Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୮ ହଜାରରୁ ଊର୍ଦ୍ଧ୍ୱ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ତାଲିମ ଦେଲା ସିଟିଟିସି ଭୁବନେଶ୍ୱର
ଆଜିର ଖବର

୮ ହଜାରରୁ ଊର୍ଦ୍ଧ୍ୱ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ତାଲିମ ଦେଲା ସିଟିଟିସି ଭୁବନେଶ୍ୱର

August 28, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ସିଟିଟିସି ଭୁବନେଶ୍ୱର
୮ ହଜାରରୁ ଊର୍ଦ୍ଧ୍ୱ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ତାଲିମ ଦେଲା ସିଟିଟିସି ଭୁବନେଶ୍ୱର

ଭୁବନେଶ୍ଵର: ସେଣ୍ଟ୍ରାଲ ଟୁଲ୍ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର (ସିଟିଟିସି), ଭୁବନେଶ୍ବର ପକ୍ଷରୁ ଗତ ମେ’ ଏବଂ ଜୁନ୍ ମାସରେ ଏକ ଚାରି-ସପ୍ତାହ ବିଶିଷ୍ଟ ଗ୍ରୀଷ୍ମକାଳୀନ ଇଣ୍ଟର୍ଣ୍ଣସିପ୍‌ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ଦେଶର ୨୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮,୦୮୩ ଜଣ ଛାତ୍ରଛାତ୍ରୀଙ୍କୁ ଉଦ୍ୟୋଗ ଉପଯୋଗୀ ଓ ବ୍ୟବହାରିକ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଏହି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୁଦାନ ଓ ୟେମେନରୁ ଆସିଥିବା ୨୬ ଜଣ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀ ବି ଯୋଗ ଦେଇଥିଲେ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାରାଦେଶ ଓ ବିଦେଶରୁ ଆସିଥିବା ପ୍ରଥମ ବର୍ଷରୁ ଶେଷ ବର୍ଷ ଇଂଜିନିୟରିଂ ଛାତ୍ରଛାତ୍ରୀମାନଙ୍କୁ ସୁଯୋଗ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ଯୁବପିଢ଼ିଙ୍କ ନିଯୁକ୍ତି ଯୋଗ୍ୟତା ଓ ବୈଷୟିକ ଦକ୍ଷତାକୁ ଅଧିକ ଶାଣିତ କରିବା ନିମନ୍ତେ ସୁସଂଗଠିତ ଏବଂ ଶିଳ୍ପଭିତ୍ତିକ ପ୍ରଶିକ୍ଷଣ ପ୍ରଦାନ କ୍ଷେତ୍ରରେ ସିଟିଟିସି ଭୁବନେଶ୍ୱରର  ମହତ୍ତ୍ବପୂର୍ଣ୍ଣ  ଭୂମିକାକୁ ଦର୍ଶାଉଛି।

ବିବିଧ ସୁଯୋଗ

ମେକାନିକାଲ, ଇଲେକ୍ଟ୍ରିକାଲ, ଇଲେକ୍ଟ୍ରୋନିକ୍ସ, ସିଭିଲ୍ ଏବଂ କମ୍ପ୍ୟୁଟର ସାଇନ୍ସ ଭଳି ବିଭିନ୍ନ ବିଷୟ ସମେତ ଏହି କାର୍ଯ୍ୟକ୍ରମରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଓ ମେସିନ୍ ଲର୍ନିଂ (ଏଆଇ-ଏମଏଲ୍), କ୍ଲାଉଡ୍ କମ୍ପ୍ୟୁଟିଂ, ଇଣ୍ଟରନେଟ୍ ଅଫ୍ ଥ୍ରିଙ୍ଗସ (ଆଇଓଟି), ଏବଂ ଆଡିଟିଭ୍ ମ୍ୟାନୁଫ୍ୟାକ୍ଚରିଂ ଭଳି ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଉପରେ ମଧ୍ୟ ଧ୍ୟାନ ଦିଆଯାଇଥିଲା। ପ୍ରତ୍ୟେକ ଚାରି ସପ୍ତାହର ପାଠ୍ୟକ୍ରମ ବ୍ୟବହାରିକ ଓ ଗହନ ପ୍ରଶିକ୍ଷଣ ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଥିଲା, ଯାହା ଶ୍ରେଣୀଗୃହର ଶିକ୍ଷା ଏବଂ ଶିଳ୍ପକ୍ଷେତ୍ରର କାର୍ଯ୍ୟ ମଧ୍ୟରେ ଥିବା ବ୍ୟବଧାନକୁ ପୂରଣ କରିପାରିବ।

