Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିସ୍ଥାପିତଙ୍କ ପୁନର୍ବାସ ଅନୁଦାନ ବଢ଼ିଲା: ୨୦୨୬-୨୮ ପାଇଁ ନୂଆ ହାର ଘୋଷଣା
ଆଜିର ଖବର

ବିସ୍ଥାପିତଙ୍କ ପୁନର୍ବାସ ଅନୁଦାନ ବଢ଼ିଲା: ୨୦୨୬-୨୮ ପାଇଁ ନୂଆ ହାର ଘୋଷଣା

August 25, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ରାଜ୍ୟର ବିସ୍ଥାପିତ ଓ ପ୍ରଭାବିତ ପରିବାରଙ୍କ ପୁନର୍ବାସ ଏବଂ ଥଇଥାନ ପାଇଁ ମିଳୁଥିବା ବିଭିନ୍ନ ଅନୁଦାନ ରାଶିରେ ବୃଦ୍ଧି କରିଛନ୍ତି ଓଡ଼ିଶା ସରକାର। ପୁନର୍ବାସ ଓ ଥଇଥାନ ନୀତି, ୨୦୦୬ର ଧାରା ୧୩ ଅନୁଯାୟୀ ସରକାର ପୁନର୍ବାସ ଅନୁଦାନର ବିଭିନ୍ନ ଆର୍ଥିକ ହାରରେ ୧୦ମ ଦ୍ୱିବାର୍ଷିକ ସଂଶୋଧନ କରିଛନ୍ତି। ନୂଆ ହାର ୨୦୨୬ ଏପ୍ରିଲ ୧ରୁ ଲାଗୁ ହୋଇଛି ଏବଂ ୨୦୨୮ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ।

ସଂଶୋଧିତ ହାର ଅନୁଯାୟୀ, ପୁନର୍ବାସ କଲୋନି ବାହାରେ ସ୍ୱ-ପୁନର୍ବସତି ପାଇଁ ମିଳୁଥିବା ସହାୟତା ୧,୧୩,୧୨୮ ଟଙ୍କାରୁ ବଢ଼ି ୧,୧୬,୫୫୦ ଟଙ୍କା କରାଯାଇଛି। ସେହିପରି ଘର ନିର୍ମାଣ ସହାୟତା ୩,୩୯,୩୮୩ ଟଙ୍କାରୁ ବଢ଼ି ୩,୪୯,୬୫୦ ଟଙ୍କା ହୋଇଛି।

ଶିଳ୍ପ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ପରିବାରଙ୍କୁ ନିଯୁକ୍ତି ବଦଳରେ ଦିଆଯାଉଥିବା ଏକକାଳୀନ ଆର୍ଥିକ ସହାୟତାରେ ମଧ୍ୟ ସଂଶୋଧନ କରାଯାଇଛି। ନୂଆ ହାର ଅନୁସାରେ ବର୍ଗ-୧ ପାଇଁ ୧୧,୬୫,୫୦୦ ଟଙ୍କା, ବର୍ଗ-୨ ପାଇଁ ୬,୯୯,୩୦୦ ଟଙ୍କା, ବର୍ଗ-୩ ପାଇଁ ୪,୬୬,୨୦୦ ଟଙ୍କା ଏବଂ ବର୍ଗ-୪ ଓ ୫ ପାଇଁ ୨,୩୩,୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।

ଖଣି ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ପରିବାରଙ୍କୁ ନିଯୁକ୍ତି ବଦଳରେ ମିଳୁଥିବା ଏକକାଳୀନ ଆର୍ଥିକ ସହାୟତା ମଧ୍ୟ ସଂଶୋଧିତ ହୋଇଛି। ବର୍ଗ-୧ ପାଇଁ ୧୧,୬୫,୫୦୦ ଟଙ୍କା, ବର୍ଗ-୨ ପାଇଁ ୬,୯୯,୩୦୦ ଟଙ୍କା, ବର୍ଗ-୩ ପାଇଁ ୪,୬୬,୨୦୦ ଟଙ୍କା ଏବଂ ବର୍ଗ-୪, ୫ ଓ ୬ ପାଇଁ ୨,୩୩,୧୦୦ ଟଙ୍କା ଧାର୍ଯ୍ୟ ହୋଇଛି।

ବିସ୍ଥାପିତଙ୍କ କୃଷିଜମି ପାଇଁ ମିଳୁଥିବା ସହାୟତା ରାଶିରେ ମଧ୍ୟ ବୃଦ୍ଧି କରାଯାଇଛି। ଜଳସେଚିତ ଜମି ପାଇଁ ଏକର ପିଛା ଅନୁଦାନ ୨,୨୬,୨୫୫ ଟଙ୍କାରୁ ବଢ଼ି ୨,୩୩,୧୦୦ ଟଙ୍କା ହୋଇଛି। ଅଣଜଳସେଚିତ ଜମି ପାଇଁ ଏକର ପିଛା ଅନୁଦାନ ୧,୧୩,୧୨୮ ଟଙ୍କାରୁ ବଢ଼ି ୧,୧୬,୫୫୦ ଟଙ୍କା କରାଯାଇଛି।

