Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୬: କେରଳର କାଜିଆ ଲିଜ୍ ମେଜୋଙ୍କ ମୁଣ୍ଡରେ ବିଜୟ ମୁକୁଟ
ଆଜିର ଖବର

ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୬: କେରଳର କାଜିଆ ଲିଜ୍ ମେଜୋଙ୍କ ମୁଣ୍ଡରେ ବିଜୟ ମୁକୁଟ

August 24, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଜୟପୁର: ଦେଶର ସୌନ୍ଦର୍ଯ୍ୟ ଓ ପ୍ରତିଭାର ମଞ୍ଚରେ ନୂଆ ନାମ। ରାଜସ୍ଥାନର ଜୟପୁରସ୍ଥିତ ଜୀ ଷ୍ଟୁଡିଓରେ ଅନୁଷ୍ଠିତ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୬ର ତୃତୀୟ ସଂସ୍କରଣରେ କେରଳର ୧୯ ବର୍ଷୀୟା କାଜିଆ ଲିଜ୍ ମେଜୋ ବିଜୟୀ ହୋଇଛନ୍ତି। ୫୨ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଏହି ସମ୍ମାନଜନକ ଜାତୀୟ ଟାଇଟଲ୍ ହାସଲ କରିଛନ୍ତି। ଏବେ ନଭେମ୍ବରରେ ପୁଏର୍ଟୋ ରିକୋରେ ହେବାକୁ ଥିବା ମିସ୍ ୟୁନିଭର୍ସ ୨୦୨୬ ମଞ୍ଚରେ ସେ ଭାରତକୁ ପ୍ରତିନିଧିତ୍ୱ କରିବେ।

ଅଗଷ୍ଟ ୨୩ ତାରିଖରେ ଜୟପୁରରେ ଆୟୋଜିତ ଏହି ଗ୍ରାଣ୍ଡ ଫିନାଲେରେ ଦେଶର ବିଭିନ୍ନ ରାଜ୍ୟରୁ ୫୨ ଜଣ ଯୁବତୀ ଅଂଶଗ୍ରହଣ କରିଥିଲେ। ଦୀର୍ଘ ପ୍ରତିଯୋଗିତା ପରେ ଶ୍ରେଷ୍ଠ ୫ ଜଣ ଫାଇନାଲିଷ୍ଟ ଭାବେ ତାମିଲନାଡୁର ବୈଷ୍ଣବୀ ଗଣେଶ, ମହାରାଷ୍ଟ୍ରର ତେଜସ୍ୱିନୀ ଶ୍ରୀବାସ୍ତବ, କେରଳର କାଜିଆ ଲିଜ୍ ମେଜୋ, ଗୁଜରାଟର ଅନୁଶ୍ରୀ ସାତୱାଲେକର ଏବଂ ଉତ୍ତରାଖଣ୍ଡର ଅନୁଭା ବଶିଷ୍ଠ ସ୍ଥାନ ପାଇଥିଲେ।

ଶେଷ ପର୍ଯ୍ୟାୟରେ କାଜିଆ ଓ ତାମିଲନାଡୁର ବୈଷ୍ଣବୀ ଗଣେଶଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ତେବେ ଶେଷ ରାଉଣ୍ଡରେ ନିଜର ଆତ୍ମବିଶ୍ୱାସ ଓ ଚମତ୍କାର ଉତ୍ତର ମାଧ୍ୟମରେ କାଜିଆ ବିଚାରକମାନଙ୍କ ମନ ଜିଣିଥିଲେ। ୪୦ ସେକେଣ୍ଡର ଶେଷ ମନ୍ତବ୍ୟ ଚ୍ୟାଲେଞ୍ଜରେ ତାଙ୍କ ପ୍ରଦର୍ଶନ ତାଙ୍କୁ ବିଜୟ ମୁକୁଟ ପିନ୍ଧାଇଥିଲା।