ପ୍ରଶିକ୍ଷଣପ୍ରାପ୍ତ କରିଥିବା ୮,୦୮୩ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ, ମେକାନିକାଲ୍ ଶାଖାରେ ସର୍ବାଧିକ ୩,୧୯୩ ଜଣ ପ୍ରାର୍ଥୀ ଥିବା ବେଳେ ଇଲେକ୍ଟ୍ରୋନିକ୍ସରେ ୨,୨୦୯, ଆଇଟି ଏବଂ ସଫ୍ଟୱେରରେ ୧,୯୪୮, ସିଭିଲରେ ୩୮୮, ଏବଂ ଅନ୍ୟାନ୍ୟ ଉଦୀୟମାନ କ୍ଷେତ୍ରଗୁଡ଼ିକରେ ୩୪୫ ଜଣ ଥିଲେ । ଏହା ମୌଳିକ ଇଞ୍ଜିନିୟରିଂ ବିଷୟର ସ୍ଥାୟୀ ସାମର୍ଥ୍ୟ ଏବଂ ନୂତନ ଯୁଗର ପ୍ରଯୁକ୍ତିବିଦ୍ୟାର ବୃଦ୍ଧି ପାଉଥିବା ଆକର୍ଷଣକୁ ପ୍ରତିଫଳିତ କରେ। ଏହି କାର୍ଯ୍ୟକ୍ରମରେ ୩୯ଟି ଇଞ୍ଜିନିୟରିଂ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଏହା ମଧ୍ୟରୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସରେ ୧,୭୪୮ ଜଣ, ପିଏଲସି ପ୍ରୋଗ୍ରାମିଂରେ ୧,୦୦୦ ଜଣ, ଅଟୋକ୍ୟାଡ୍‌ରେ ୯୯୧ ଜଣ, ପାଇଥନ୍ ପ୍ରୋଗ୍ରାମିଂରେ ୪୧୩ ଜଣ ଏବଂ ଡାଟା ଆନାଲିଟିକ୍ସରେ ୩୯୨ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ଏହି ଇଣ୍ଟର୍ଣ୍ଣସିପରେ ଭାରତୀୟ ପ୍ରଯୁକ୍ତିବିଦ୍ୟା ଅନୁଷ୍ଠାନ, ଜାତୀୟ ପ୍ରଯୁକ୍ତିବିଦ୍ୟା ଅନୁଷ୍ଠାନ, ବିଭିନ୍ନ ଡିମ୍ଡ୍‌-ଟୁ-ବି ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ କଲେଜ ଏବଂ ପଲିଟେକ୍ନିକ୍ ଅନୁଷ୍ଠାନ ପରି ପ୍ରମୁଖ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ମଧ୍ୟ ଆକୃଷ୍ଟ ହୋଇ ଅଂଶଗ୍ରହଣ କରିଥିଲେ।

ସିଟିଟିସି, ଭୁବନେଶ୍ୱର ସମ୍ପର୍କରେ

ସେଣ୍ଟ୍ରାଲ୍ ଟୁଲ୍ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର (ସିଟିଟିସି), ଭୁବନେଶ୍ୱର ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) କ୍ଷେତ୍ରର ଟୁଲିଂ ଓ ପ୍ରଶିକ୍ଷଣ ଆବଶ୍ୟକତା ପୂରଣ ପାଇଁ ସ୍ଥାପିତ ହୋଇଛି। ଏଠାରେ ଟୁଲ୍ ଡିଜାଇନ୍ ଓ ନିର୍ମାଣ ସହିତ ଏହି କ୍ଷେତ୍ର ସହ ସଂପୃକ୍ତ ବୈଷୟିକ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଏ। ଏହି କେନ୍ଦ୍ର ଅଟୋ ପାର୍ଟସ୍, ହାଇ ପ୍ରିସିଜନ୍ ପାର୍ଟସ୍ ଓ ଜେନେରାଲ୍ ଇଞ୍ଜିନିୟରିଂ କ୍ଷେତ୍ରରେ ବିଭିନ୍ନ ସେବା ଯୋଗାଇଥାଏ। ଏଠାରେ ଉଚ୍ଚମାନର ପ୍ରେସ୍ ଟୁଲ୍, ମୋଲ୍ଡ ଓ ଡାଇ, ଗେଜ୍, ଜିଗ୍ ଏବଂ ଫିକ୍ସଚର୍ ଆଦିର ଡିଜାଇନ୍, ବିକାଶ ଓ ନିର୍ମାଣ କରାଯାଏ। ଏହା ସହିତ ଟୁଲ୍ ଆଣ୍ଡ ଡାଇ ଟେକ୍ନୋଲୋଜି, ପ୍ରଡକ୍ଟ ଡିଜାଇନ୍, ମେକାଟ୍ରୋନିକ୍ସ, ଆଡଭାନ୍ସଡ୍ ମେସିନ୍ ମେଣ୍ଟେନାନ୍ସ, ସିଡିଏ/ ସିଏଡି/ସିଏଇ, ସିଏନସି ମେସିନିଂ ଓ ପ୍ରୋଗ୍ରାମିଂ ଆଦି ବିଷୟରେ ପ୍ରଶିକ୍ଷଣ ଓ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଏ। ୧୪ ଜୁଲାଇ ୨୦୨୩ରେ ଉତ୍‌କ୍ଷେପଣ ହୋଇଥିବା ଚନ୍ଦ୍ରଯାନ-୩ ମିଶନ୍ ପାଇଁ ସିଟିଟିସି, ଭୁବନେଶ୍ୱର ୪୩୭ ପ୍ରକାରର ୫୪,୦୦୦ଟି ପ୍ରିସିଜନ୍ ଯନ୍ତ୍ରାଂଶ ନିର୍ମାଣ କରି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)କୁ ଯୋଗାଇଥିଲା।

