ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର ପରେ ତିକ୍ତ ସମ୍ପର୍କ ମଧ୍ୟରେ ଆମେରିକାରୁ ଭାରତ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ୍ କ୍ଷେପଣାସ୍ତ୍ର କିଣିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ସେନା ଆମେରିକାରୁ ୧୪୮ ଟି ଆଣ୍ଟି-ଟ୍ୟାଙ୍କ୍ ଗାଇଡେଡ୍ ମିସାଇଲ୍ କିଣିବା ପାଇଁ ଏକ ପ୍ରସ୍ତାବ ସ୍ୱାକ୍ଷର କରିଛି। ଏହି ଚୁକ୍ତିର ମୋଟ ମୂଲ୍ୟ ପ୍ରାୟ ୪୪୦୦ କୋଟି ଟଙ୍କା। ଭାରତରେ ଆମେରିକାର ରାଷ୍ଟ୍ରଦୂତ ସର୍ଜିଓ ଗୋର୍ ଏହି ଚୁକ୍ତି ଘୋଷଣା କରି ଏହାକୁ “ବଡ଼ ଖବର” ବୋଲି ବର୍ଣ୍ଣନା କରିଛନ୍ତି।
ଆଜି ସେ X ରେ ଲେଖିଛନ୍ତି ଯେ, “ବଡ଼ ଖବର! ଭାରତ ଯୁଦ୍ଧ-ପରୀକ୍ଷିତ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ୍ ସିଷ୍ଟମ୍ କିଣିବାକୁ ଯୋଜନା କରୁଛି। ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ମେ ୨୦୨୬ ଶାଙ୍ଗ୍ରି-ଲା ଡାଏଲଗରେ କହିଥିଲେ ଯେ, ଏହା ଆମେରିକା-ଭାରତ ପ୍ରତିରକ୍ଷା ସମ୍ପର୍କରେ ଏକ ପ୍ରମୁଖ ପଦକ୍ଷେପ। ଏହା ଆମେରିକା ଏବଂ ଭାରତୀୟ ସାମରିକ ବାହିନୀ ମଧ୍ୟରେ ଦୀର୍ଘକାଳୀନ ସମ୍ପର୍କକୁ ପ୍ରତିଫଳିତ କରେ ଏବଂ ଉଭୟ ଦେଶର ପ୍ରତିରକ୍ଷା ଶିଳ୍ପ ମଧ୍ୟରେ ଭବିଷ୍ୟତରେ ସହଯୋଗ ପାଇଁ ପଥ ପ୍ରଶସ୍ତ କରେ।” ଆମ ଦୁଇ ଦେଶ ମଧ୍ୟରେ ସମ୍ପର୍କ ରେକର୍ଡ ଶୀର୍ଷରେ ଅଛି।”


