Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଲେଜରେ ଏଣିକି ବାୟୋମେଟ୍ରିକ୍ ଉପସ୍ଥାନ: ୧୦ ଉଚ୍ଚଶିକ୍ଷାନୁଷ୍ଠାନରେ ଆରମ୍ଭ ହେଲା ପାଇଲଟ୍ ପ୍ରକଳ୍ପ
ଆଜିର ଖବର

କଲେଜରେ ଏଣିକି ବାୟୋମେଟ୍ରିକ୍ ଉପସ୍ଥାନ: ୧୦ ଉଚ୍ଚଶିକ୍ଷାନୁଷ୍ଠାନରେ ଆରମ୍ଭ ହେଲା ପାଇଲଟ୍ ପ୍ରକଳ୍ପ

August 26, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବ୍ୟବସ୍ଥାରେ ଆସିବ ବଡ଼ ପରିବର୍ତ୍ତନ। ଏଣିକି ଡିଜିଟାଲ୍‌ ମାଧ୍ୟମରେ ରେକର୍ଡ ଓ ଯାଞ୍ଚ ହେବ ଉପସ୍ଥାନ। ଏଥିପାଇଁ HIMS ମାଧ୍ୟମରେ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା ଲାଗୁ କରାଯିବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦ଟି ଉଚ୍ଚଶିକ୍ଷାନୁଷ୍ଠାନରେ ଅଗଷ୍ଟ ୨୫ରୁ ପାଇଲଟ୍‌ ଭିତ୍ତିରେ ଏହି ବ୍ୟବସ୍ଥା ଆରମ୍ଭ ହେବ।

‘ଜ୍ଞାନୋଦୟ–ଶିକ୍ଷାରୁ ସମୃଦ୍ଧି’ ଯୋଜନାର ହିତାଧିକାରୀ ଛାତ୍ରଛାତ୍ରୀଙ୍କ ପାଇଁ ସର୍ବନିମ୍ନ ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ ରହିଛି। ଏହି ଉପସ୍ଥାନକୁ ସଠିକ୍‌ ଭାବେ ରେକର୍ଡ ଓ ଯାଞ୍ଚ କରିବା ସହ ଉପସ୍ଥାନରେ ସ୍ୱଚ୍ଛତା ଆଣିବା ଲକ୍ଷ୍ୟରେ ନୂଆ ବ୍ୟବସ୍ଥା କରାଯାଉଛି।

ପାଇଲଟ୍‌ ପ୍ରକଳ୍ପରେ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣ ସହ ବାୟୋମେଟ୍ରିକ୍‌ ତଥ୍ୟ ରେକର୍ଡ କରାଯିବ। ଏହାପରେ ଉପସ୍ଥାନ ତଥ୍ୟ HIMS ସହ ସମନ୍ୱୟ କରାଯିବ। HIMS ମୋବାଇଲ୍‌ ଆପ୍‌ ମାଧ୍ୟମରେ ଉପସ୍ଥାନ ରେକର୍ଡ ପାଇଁ ସମ୍ପୃକ୍ତ କଲେଜର ଜିଓ-ଟ୍ୟାଗିଂ ହୋଇଥିବା ଆବଶ୍ୟକ।

ଏଥିରେ ଲୋକେସନ୍‌କୁ ମଧ୍ୟ ଗୁରୁତ୍ୱ ଦିଆଯିବ। କର୍ମଚାରୀଙ୍କ ମୋବାଇଲ୍‌ର GPS ଲୋକେସନ୍‌ କଲେଜ ପାଇଁ ନିର୍ଦ୍ଧାରିତ ସୀମା ମଧ୍ୟରେ ଥିଲେ ହିଁ ଉପସ୍ଥାନ ରେକର୍ଡ ହୋଇପାରିବ। ଏଥିସହ ଉପସ୍ଥାନ ସମୟରେ ଲାଇଭ୍‌ ଫଟୋ ନେବା ମଧ୍ୟ ବାଧ୍ୟତାମୂଳକ ରହିବ।

