Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଞ୍ଜାମରେ ବିସ୍ଥାପିତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି : ୧,୩୭୧ ପରିବାର ପାଇଁ  ୭୫.୬୦ କୋଟିର ପ୍ୟାକେଜ ଘୋଷଣା
ଆଜିର ଖବର

ଗଞ୍ଜାମରେ ବିସ୍ଥାପିତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି : ୧,୩୭୧ ପରିବାର ପାଇଁ  ୭୫.୬୦ କୋଟିର ପ୍ୟାକେଜ ଘୋଷଣା

August 27, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଗଞ୍ଜାମ: ଦୀର୍ଘ ୪୦ ବର୍ଷ ଧରି ବିସ୍ଥାପିତ ସମସ୍ୟାରେ ଥିବା ଗଞ୍ଜାମର ପରିବାରଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନୂଆ ଗୋଳାବନ୍ଧଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ଯୋଗଦେଇ ବିସ୍ଥାପିତଙ୍କ ପାଇଁ ଆର୍ଥିକ ସହାୟତା, ପକ୍କା ଘର ଓ ଜମି ପଟ୍ଟା ବଣ୍ଟନ କରିଛନ୍ତି।

୧,୩୭୧ଟି ବିସ୍ଥାପିତ ପରିବାରକୁ ପରିବାର ପିଛା ୫ ଲକ୍ଷ ଟଙ୍କା ହିସାବରେ ମୋଟ ୭୫.୬୦ କୋଟି ଟଙ୍କାର ସହାୟତା ଦିଆଯିବ। ଏଥିସହ ୧,୦୦୮ଟି ନୂତନ ବାସଗୃହ ପ୍ରଦାନ କରାଯାଇଛି। ଛେଳିଗଡ଼ ଜଳସେଚନ ପ୍ରକଳ୍ପର ୧୧୨ଟି ବିସ୍ଥାପିତ ପରିବାରକୁ ଘରବାରି ଓ ଚାଷଜମିର ପଟ୍ଟା ମଧ୍ୟ ବଣ୍ଟନ କରାଯାଇଛି।

ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ପୂର୍ବ ସରକାରକୁ ଟାର୍ଗେଟ କରିଥିଲେ। ଗତ ୨୪ ବର୍ଷ ଧରି ଗଞ୍ଜାମକୁ ନିଜର ଅଭେଦ୍ୟ ଦୁର୍ଗ ଭାବି ପୂର୍ବ ସରକାର ଲୋକଙ୍କ ମୌଳିକ ସମସ୍ୟା ଓ ଭବିଷ୍ୟତକୁ ସରକାରୀ ଫାଇଲ ତଳେ ଚାପି ରଖିଥିଲା ବୋଲି ସେ ଅଭିଯୋଗ କରିଥିଲେ। ବର୍ତ୍ତମାନର ବିଜେପି ସରକାର ଲୋକଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ପ୍ରତ୍ୟେକ ସମସ୍ୟାର ସ୍ଥାୟୀ ସମାଧାନ କରୁଥିବା ସେ କହିଥିଲେ।

ଗଞ୍ଜାମରେ ସାମୁଦ୍ରିକ ଅର୍ଥନୀତିର ବିକାଶ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଅର୍ଜିପଲ୍ଲୀ ବନ୍ଦରର ନବୀକରଣ କରାଯିବା ସହ ଉପକୂଳବର୍ତ୍ତୀ ଅଞ୍ଚଳରେ ୨୮ଟି ନୂତନ ‘ଫିସ୍‌ ଲ୍ୟାଣ୍ଡିଂ ସେଣ୍ଟର’ ନିର୍ମାଣ କରାଯିବ ବୋଲି ସେ ଘୋଷଣା କରିଥିଲେ।

ତେବେ ଏପର୍ଯ୍ୟନ୍ତ ସରକାରୀ ସୁବିଧାରୁ ବଞ୍ଚିତ ରହିଥିବା ଅନ୍ୟ ବିସ୍ଥାପିତ ପରିବାରଙ୍କୁ ମଧ୍ୟ ଶୀଘ୍ର ପଟ୍ଟା ପ୍ରଦାନ କରିବାକୁ ସ୍ଥାନୀୟ ହିତାଧିକାରୀମାନେ ଦାବି କରିଛନ୍ତି।

କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀ ଓ ଆସିକା ସାଂସଦ ଅନୀତା ଶୁଭଦର୍ଶନୀଙ୍କ ସମେତ ଗଞ୍ଜାମ ଓ ଗଜପତିର ବହୁ ବିଧାୟକ, ପ୍ରଶାସନିକ ଅଧିକାରୀ ଏବଂ ବହୁ ସଂଖ୍ୟକ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ।

ବିସ୍ଥାପିତ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ

August 27, 2026

ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀଙ୍କୁ ହତ୍ୟା ପରେ ସ୍ୱାମୀଙ୍କ ଆତ୍ମହତ୍ୟା

August 27, 2026

କୋର୍ଟରେ ହାଜର ପାଇଁ କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

August 27, 2026

ଦ୍ୱାଦଶ ଦିବସରେ ଶିକ୍ଷକ ସମାଜର ଅହୋରାତ୍ର ଧାରଣା

August 27, 2026
Latest News

ଗଞ୍ଜାମରେ ବିସ୍ଥାପିତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି : ୧,୩୭୧ ପରିବାର ପାଇଁ  ୭୫.୬୦ କୋଟିର ପ୍ୟାକେଜ ଘୋଷଣା

August 27, 2026

ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ

August 27, 2026

ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀଙ୍କୁ ହତ୍ୟା ପରେ ସ୍ୱାମୀଙ୍କ ଆତ୍ମହତ୍ୟା

August 27, 2026

କୋର୍ଟରେ ହାଜର ପାଇଁ କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

August 27, 2026

ଦ୍ୱାଦଶ ଦିବସରେ ଶିକ୍ଷକ ସମାଜର ଅହୋରାତ୍ର ଧାରଣା

August 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.