Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାମେଶ୍ୱର-ପାରାଦୀପ ଉପକୂଳ ରାଜପଥ ନିର୍ମାଣ ଲାଗି ନିଲାମ କ୍ରେତା ମଧ୍ୟରେ ପ୍ରବଳ ଆଗ୍ରହ
ଆଜିର ଖବର

ରାମେଶ୍ୱର-ପାରାଦୀପ ଉପକୂଳ ରାଜପଥ ନିର୍ମାଣ ଲାଗି ନିଲାମ କ୍ରେତା ମଧ୍ୟରେ ପ୍ରବଳ ଆଗ୍ରହ

September 1, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଉପକୂଳ ରାଜପଥ
ରାମେଶ୍ୱର-ପାରାଦୀପ ଉପକୂଳ ରାଜପଥ ନିର୍ମାଣ ଲାଗି ନିଲାମ କ୍ରେତା ମଧ୍ୟରେ ପ୍ରବଳ ଆଗ୍ରହ

ନୂଆଦିଲ୍ଲୀ: ଓଡ଼ିଶାର ରାମେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ ୧୬୦ କିଲୋମିଟର ଲମ୍ବ ଉପକୂଳ ଜାତୀୟ ରାଜପଥ ନିର୍ମାଣ ପାଇଁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) କୁ ନିଲାମ କ୍ରେତା ବା ବିଡର୍‌ଙ୍କ ଠାରୁ ଉତ୍ସାହଜନକ ପ୍ରତିକ୍ରିୟା ମିଳିଛି। ଏନଏଚଏଆଇ ଦୁଇଟି ପ୍ୟାକେଜରେ ଏହି ପ୍ରକଳ୍ପ ପାଇଁ ନିଲାମ ଆହ୍ୱାନ କରିଥିଲା ​​ଏବଂ ଉଭୟ ପ୍ୟାକେଜ ନିମନ୍ତେ ନିଲାମୀ ପ୍ରକ୍ରିୟାରେ ବହୁସଂଖ୍ୟକ ବିଡର୍‌ ଅଂଶଗ୍ରହଣ କରିଛନ୍ତି।

ପ୍ରକଳ୍ପର ପ୍ରଥମ ଭାଗ (ପ୍ୟାକେଜ୍ ୧) ଅଧୀନରେ, ରାମେଶ୍ୱରମ୍ ରୁ କୋଣାର୍କ ପର୍ଯ୍ୟନ୍ତ ୭୯.୪ କିଲୋମିଟର ଲମ୍ବା, ଚାରି ଲେନ୍ ବିଶିଷ୍ଟ, ଆକ୍ସେସ୍‌-କଣ୍ଟ୍ରୋଲ୍ଡ ରାସ୍ତା ପାଇଁ ୧୦ଟି ପ୍ରସ୍ତାବ ବା ବିଡ୍‌ ମିଳିଛି। ଅନ୍ୟପଟେ ଦ୍ୱିତୀୟ ଭାଗ (ପ୍ୟାକେଜ୍ ୨) ଅଧୀନରେ ୮୦.୭ କିଲୋମିଟର ଲମ୍ବା, ଦୁଇ ଲେନ୍ ବିଶିଷ୍ଟ ପେଭ୍ଡ୍‌ ଶୋଲ୍ଡର୍‌ ରାସ୍ତା ପାଇଁ ସାତଟି ପ୍ରସ୍ତାବ ହସ୍ତଗତ ହୋଇଛି। ଏହା ନିଲାମୀରେ ଭାଗ ନେଇଥିବା ଠିକା ସଂସ୍ଥାଗୁଡ଼ିକ ମଧ୍ୟରେ ପ୍ରବଳ ପ୍ରତିଯୋଗିତା ଓ ଆଗ୍ରହକୁ ପ୍ରତିଫଳିତ କରୁଛି। ପ୍ରକଳ୍ପଟି ହାଇବ୍ରିଡ୍ ଆନୁଇଟି ମୋଡ୍ (ଏଚଏଏମ)ରେ ଆବଣ୍ଟନ କରାଯିବ।