କାଜିଆ ଲିଜ୍ ମେଜୋ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୬ ହୋଇଥିବାବେଳେ ତାମିଲନାଡୁର ବୈଷ୍ଣବୀ ଗଣେଶ ପ୍ରଥମ ରନର୍ସଅପ୍ ହୋଇଛନ୍ତି। ଗୁଜରାଟର ଅନୁଶ୍ରୀ ସାତୱାଲେକର ଦ୍ୱିତୀୟ ରନର୍ସଅପ୍, ମହାରାଷ୍ଟ୍ରର ତେଜସ୍ୱିନୀ ଶ୍ରୀବାସ୍ତବ ତୃତୀୟ ରନର୍ସଅପ୍ ଏବଂ ଉତ୍ତରାଖଣ୍ଡର ଅନୁଭା ବଶିଷ୍ଠ ଚତୁର୍ଥ ରନର୍ସଅପ୍ ହୋଇଛନ୍ତି। ବିଜୟୀ କାଜିଆଙ୍କୁ ମନିକା ବିଶ୍ୱକର୍ମା ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୬ର ମୁକୁଟ ପିନ୍ଧାଇଥିଲେ।

କାଜିଆ ଲିଜ୍ ମେଜୋ କେବଳ ଜଣେ ମଡେଲ ନୁହନ୍ତି। ୧୯ ବର୍ଷୀୟା କାଜିଆ ଜଣେ ଆଇନ ଛାତ୍ରୀ ହେବା ସହ ପ୍ରଶିକ୍ଷିତ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ। ମଡେଲିଂ କ୍ଷେତ୍ରରେ ମଧ୍ୟ ସେ ନିଜର ପରିଚୟ ତିଆରି କରିଛନ୍ତି।

ଏହା ପୂର୍ବରୁ ସେ ମିସ୍ ଟିନ୍ ଇଣ୍ଟରନ୍ୟାସନାଲ୍ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରି ପ୍ରଥମ ରନର୍ସଅପ୍ ହୋଇଥିଲେ। ଏହାଛଡ଼ା ମିସ୍ ୟୁନିଭର୍ସ ଇଣ୍ଡିଆର ଜାତୀୟ ମଞ୍ଚରେ ପହଞ୍ଚିବା ପୂର୍ବରୁ ସେ ମିସ୍ ୟୁନିଭର୍ସ କେରଳ ୨୦୨୬ ଟାଇଟଲ୍ ମଧ୍ୟ ହାସଲ କରିଥିଲେ।

ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୬ର ଗ୍ରାଣ୍ଡ ଫିନାଲେ କେବଳ ପ୍ରତିଯୋଗୀଙ୍କ ପାଇଁ ନୁହେଁ, ବିଚାରକ ମଣ୍ଡଳୀକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥିଲା। ଅଭିନେତ୍ରୀ ଓ ପୂର୍ବତନ ମିସ୍ ୟୁନିଭର୍ସ ସୁସ୍ମିତା ସେନ୍, ଅଭିନେତ୍ରୀ ଉର୍ବଶୀ ରାଉତେଲା ଏବଂ ସେଲିନା ଜେଟଲୀଙ୍କ ସମେତ ପ୍ରମୁଖ ବ୍ୟକ୍ତିତ୍ୱମାନେ ବିଚାରକ ଭାବେ ଯୋଗ ଦେଇଥିଲେ। ଚଳଚ୍ଚିତ୍ର ନିର୍ମାତା ପ୍ରଜ୍ଞା କପୁର ମଧ୍ୟ ବିଚାରକ ମଣ୍ଡଳୀର ଅଂଶ ଥିଲେ।

ଜାତୀୟ ସ୍ତରରେ ବିଜୟ ପରେ କାଜିଆଙ୍କ ଆଗରେ ରହିଛି ଆଉ ଏକ ବଡ଼ ଚ୍ୟାଲେଞ୍ଜ। ନଭେମ୍ବର ୨୦୨୬ରେ ପୁଏର୍ଟୋ ରିକୋରେ ଆୟୋଜିତ ହେବାକୁ ଥିବା ମିସ୍ ୟୁନିଭର୍ସ ୨୦୨୬ରେ ସେ ଭାରତର ପ୍ରତିନିଧିତ୍ୱ କରିବେ। ଦେଶର ମୁକୁଟ ପରେ ଏବେ ଅନ୍ତର୍ଜାତୀୟ ମଞ୍ଚରେ ଭାରତର ଗୌରବ ବଢ଼ାଇବା ଲକ୍ଷ୍ୟରେ ରହିବେ କାଜିଆ।

kerala-kaziah-liz-mejo mussuniverseindia
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.