Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏମ୍ସ ଭୁବନେଶ୍ବର ବର୍ଣ୍ଣସ୍ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଏକ ଦଶନ୍ଧିର ସଫଳ ଯାତ୍ରା
ଆଜିର ଖବର

ଏମ୍ସ ଭୁବନେଶ୍ବର ବର୍ଣ୍ଣସ୍ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଏକ ଦଶନ୍ଧିର ସଫଳ ଯାତ୍ରା

August 24, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏମ୍ସ ଭୁବନେଶ୍ବର ବର୍ଣ୍ଣସ୍ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଏକ ଦଶନ୍ଧିର ସଫଳ ଯାତ୍ରା
ଏମ୍ସ ଭୁବନେଶ୍ବର ବର୍ଣ୍ଣସ୍ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଏକ ଦଶନ୍ଧିର ସଫଳ ଯାତ୍ରା

ଭୁବନେଶ୍ୱର: ଏମ୍ସ ଭୁବନେଶ୍ବର ବର୍ଣ୍ଣସ୍ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ଏହାର ଗୌରବମୟ ଏକ ଦଶନ୍ଧି ଯାତ୍ରା ପୂରଣ କରିଛି। ଶଲ୍ୟଚିକିତ୍ସା, ନବସୃଜନ, ତାଲିମ ଏବଂ ଶୈକ୍ଷିକ ଉତ୍କର୍ଷତାର ଦଶନ୍ଧି ଧରି ଚାଲିଥିବା ଯାତ୍ରାରେ ଏହି ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ଏନେଇ ବିଭାଗ ପକ୍ଷରୁ ଚଳିତ ମାସ ୨୧ ଏବଂ ୨୨ ରେ ଅର୍ଥପୂର୍ଣ୍ଣ ଜାତୀୟ ସିଏମ୍ଇ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଯାତ୍ରାକୁ ପାଳନ କରିଛି। ଦେଶର ବିଭିନ୍ନ ପ୍ରତିଷ୍ଠିତ ସ୍ବାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରୁ ଖ୍ୟାତାନାମା ଶଲ୍ୟ ଚିକିତ୍ସକମାନେ ଏହି ଦୁଇଦିନିଆ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ “ବ୍ରାକିଆଲ୍ ପ୍ଲେକ୍ସସ୍ ଆଘାତରେ ମାଧ୍ୟମିକ ପ୍ରକ୍ରିୟା” ଉପରେ ଲାଇଭ୍ ସର୍ଜରୀ ମଧ୍ୟ ସ୍ଥାନ ପାଇଥିଲା। କ୍ରମାଗତ ଭାବେ ୧୦ ଟି ଲାଇଭ୍ ସର୍ଜିକାଲ୍ ପ୍ରଦର୍ଶନ ଦେଶରେ ରେକର୍ଡ କରିଛି। ଯାହାକି ସର୍ବଭାରତୀୟ କ୍ଷେତ୍ରରେ ଦୃଷ୍ଟି ଆକର୍ଷଣ କରିପାରିଛି।

ଏମ୍ସ ଭୁବନେଶ୍ୱରରେ ଥିବା ୩୬ ଶଯ୍ୟା ବିଶିଷ୍ଟ ଆଧୁନିକ ବର୍ଣ୍ଣ ୟୁନିଟ୍, ସମ୍ପୂର୍ଣ୍ଣ ପୋଡ଼ା କ୍ଷତ ପରିଚାଳନା, ପୁନଃନିର୍ମାଣ ଅସ୍ତ୍ରୋପଚାର ଏବଂ ପୁନର୍ବାସ ସେବା ପ୍ରଦାନ ନିମନ୍ତେ ଉତ୍ସର୍ଗୀକୃତ। ଏହା ପୂର୍ବ ଭାରତର ଅତ୍ୟାଧୁନିକ ବର୍ଣ୍ଣ କେୟାର ୟୁନିଟ୍ ମଧ୍ୟରୁ ଗୋଟିଏ।

ଗତ ଏକ ଦଶନ୍ଧି ମଧ୍ୟରେ, ଏହି କେନ୍ଦ୍ର ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟଗୁଡ଼ିକରୁ ଆସିଥିବା ଗୁରୁତର ଏବଂ ହାଇ-ପ୍ରୋଫାଇଲ୍ ମାମଲା ସମେତ ଦେଢ଼ ହଜାରରୁ ଅଧିକ ପୋଡ଼ି ଯାଇଥିବା ରୋଗୀଙ୍କୁ ସଫଳତାର ସହିତ ଚିକିତ୍ସା କରିଛି। ସେହିପରି ଏମ୍ସ ଭୁବନେଶ୍ବରରେ ଥିବା ଏହି କେନ୍ଦ୍ର ଅନ୍ୟ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନରୁ ରେଫର୍ ହୋଇଥିବା ପୋଡ଼ା ପୀଡିତଙ୍କ ପାଇଁ ଚର୍ମ ଆଲୋଗ୍ରାଫ୍ଟ ସହାୟତା ମଧ୍ୟ ପ୍ରଦାନ କରିଛି।