ବିସ୍ଥାପିତ ପରିବାରଙ୍କୁ ଦିଆଯାଉଥିବା ରକ୍ଷଣାବେକ୍ଷଣ ଭତ୍ତା ମଧ୍ୟ ବଢ଼ିଛି। ମାସିକ ୪,୫୨୫ ଟଙ୍କାରୁ ୪,୬୬୨ ଟଙ୍କା କରାଯାଇଛି। ଅସ୍ଥାୟୀ ସେଡ୍‌ ପାଇଁ ସହାୟତା ୨୨,୬୨୬ ଟଙ୍କାରୁ ୨୩,୩୧୦ ଟଙ୍କା ଏବଂ ପରିବହନ ଭତ୍ତା ୪,୫୨୫ ଟଙ୍କାରୁ ୪,୬୬୨ ଟଙ୍କାକୁ ବୃଦ୍ଧି କରାଯାଇଛି।

ସରକାରଙ୍କ ଏହି ସଂଶୋଧିତ ଅନୁଦାନ ହାର ୨୦୨୬ ଏପ୍ରିଲ ୧ରୁ ୨୦୨୮ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସଂଶୋଧନ ପାଇଁ ଅର୍ଥ ବିଭାଗର ସହମତି ମିଳିଛି।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସଂଶୋଧିତ ଅନୁଦାନ ହାର ସମ୍ପର୍କରେ ସମସ୍ତ ସମ୍ପୃକ୍ତ ବିଭାଗ, ରାଜସ୍ୱ ଡିଭିଜନାଲ କମିସନର, ଜିଲ୍ଲାପାଳ, ରାଜସ୍ୱ କର୍ତ୍ତୃପକ୍ଷ ଓ ଅନ୍ୟ ସମ୍ପୃକ୍ତ ସଂସ୍ଥାକୁ ଅବଗତ କରାଯାଇଛି। ଏହାଦ୍ୱାରା ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ଓ ପ୍ରଭାବିତ ପରିବାରଙ୍କ ପୁନର୍ବାସ ପ୍ରକ୍ରିୟାରେ ଆର୍ଥିକ ସହାୟତା ଅଧିକ ସୁବ୍ୟବସ୍ଥିତ ହେବା ସହ ସେମାନଙ୍କୁ ଅଧିକ ସହାୟତା ମିଳିବ।

ପୁନର୍ବାସ ଅନୁଦାନ ବିସ୍ଥାପିତ
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ ଲାଇଫ୍‌ସାଇସେନ୍ସ ଓ ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

September 16, 2026

୧୦୦ ମେଟ୍ରିକ୍ ଟନ୍ ପଣ୍ୟ ଅନ୍‌ଲୋଡିଂରେ ଦେଶର ପ୍ରଥମ ରେଳପଥ ଜୋନ୍ ହେଲା ପୂର୍ବତଟ ରେଳପଥ

September 16, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଭୁବନେଶ୍ୱର ରେଳ ଷ୍ଟେସନ ପୁନର୍ବିକାଶ କାର୍ଯ୍ୟର ସମୀକ୍ଷା

September 16, 2026

ଆଇଟିଇଆରରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଭଲିବଲ କୋର୍ଟ ଉଦ୍‌ଘାଟିତ

September 16, 2026
Latest News

ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ: ଆକିବ୍ ଏବଂ ନମନ ଧୀରଙ୍କୁ ସୁଯୋଗ

September 16, 2026

ସମ୍ ଲାଇଫ୍‌ସାଇସେନ୍ସ ଓ ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

September 16, 2026

୧୦୦ ମେଟ୍ରିକ୍ ଟନ୍ ପଣ୍ୟ ଅନ୍‌ଲୋଡିଂରେ ଦେଶର ପ୍ରଥମ ରେଳପଥ ଜୋନ୍ ହେଲା ପୂର୍ବତଟ ରେଳପଥ

September 16, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଭୁବନେଶ୍ୱର ରେଳ ଷ୍ଟେସନ ପୁନର୍ବିକାଶ କାର୍ଯ୍ୟର ସମୀକ୍ଷା

September 16, 2026

ଆଇଟିଇଆରରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଭଲିବଲ କୋର୍ଟ ଉଦ୍‌ଘାଟିତ

September 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.