ ଅପଡେଟ୍‌, ବଦଳିଲା ତାରିଖ
ଆଜିର ଖବର

ତାରିକ ରହମାନଙ୍କ ଭାରତ ଗସ୍ତକୁ ନେଇ ନୂଆ ଅପଡେଟ୍‌, ବଦଳିଲା ତାରିଖ

August 22, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଶେଖ୍‌ ହସିନାଙ୍କୁ ନେଇ ଭାରତ-ବାଂଲାଦେଶ ସମ୍ପର୍କରେ ଜାରି ରହିଥିବା ଟଣାଓଟରା ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ୍‌ ରହମାନଙ୍କ ସମ୍ଭାବ୍ୟ ଭାରତ ଗସ୍ତକୁ ନେଇ କୂଟନୈତିକ ମହଲରେ ଚର୍ଚ୍ଚା ବଢ଼ିଛି। ରିପୋର୍ଟ ଅନୁଯାୟୀ, ଅଗଷ୍ଟ ୨୩ରୁ ୨୫ ମଧ୍ୟରେ ତାରିକ୍‌ ରହମାନ ନୂଆଦିଲ୍ଲୀ ଗସ୍ତ କରିପାରନ୍ତି। ଫେବୃଆରୀରେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ ବୋଲି ଚର୍ଚ୍ଚା ହେଉଛି।

ଗତ କିଛି ସମୟ ଧରି ଭାରତ ଓ ବାଂଲାଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ବଢ଼ିଛି। ବିଶେଷକରି ଶେଖ୍‌ ହସିନା ଭାରତରେ ରହିବା ଏବଂ ତାଙ୍କ ପ୍ରତ୍ୟର୍ପଣ ପାଇଁ ଢାକାର ଦାବିକୁ ନେଇ ଦୁଇ ଦେଶ ମଧ୍ୟରେ ମତଭେଦ ରହିଛି। ଏଭଳି ସ୍ଥିତିରେ ତାରିକ୍‌ ରହମାନଙ୍କ ଭାରତ ଗସ୍ତକୁ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କରେ ନୂଆ ଅଧ୍ୟାୟ ଆରମ୍ଭ କରିବାର ଏକ ପ୍ରୟାସ ଭାବେ ଦେଖାଯାଉଛି।

ତାରିକ୍‌ ରହମାନଙ୍କ ଭାରତ ଗସ୍ତ ପୂର୍ବରୁ ଶେଖ୍‌ ହସିନା ପ୍ରସଙ୍ଗ ସବୁଠାରୁ ବଡ଼ କୂଟନୈତିକ ଚ୍ୟାଲେଞ୍ଜ ହୋଇ ରହିଛି। ହସିନାଙ୍କୁ ଭାରତରୁ ପ୍ରତ୍ୟର୍ପଣ କରିବା ପାଇଁ ବାଂଲାଦେଶ ନୂଆଦିଲ୍ଲୀକୁ ଦାବି କରିଆସୁଛି। ଅନ୍ୟପଟେ, ହସିନା ଭାରତରେ ରହିବା ଏବଂ ସମୟ ସମୟରେ ତାଙ୍କ ବିବୃତ୍ତିକୁ ନେଇ ଢାକା ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ରହମାନଙ୍କ ଗସ୍ତ ସମୟରେ ଏହି ପ୍ରସଙ୍ଗ ଗୁରୁତ୍ୱ ପାଇବାର ସମ୍ଭାବନା ରହିଛି।

ରହମାନଙ୍କ ସମ୍ଭାବ୍ୟ ଭାରତ ଗସ୍ତ ନେଇ ଦୁଇ ଦେଶ ମଧ୍ୟରେ ଗତ କିଛି ସପ୍ତାହ ଧରି ଆଲୋଚନା ଚାଲିଥିବା ରିପୋର୍ଟରେ କୁହାଯାଇଛି। ତେବେ ଗସ୍ତ ପାଇଁ ଉପଯୁକ୍ତ ଏବଂ ଅନୁକୂଳ କୂଟନୈତିକ ପରିବେଶ ଆବଶ୍ୟକ ବୋଲି ଢାକା ପକ୍ଷରୁ ସଙ୍କେତ ଦିଆଯାଇଥିଲା। ଏହା ମଧ୍ୟରେ ହସିନାଙ୍କ ବିଭିନ୍ନ ବିବୃତ୍ତିକୁ ନେଇ ବାଂଲାଦେଶ ଅସନ୍ତୋଷ ପ୍ରକାଶ କରିଛି।