ଏହି ବିଭାଗ ଗତ ଦଶ ବର୍ଷ ମଧ୍ୟରେ ୭ ହଜାରରୁ ଅଧିକ ପୁନଃନିର୍ମାଣ ଏବଂ ସୌନ୍ଦର୍ଯ୍ୟକରଣ ଅସ୍ତ୍ରୋପଚାର ସଫଳତାର ସହିତ ସମ୍ପନ୍ନ କରିଛି। ଯେଉଁଥିରେ ୫ଶହରୁ ଅଧିକ ମାଇକ୍ରୋସର୍ଜରୀ, ୩ଶହରୁ ଅଧିକ ବ୍ରାଚିଆଲ୍ ପ୍ଲେକ୍ସସ୍ ଆଘାତ ପୁନଃନିର୍ମାଣ, ତିନି ଶହ ଜନ୍ମଗତ ଅସଙ୍ଗତି ସଂଶୋଧନ, ଦୁଇ ଶହ ସ୍ମାଇଲ୍ ଟ୍ରେନ୍ କ୍ଲେଫ୍ଟ ଲିପ୍ ଏବଂ ପାଲେଟ୍ ଅସ୍ତ୍ରୋପଚାର, ଅଢ଼େଇ ଶହରୁ ଅଧିକ ଆର୍ବିଏସକେ ମାମଲା ଏବଂ ପ୍ରାୟ ୩ ହଜାର ଜରୁରୀକାଳୀନ ଚିକିତ୍ସା ମାମଲା ଅନ୍ତର୍ଭୁକ୍ତ।

ବୃଦ୍ଧି ପାଉଥିବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସବସ୍ପେଶାଲିଟି କ୍ଲିନିକ୍ ପ୍ରତିଷ୍ଠା କରିବା, ସିମୁଲେସନ୍-ଆଧାରିତ ଶଲ୍ୟଚିକିତ୍ସା ତାଲିମକୁ ସୁଦୃଢ଼ କରିବା, ହାଇପରବାରିକ୍ ଅକ୍ସିଜେନ୍ ଥେରାପିକୁ ବିସ୍ତାର କରିବା, ହାତ ପ୍ରତିରୋପଣ ଆରମ୍ଭ କରିବା ଏବଂ ଏକ ଚର୍ମ ବ୍ୟାଙ୍କ ଏବଂ ଟିସୁ ପ୍ରତିରୋପଣ ୟୁନିଟ୍ ପ୍ରତିଷ୍ଠା କରିବାର ଯୋଜନା ରଖିଛି। ଏହି ବର୍ଣ୍ଣ ସେଣ୍ଟର୍କୁ ଏକ ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ କରିବା ହେଉଛି ଏକ ପ୍ରମୁଖ ଉଦ୍ଦେଶ୍ୟ।
ଏକ ଦଶନ୍ଧିର ସଫଳ ଯାତ୍ରା ପୂରଣ କରିଥିବାରୁ ବିଭାଗ ଏବଂ ସମସ୍ତ ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇ, ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ସିଇଓ ଡ. ଆଶୁତୋଷ ବିଶ୍ୱାସ ବର୍ଣ୍ଣ ସେଣ୍ଟରର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ପ୍ରଶଂସା କରିଥିଲେ ଏବଂ ଆଗାମୀ ବର୍ଷଗୁଡ଼ିକରେ ବିଭାଗ ଆହୁରି ଅନେକ ମାଇଲଖୁଣ୍ଟ ହାସଲ କରିବ ବୋଲି ବିଶ୍ୱାସ ପ୍ରକାଶ କରିଥିଲେ।

ଏହି ଦୁଇଦିନିଆ କର୍ମଶାଳାରେ ସାରା ଭାରତରୁ ୧୦୦ ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ପୁରୀ ଲୋକସଭା ସାଂସଦ ଡ. ସମ୍ବିତ ପାତ୍ର ଏବଂ ଏମ୍ସ ଭୁବନେଶ୍ୱରର ପୂର୍ବତନ ନିର୍ଦ୍ଦେଶକ ପଦ୍ମଶ୍ରୀ ପ୍ରଫେସର ଅଶୋକ କୁମାର ମହାପାତ୍ର ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ।

ଏମ୍ସ ଭୁବନେଶ୍ୱର ବର୍ଣ୍ଣ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗୀୟ ମୁଖ୍ୟ ଡ. ସଞ୍ଜୟ କୁମାର ଗିରିଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ, ଡ. ଦିଲ୍ଲୀପ କୁମାର ପରିଡ଼ା, ଡ. ମନସ୍ୱିନୀ ମଙ୍ଗରାଜ, ଡ. ପ୍ରଭାସ ରଞ୍ଜନ ତ୍ରିପାଠି, ମେଡିକାଲ ଅଧୀକ୍ଷକ, ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଭିଜିତ ସରକାର, ଡିଡିଏ ଏମ୍ସ ଭୁବନେଶ୍ବରଙ୍କ ସମତେ ଡ. ପ୍ରବୀଣ ଭରଦ୍ୱାଜ, ଡ. ଆର. ଶ୍ରୀକାନ୍ତ, ଏବଂ ଡ. ବିନାୟକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଏମ୍ସ ଭୁବନେଶ୍ବର ବର୍ଣ୍ଣସ୍ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ସଫଳ ଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଓରାଙ୍ଗଉଟାନ ଶିଶୁଙ୍କ ଚିକିତ୍ସା ଓ ସୁରକ୍ଷା ପାଇଁ ଗଠିତ ହେଲା ବୈଷୟିକ କମିଟି

September 13, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.