ଦିଲ୍ଲୀରେ ଗୁଡ଼ି ମାଞ୍ଜା ଦ୍ବାରା ଜଣେ ଶିଶୁ କନ୍ୟାର ମୃତ୍ୟୁ ହୋଇଛି । ଖଜୁରୀ ଖାସ୍ ଅଞ୍ଚଳଠାରେ ଏହି ଘଟଣା ଘଟିଛି । ଏଠାରେ ଗୁଡ଼ିର ମାଞ୍ଜା ସୂତା ଦ୍ବାରା ଜଣେ ନାବାଳିକାର ଜୀବନ ଚାଲିଯାଇଛି । ନାବାଳିକା ଜଣକ ହେଉଛନ୍ତି ୫ ବର୍ଷୀୟ ଇଶିକା । ନିଜ ପିତାଙ୍କ ସହ ଗାଡ଼ିରେ ବସି ମନ୍ଦିର ଯାଉଥିବା ସମୟରେ ଗୁଡ଼ିର ମାଞ୍ଜା ସୂତା ଶିଶୁ କନ୍ୟାର ବେକରେ ଗୁଡେଇ ହୋଇ ଯାଇଥିଲା । ଏହି ଘଟଣା ପରେ ଶିଶୁ କନ୍ୟାକୁ ହସ୍ପିଟାଲ୍ ନିଆଯାଇଥିଲା । ସେଠାରେ ଶିଶୁ କନ୍ୟାର ମୃତ୍ୟୁ ହୋଇଯାଇଥିଲା । ପୁଲିସ୍ ଏହି ଶିଶୁ କନ୍ୟାର ଶବକୁ ପୋଷ୍ଟମର୍ଟମ କରିବାକୁ ପଠାଇଥିବାବେଳେ ଏହି ଘଟଣାର ଯାଞ୍ଚ କରୁଛି । ନିକଟରେ ଦିଲ୍ଲୀରେ ଗୁଡ଼ି ମାଞ୍ଜା ସୂତା କାରଣରୁ ଜଣେ ୨୮ ବର୍ଷୀୟ ଯୁବ ଇଞ୍ଜିନିୟର୍ ମାନବ ଶର୍ମାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ଏହି ଘଟଣା ଦିଲ୍ଲୀର ପଶ୍ଚିମ ବିହାର ଅଞ୍ଚଳର ରିଙ୍ଗ ରୋଡ୍ ଫ୍ଲାଇଓଭର୍ ନିକଟରେ ଘଟିଥିଲା ।