ନୂଆଦିଲ୍ଲୀ: ଚାରି ଦିନର ବୃଦ୍ଧି ପରେ ସୁନା ମୂଲ୍ୟ ଆଜି ବିରାମ ନେଇଛି। ଆଜି ଦିଲ୍ଲୀରେ ସୁନା ମୂଲ୍ୟ ୬୦୦ ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମ ୧,୬୬,୫୦୦ ଟଙ୍କାରେ ପହଞ୍ଚିଛି। ତଥାପି, ଅଲ୍ ଇଣ୍ଡିଆ ସରାଫା ଆସୋସିଏସନ୍ ଅନୁଯାୟୀ, ରୂପା ମୂଲ୍ୟରେ ସାମାନ୍ୟ ଉନ୍ନତି ଦେଖାଯାଇଛି। ପ୍ରତି କିଲୋଗ୍ରାମ ୫୦୦ ଟଙ୍କା ବୃଦ୍ଧି ପାଇ ୨,୫୦,୫୦୦ ଟଙ୍କାରେ ପହଞ୍ଚିଛି।
ଆଜି ଭୁବନେଶ୍ଵରରେ ସୁନା ମୂଲ୍ୟ
ଆଜି ଭୁବନେଶ୍ଵରରେ ୨୪-କ୍ୟାରେଟ୍ ସୁନାର ମୂଲ୍ୟ ୧ ଲକ୍ଷ ୬୨ ହଜାର ୯୮୦ ଟଙ୍କା ପ୍ରତି ୧୦ ଗ୍ରାମ ଅଟେ। ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପାଇଁ ୧,୪୯,୪୦୦ ଟଙ୍କା।
ଆଜିର ରୂପା ମୂଲ୍ୟ
ସେହିଭଳି ଭୁବନେଶ୍ଵରରେ ରୂପାର ହାରାହାରି ମୂଲ୍ୟ ପ୍ରତି କିଲୋଗ୍ରାମ ୨,୬୫,୦୦୦ ଟଙ୍କା ରହିଛି।