ରାମେଶ୍ୱରମରୁ ପାରାଦୀପ ପର୍ଯ୍ୟନ୍ତ ନୂତନ ଉପକୂଳ ରାଜପଥ ପ୍ରକଳ୍ପକୁ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଜୁନ୍ ୨୦୨୬ରେ ମଞ୍ଜୁର କରିଥିଲା। ଏହାର ମୋଟ ପୁଞ୍ଜି ବ୍ୟୟ ୮,୩୦୦.୭୯ କୋଟି ଟଙ୍କା ଥିଲା। ନିର୍ମାଣ ସମୟରେ, ଏହି ପ୍ରକଳ୍ପ ୫୩.୬ ଲକ୍ଷ ପ୍ରତ୍ୟକ୍ଷ ମାନବ ଦିବସ ଏବଂ ୬୭ ଲକ୍ଷ ପରୋକ୍ଷ ମାନବ ଦିବସ ନିଯୁକ୍ତି ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

ଘଣ୍ଟା  ପ୍ରତି ୧୦୦ କିଲୋମିଟର ବେଗ ସହିତ ଡିଜାଇନ ହୋଇଥିବା ଏହି ପ୍ରକଳ୍ପ ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀ ବେଳାଭୂମି ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ଭଳି ପ୍ରମୁଖ ପର୍ଯ୍ୟଟନସ୍ଥଳଗୁଡ଼ିକୁ ସିଧାସଳଖ ଏବଂ ଦ୍ରୁତ ସଂଯୋଗ ପ୍ରଦାନ କରିବ। ଏହା ରାମେଶ୍ୱରମ୍ ଏବଂ ପାରାଦୀପ ମଧ୍ୟରେ ଯାତ୍ରା ସମୟକୁ ପ୍ରାୟ ୨ ଘଣ୍ଟା ୩୦ ମିନିଟ୍ ପର୍ଯ୍ୟନ୍ତ ହ୍ରାସ କରିବାରେ ସାହାଯ୍ୟ କରିବ।

ଏହି ଉପକୂଳ ରାଜପଥର ରାମେଶ୍ୱରମ୍-ପାରାଦୀପ ସେକ୍ସନ୍ ଏନଏଚ-୧୬ ଏବଂ ଏନଏଚ-୩୧୬ର ଏକ ବିକଳ୍ପ ମାର୍ଗ ପ୍ରଦାନ କରିବ। ଏହା ପୁରୀ, କୋଣାର୍କ, ପାରାଦୀପ ବନ୍ଦର, ପ୍ରସ୍ତାବିତ ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଯୋଗାଯୋଗରେ ଉନ୍ନତି ଆଣିବ। ଏହାଛଡ଼ା ଅସ୍ତରଙ୍ଗ ଏବଂ ସୁବର୍ଣ୍ଣରେଖା ଭଳି ବିକାଶଶୀଳ ବନ୍ଦରକୁ ସୁଗମ ପରିବହନ ସୁବିଧା ପ୍ରଦାନ କରିବ ଏବଂ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଓ ଜଗତ୍ସିଂହପୁର ଜିଲ୍ଲାକୁ ଉନ୍ନତ ସଂଯୋଗୀକରଣ ପ୍ରଦାନ କରିବ।

ବର୍ତ୍ତମାନର ଏନଏଚ-୧୬ ସ୍ୱର୍ଣ୍ଣ ଚତୁର୍ଭୁଜର ଏକ ଅଂଶ ଏବଂ ଏହା ଖୋର୍ଦ୍ଧା, ଭୁବନେଶ୍ୱର ଏବଂ କଟକ ଭଳି ପ୍ରମୁଖ ସହର ଦେଇ ଯାଇଥାଏ। ସେହିପରି ଏନଏଚ-୩୧୬ ଭୁବନେଶ୍ୱରକୁ ପୁରୀ ଏବଂ ଏହାଠାରୁ ଆଗକୁ ସାତପଡ଼ା ଓ କୋଣାର୍କକୁ ଯୋଡ଼ିଥାଏ। ପୁରୀ-ସାତପଡ଼ା ଏବଂ ପୁରୀ-କୋଣାର୍କ ମାର୍ଗରେ କେବଳ ପ୍ରାୟ ୪୦ ପ୍ରତିଶତ ରାସ୍ତା ନିର୍ମାଣ କରାଯାଇଛି। ଏହି ମାର୍ଗ ଦେଇ ଅଧିକ ସଂଖ୍ୟାରେ ସ୍ଥାନୀୟ ଲୋକ ଯାତାୟାତ କରିଥା’ନ୍ତି। ତେଣୁ ଦ୍ରୁତ ଗତିରେ ଦୀର୍ଘ ଦୂରତା ଯାତାୟାତ ପାଇଁ ଏହା ଅନୁପଯୁକ୍ତ ହୋଇପଡ଼ିଛି।