ରହମାନଙ୍କ ଗସ୍ତ ସଫଳ ହେଲେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ପୁଣି ମଜବୁତ କରିବାର ରାସ୍ତା ଖୋଲିପାରେ। ବାଣିଜ୍ୟ, ସୀମା ସୁରକ୍ଷା, ଯୋଗାଯୋଗ, ଜଳ ବଣ୍ଟନ ଓ ଆଞ୍ଚଳିକ ସହଯୋଗ ଭଳି ଏକାଧିକ ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇପାରେ। ତେବେ ଶେଖ୍‌ ହସିନାଙ୍କ ପ୍ରତ୍ୟର୍ପଣ ପ୍ରସଙ୍ଗ ଦୁଇ ଦେଶର ଆଲୋଚନାରେ ସବୁଠାରୁ ସମ୍ବେଦନଶୀଳ ବିଷୟ ହୋଇ ରହିବ ବୋଲି କୂଟନୈତିକ ମହଲରେ ଚର୍ଚ୍ଚା ହେଉଛି।

ଦୀର୍ଘ ଦିନର ତିକ୍ତତା ପରେ ଦୁଇ ପଡ଼ୋଶୀ ଦେଶର ସମ୍ପର୍କକୁ ସ୍ୱାଭାବିକ କରିବା ଦିଗରେ ତାରିକ୍‌ ରହମାନଙ୍କ ସମ୍ଭାବ୍ୟ ନୂଆଦିଲ୍ଲୀ ଗସ୍ତ ଏକ ବଡ଼ ପଦକ୍ଷେପ ହୋଇପାରେ। ଏବେ ସମସ୍ତଙ୍କ ନଜର ରହିଛି—ଅଗଷ୍ଟ ୨୩ରୁ ୨୫ ମଧ୍ୟରେ ହେବାକୁ ଥିବା ଏହି ଗସ୍ତରେ ଭାରତ ଓ ବାଂଲାଦେଶ ସମ୍ପର୍କକୁ ନେଇ କେଉଁ ନୂଆ ବାର୍ତ୍ତା ସାମ୍ନାକୁ ଆସୁଛି।

bangladesh shiakhhasina tarikharehman
Share. Facebook Twitter LinkedIn Email WhatsApp Copy Link

Related Posts

ମହାନଦୀରୁ ୨ ନାବାଳିକା ଉଦ୍ଧାର

August 22, 2026

୧ ନମ୍ବର ହାଟରେ ଅଗ୍ନିକାଣ୍ଡ

August 22, 2026

ଅନୁଗୋଳ କଣିହାଁ NTPC ପାୱାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଗୁରୁତର

August 22, 2026

୨୫ଟି ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ଭିତରେ ଏମଓୟୁ ସ୍ୱାକ୍ଷର

August 22, 2026
Latest News

ତାରିକ ରହମାନଙ୍କ ଭାରତ ଗସ୍ତକୁ ନେଇ ନୂଆ ଅପଡେଟ୍‌, ବଦଳିଲା ତାରିଖ

August 22, 2026

ମହାନଦୀରୁ ୨ ନାବାଳିକା ଉଦ୍ଧାର

August 22, 2026

୧ ନମ୍ବର ହାଟରେ ଅଗ୍ନିକାଣ୍ଡ

August 22, 2026

ଅନୁଗୋଳ କଣିହାଁ NTPC ପାୱାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଗୁରୁତର

August 22, 2026

୨୫ଟି ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ଭିତରେ ଏମଓୟୁ ସ୍ୱାକ୍ଷର

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.