ପ୍ରଥମେ ୧୦ଟି ଉଚ୍ଚଶିକ୍ଷାନୁଷ୍ଠାନରେ ଏହି ବ୍ୟବସ୍ଥାର ପରୀକ୍ଷଣ କରାଯିବ। ପାଇଲଟ୍‌ ପ୍ରକଳ୍ପରେ ମିଳୁଥିବା ଅନୁଭୂତି, ଅସୁବିଧା ଓ ମତାମତକୁ ଆଧାର କରି ବ୍ୟବସ୍ଥାର ମୂଲ୍ୟାଙ୍କନ ଓ ଆବଶ୍ୟକ ସୁଧାର କରାଯିବ।

ପାଇଲଟ୍‌ ପର୍ଯ୍ୟାୟ ସଫଳ ହେବା ପରେ ରାଜ୍ୟର ଅନ୍ୟ ଯୋଗ୍ୟ ଉଚ୍ଚଶିକ୍ଷାନୁଷ୍ଠାନରେ ଏହାକୁ ପର୍ଯ୍ୟାୟକ୍ରମେ ଲାଗୁ କରିବାର ପ୍ରସ୍ତାବ ରହିଛି। ଏହା ଦ୍ୱାରା ଉପସ୍ଥାନ ବ୍ୟବସ୍ଥା ଅଧିକ ସ୍ୱଚ୍ଛ ଓ ଡିଜିଟାଲ୍‌ ହେବା ସହ ଯୋଜନାର ହିତାଧିକାରୀଙ୍କ ଉପସ୍ଥାନ ଉପରେ ମଧ୍ୟ ନଜର ରଖିବା ସହଜ ହେବ।

ପାଇଲଟ୍ ପ୍ରକଳ୍ପ ବାୟୋମେଟ୍ରିକ୍ ଉପସ୍ଥାନ
Share. Facebook Twitter LinkedIn Email WhatsApp Copy Link

Related Posts

ରାହୁଲ ଏବଂ ପ୍ରିୟଙ୍କାଙ୍କ ବିରୋଧରେ ଏଫଆଇଆର: ଜାଣନ୍ତୁ ମାମଲା

October 7, 2026

ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର

October 7, 2026

ଭୁବନେଶ୍ଵର କୁମାରଙ୍କ ପ୍ରତ୍ୟାବର୍ତ୍ତନକୁ ବାଧା ଦେଉଥିଲେ ଅଗରକର!: ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ

October 7, 2026

ଉତ୍ତରାଖଣ୍ଡ, ଦିଲ୍ଲୀ-ଏନସିଆର ପରେ ଅରୁଣାଚଳରେ ଭୂମିକମ୍ପ ଝଟ୍‌କା

October 7, 2026
Latest News

୨୫ ବର୍ଷ ପୂରଣ କଲେ ପ୍ରଧାନମନ୍ତ୍ରୀ: ବିକଶିତ ଭାରତ ସଂକଳ୍ପ ସହ ଦେଶବାସୀ, ଗଣତନ୍ତ୍ର ଓ ସମ୍ବିଧାନ ପ୍ରତି ଜଣାଇଲେ ଗଭୀର କୃତଜ୍ଞତା

October 7, 2026

ରାହୁଲ ଏବଂ ପ୍ରିୟଙ୍କାଙ୍କ ବିରୋଧରେ ଏଫଆଇଆର: ଜାଣନ୍ତୁ ମାମଲା

October 7, 2026

ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର

October 7, 2026

ବଡ଼ ଝଟକା ଦେଲା RBI: ୪ ବର୍ଷ ପରେ ବଢିଲା ରେପୋ ହାର, କେତେ ବୃଦ୍ଧି ପାଇବ EMI?

October 7, 2026

ଭୁବନେଶ୍ଵର କୁମାରଙ୍କ ପ୍ରତ୍ୟାବର୍ତ୍ତନକୁ ବାଧା ଦେଉଥିଲେ ଅଗରକର!: ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ

October 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.