ରାମେଶ୍ୱରମ୍-ପାରାଦୀପ କରିଡର ନିୟନ୍ତ୍ରିତ ପ୍ରବେଶ ସହିତ ଦ୍ରୁତ ଯୋଗାଯୋଗ ସୁବିଧା ପ୍ରଦାନ କରିବ। ଏହା ଇନ୍ଧନ ବ୍ୟବହାର, କାର୍ବନ ନିର୍ଗମନ ଏବଂ ଯାନବାହାନ ପରିଚାଳନା ଖର୍ଚ୍ଚ ହ୍ରାସ କରିବ। ଏଥିସହିତ ସହିତ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବ ଏବଂ ସମଗ୍ର ଅଞ୍ଚଳରେ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ।

ଉପକୂଳ ରାଜପଥ ଏନଏଚଏଆଇ ନିଲାମ କ୍ରେତା ରାମେଶ୍ୱର-ପାରାଦୀପ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଥମ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ବାରଣାସୀ ଅଯୋଧ୍ୟା ଟ୍ରେନର ଶୁଭାରମ୍ଭ

September 1, 2026

୧୦ ମାସ ପରେ ଜେଲରୁ ବାହାରିଲେ ବିକ୍ରମ ପଣ୍ଡା: ବିଜେଡି କର୍ମୀଙ୍କ ବିଶାଳ ଶୋଭାଯାତ୍ରା

September 1, 2026

ପାର୍ବଣ ପୂର୍ବରୁ ଡିସିପିଙ୍କ ଚେତାବନୀ: ବଟି ମାଗିଲେ ୧୧୨ ନମ୍ବରରେ ଜଣାଇବାକୁ ଆହ୍ୱାନ

September 1, 2026

ମମତା ବାନାର୍ଜୀଙ୍କ ସମ୍ପର୍କୀୟ ଝିଆରୀଙ୍କ ସନ୍ଦେହଜନକ ମୃତ୍ୟୁ: ଘରୁ ମୃତଦେହ ଉଦ୍ଧାର

September 1, 2026
Latest News

ପ୍ରଥମ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ବାରଣାସୀ ଅଯୋଧ୍ୟା ଟ୍ରେନର ଶୁଭାରମ୍ଭ

September 1, 2026

୧୦ ମାସ ପରେ ଜେଲରୁ ବାହାରିଲେ ବିକ୍ରମ ପଣ୍ଡା: ବିଜେଡି କର୍ମୀଙ୍କ ବିଶାଳ ଶୋଭାଯାତ୍ରା

September 1, 2026

ରାମେଶ୍ୱର-ପାରାଦୀପ ଉପକୂଳ ରାଜପଥ ନିର୍ମାଣ ଲାଗି ନିଲାମ କ୍ରେତା ମଧ୍ୟରେ ପ୍ରବଳ ଆଗ୍ରହ

September 1, 2026

ଚିନି ଦର ନିୟନ୍ତ୍ରଣ ଓ କଳାବଜାରୀ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ: ମହଜୁଦ ସୀମା ହ୍ରାସ

September 1, 2026

ପାର୍ବଣ ପୂର୍ବରୁ ଡିସିପିଙ୍କ ଚେତାବନୀ: ବଟି ମାଗିଲେ ୧୧୨ ନମ୍ବରରେ ଜଣାଇବାକୁ ଆହ୍ୱାନ

September 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.