ସେହିପରି, ୨ ସେପ୍ଟେମ୍ବର ୨୦୨୩ରେ ଉତ୍‌କ୍ଷେପଣ ହୋଇଥିବା ଆଦିତ୍ୟ-ଏଲ୧ ମିଶନ୍ ପାଇଁ ମଧ୍ୟ ସିଟିଟିସି, ଭୁବନେଶ୍ୱର ଇସ୍ରୋକୁ ରେଗୁଲେଟର୍, ଫ୍ଲୋ କଣ୍ଟ୍ରୋଲ୍ ଭାଲ୍ଭ, ଜାଇରୋସ୍କୋପ୍, ତାପମାତ୍ରା ସେନ୍ସର୍ ଓ ନାଭିଗେସନ୍ ସମ୍ପର୍କିତ ବିଭିନ୍ନ ପ୍ରକାରର ଉଚ୍ଚ-ନିର୍ଦ୍ଦିଷ୍ଟ ଉପାଦାନ ନିର୍ମାଣ କରି ଯୋଗାଇଛି। ଏରୋସ୍ପେସ୍ ଓ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ସିଟିଟିସିର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଏହା ବିଭିନ୍ନ ମୂଳ ଉପକରଣ ନିର୍ମାତାମାନଙ୍କ ପାଇଁ ହାଇ ପ୍ରିସିସନ୍ ଯନ୍ତ୍ରାଂଶ ନିର୍ମାଣ କରିଛି। ଏଥିରେ ଲାଇଟ୍ କମ୍ବାଟ୍ ଏୟାରକ୍ରାଫ୍ଟ (ଏଲସିଏ) କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ଉପାଦାନ ମଧ୍ୟ ରହିଛି। ଏହା ଦେଶର ନିଜସ୍ୱ ଉତ୍ପାଦନ କ୍ଷମତା ବୃଦ୍ଧିରେ ସହାୟକ ହୋଇଛି।

ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ତାଲିମ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଗ୍ରୀଷ୍ମକାଳୀନ ଇଣ୍ଟର୍ଣ୍ଣସିପ୍ ଲଘୁ ସିଟିଟିସି ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ଉଚ୍ଚସ୍ତରୀୟ ଟାସ୍କଫୋର୍ସ ପକ୍ଷରୁ ସରକାରୀ ପରୀକ୍ଷା ସଂସ୍କାର ପାଇଁ ପରାମର୍ଶ ଆହ୍ୱାନ

August 28, 2026

ଖୋରଧା: ଜିଲ୍ଲାସ୍ତରୀୟ ସୁଭଦ୍ରାର ପଞ୍ଚମ କିସ୍ତି ପ୍ରଦାନ ସମାରୋହ -୨୦୨୬

August 28, 2026

ବାଣପୁର: ଗୋଦାବରୀଶ ମହାବିଦ୍ୟାଳୟଠାରେ ସଂସ୍କୃତ ଶିକ୍ଷଣ କେନ୍ଦ୍ର ଉଦଘାଟିତ୍

August 28, 2026

ବାଲ୍ମିକି ଦୁର୍ନୀତି: କର୍ଣ୍ଣାଟକ କ୍ୟାବିନେଟରୁ ଇସ୍ତଫା ଦେଲେ ବି. ନାଗେନ୍ଦ୍ର

August 28, 2026
Latest News

୮ ହଜାରରୁ ଊର୍ଦ୍ଧ୍ୱ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ତାଲିମ ଦେଲା ସିଟିଟିସି ଭୁବନେଶ୍ୱର

August 28, 2026

ଉଚ୍ଚସ୍ତରୀୟ ଟାସ୍କଫୋର୍ସ ପକ୍ଷରୁ ସରକାରୀ ପରୀକ୍ଷା ସଂସ୍କାର ପାଇଁ ପରାମର୍ଶ ଆହ୍ୱାନ

August 28, 2026

ଖୋରଧା: ଜିଲ୍ଲାସ୍ତରୀୟ ସୁଭଦ୍ରାର ପଞ୍ଚମ କିସ୍ତି ପ୍ରଦାନ ସମାରୋହ -୨୦୨୬

August 28, 2026

ବାଣପୁର: ଗୋଦାବରୀଶ ମହାବିଦ୍ୟାଳୟଠାରେ ସଂସ୍କୃତ ଶିକ୍ଷଣ କେନ୍ଦ୍ର ଉଦଘାଟିତ୍

August 28, 2026

ବାଲ୍ମିକି ଦୁର୍ନୀତି: କର୍ଣ୍ଣାଟକ କ୍ୟାବିନେଟରୁ ଇସ୍ତଫା ଦେଲେ ବି. ନାଗେନ୍ଦ୍ର

August 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.