Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦାବି ପୂରଣ ନ ହେଲେ ତୀବ୍ର ହେବ ଆନ୍ଦୋଳନ: ସରକାରଙ୍କ ଉପରେ ବର୍ଷିଲେ ଶିକ୍ଷକ ସମାଜ
ଆଜିର ଖବର

ଦାବି ପୂରଣ ନ ହେଲେ ତୀବ୍ର ହେବ ଆନ୍ଦୋଳନ: ସରକାରଙ୍କ ଉପରେ ବର୍ଷିଲେ ଶିକ୍ଷକ ସମାଜ

September 2, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଅହୋରାତ୍ର ଧାରଣା
ଦାବି ପୂରଣ ନ ହେଲେ ତୀବ୍ର ହେବ ଆନ୍ଦୋଳନ: ସରକାରଙ୍କ ଉପରେ ବର୍ଷିଲେ ଶିକ୍ଷକ ସମାଜ

ଭୁବନେଶ୍ୱର: ରାଜଧାନୀର ରାଜରାସ୍ତାରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଆହ୍ୱାନ କ୍ରମେ ଦିବାରାତ୍ରି ଗଣଧାରଣା ୧୮ ଦିନରେ ପହଞ୍ଚିଛି। ଖୋଲା ଆକଶ ତଳେ ମସା ଡାଆଁସ, ପାଗର ପ୍ରତିକୂଳତାକୁ ଖାତିର ନ କରି ଏବେବି ହଜାର ହଜାର ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀ ଅହୋରାତ୍ର ଧାରଣାରେ ବସି ରହିଛନ୍ତି।

ତେବେ ସରକାରଙ୍କ ପକ୍ଷରୁ ସାମାଜିକ ନ୍ୟାୟସଙ୍ଗତ ସମସ୍ୟା ଗୁଡ଼ିକର ସମାଧାନ ପାଇଁ କୌଣସି ବିଧିବଦ୍ଧ ପଦକ୍ଷେପ ନିଆଯାଇ ନଥିବାରୁ ଆନ୍ଦୋଳନକାରୀଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ମୁଖ୍ୟ ଆବାହକ ରଞ୍ଜନ କୁମାର ଦାଶ ଅତ୍ୟନ୍ତ କ୍ଷୋଭର ସହ ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ, ଏ ଆନ୍ଦୋଳନ କେବଳ ଶିକ୍ଷକର ବୃତ୍ତିଗତ ସମସ୍ୟା ପାଇଁ ନୁହେଁ, ଏହା ସାଢ଼େ ତିନିହଜାରରୁ ଊର୍ଦ୍ଧ୍ୱ ଶିକ୍ଷାନୁଷ୍ଠାନର ସୁରକ୍ଷା ଓ ଏହି ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ସହିତ ଜଡ଼ିତ।

ଓଡ଼ିଶା ବୋଧହୁଏ ଏକମାତ୍ର ରାଜ୍ୟ ଯେଉଁଠାରେ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀମାନେ ନିଜର ହକ୍ ପାଇଁ ଦୀର୍ଘ ଦିନ ଧରି ସଂଗ୍ରାମରତ ଥିବାବେଳେ ସରକାର ସମସ୍ୟା ସମାଧାନ ଦିଗରେ ଏକ ନ୍ୟାୟ ସଙ୍ଗତ ବିଧି ମୁତାବକ ବ୍ୟବସ୍ଥା ସହିତ ପଥ ପରିଷ୍କାର କରୁ ନାହାନ୍ତି। ରାଜ୍ୟବାସୀ ଠିକ୍ ସମୟରେ ଏହାର ଉଚିତ ଜବାବ ଦେବେ, ଯାହାର ଫଳସ୍ୱରୂପ ଆଗାମୀ ଦିନରେ ସ୍ଥିତି ଅଧିକ ଜଟିଳରୁ ଜଟିଳତର ହେବାର ଆଶଙ୍କା ରହିଛି।

ସୂଚନାଥାଉକି, ଶିକ୍ଷକ କର୍ମଚାରୀମାନେ ଦୀର୍ଘ ୧୮ ଦିନ ହେଲା ଗଣତାନ୍ତ୍ରିକ ପଦ୍ଧତିରେ ଶାନ୍ତିପୂର୍ଣ୍ଣ ଭାବରେ ଗାନ୍ଧିମାର୍ଗରେ ଦିନରାତି ଧାରଣରେ ବସି ରହିଛନ୍ତି। ଦୀର୍ଘଦିନ ଧରି ଶିକ୍ଷକ କର୍ମଚାରୀମାନେ ଦାବି ହାସଲ ପାଇଁ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ କରିଛନ୍ତି। ଆନ୍ଦୋଳନକୁ ସମର୍ଥନ ଜଣାଇ ସମସ୍ୟା ସମାଧାନ କରିବା ପାଇଁ ସରକାର ପ୍ରତିଶ୍ରୁତି ଦେଇଛନ୍ତି କିନ୍ତୁ ପ୍ରତିଶ୍ରୁତି ପାଳନ କରାଯାଉ ନାହିଁ।

ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ଅନେକ ସମୟରେ ଶିକ୍ଷକମାନେ ଆନ୍ଦୋଳନରୁ ଓହରି ଯାଇଛନ୍ତି କିନ୍ତୁ ସରକାରଙ୍କର ମନୋବୃତ୍ତିରେ କୌଣସି ପରିବର୍ତ୍ତନ ଘଟିଥିବା କଥା ପରିଲକ୍ଷିତ ହେଉ ନାହିଁ। ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଆଜି ବି ସରକାର ଖେଳ ଖେଳିବାରେ ବ୍ୟସ୍ତ ଅଛନ୍ତି। ଅନେକ ଥର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କମିଟିମାନ ଗଠନ କରି ଓ ସେମାନଙ୍କର ବୈଠକ ବସାଇ ରିପୋର୍ଟ ପାଇ ସାରିବା ପରେ ଯଦି ସମସ୍ୟା ସମାଧାନର ସୂତ୍ର ବାହାରି ନପାରେ ତା’ଠାରୁ ଦୁର୍ଭାଗ୍ୟର ବିଷୟ କ’ଣ ହୋଇପାରେ ବୋଲି ସମନ୍ୱୟ ସମିତି ତରଫରୁ ପ୍ରଶ୍ନ କରାଯିବା ସହ ଅସନ୍ତୋଷ ବ୍ୟକ୍ତ କରାଯାଇଛି।

ଶିକ୍ଷକ କର୍ମଚାରୀମାନଙ୍କର ଦାବି ଗୁଡ଼ିକ ମଧ୍ୟରେ ସମସ୍ତ ଯୋଗ୍ୟବିବେଚିତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଅନୁଦାନ ପ୍ରଦାନ ସହିତ ଏହି ବିଦ୍ୟାଳୟ ଗୁଡ଼ିକରେ ଅଧ୍ୟୟନ ରତ ବିଦ୍ୟାର୍ଥିମାନଙ୍କୁ ମଧ୍ୟାହ୍ନ ଭୋଜନ, ଶିକ୍ଷା ଉପକରଣ, ପୋଷାକ, ସାଇକେଲ ଓ ଶିକ୍ଷାବୃତ୍ତି ଯୋଗାଇ ଦେବା, ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରେ ଅବସର ନେଇଥିବା ଓ ନେବାକୁଥିବା ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କ ପାଇଁ ପେନ୍‌ସନ୍ ଓ ଅବସରକାଳୀନ ସୁବିଧା ପ୍ରଦାନ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରେ ଶୂନ୍ୟଥିବା ପଦବୀଗୁଡ଼ିକରେ ନିଯୁକ୍ତି, ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ୬ଟି ନୋସନାଲ୍ ଇନ୍‌କ୍ରିମେଣ୍ଟ ଦେବା ସହିତ ବରିଷ୍ଠତା ପ୍ରଦାନ, ଗ୍ରେଡ଼ପେ ରେ ଥିବା ଅସଙ୍ଗତି ଦୂରୀକରଣ, ଅବସର ବୟସସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରିବା, ସମାନ କାମକୁ ସମାନ ଦରମା ପ୍ରଦାନ କରିବା ଏବଂ ସମସ୍ତ ଅନୁଦାନ ଯୋଗ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟର ସରକାରୀକରଣ ଇତ୍ୟାଦି।

ଆଜକୁ ଅଠର ଦିନ ହେଲା ଝଡ଼ଝଞ୍ଜା, ଶୀତକାକର, ମୁଣ୍ଡଫଟା ଖରା ଓ ତୁହାକୁତୁହା ବର୍ଷା ସହି ଶିକ୍ଷକ କର୍ମଚାରୀମାନେ ରାସ୍ତାରେ ପ୍ରତିବାଦ ଜଣାଉଛନ୍ତି, ନ୍ୟାୟ ମାଗୁଛନ୍ତି। ଅଥଚ ଯେଉଁମାନେ ଦାବି ପୂରଣର ପ୍ରତିଶ୍ରୁତି ଦେଇଥିଲେ ସେମାନେ ଏ ବାବଦରେ ପାଟି ଖୋଲୁ ନାହାଁନ୍ତି। ସରକାର ଆଲୋଚନା ମାଧ୍ୟମରେ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ଓ ସମସ୍ୟା ସମାଧାନ ପାଇଁ ପ୍ରକ୍ରିୟା ଆରମ୍ଭ କରନ୍ତୁ।

କାଳକ୍ଷେପଣ ନୀତି ପରିତ୍ୟାଗ କରି ସମାଧାନର ରାସ୍ତାକୁ ଆସନ୍ତୁ। ଶିକ୍ଷକ କର୍ମଚାରୀମାନଙ୍କ ଧୈର୍ଯ୍ୟକୁ ଆଉ ପରୀକ୍ଷା ନକରି ସେମାନଙ୍କର ଅଧିକାର ଫେରାଇ ଦିଅନ୍ତୁ ନହେଲେ ଆଗାମୀ ଦିନରେ ଶିକ୍ଷକ, ଛାତ୍ର, ଅଭିଭାବକ ଓ ପରିଚାଳନା କମିଟିର ସଦସ୍ୟ ଏକତ୍ର ହୋଇ ସରକାରଙ୍କୁ ଘେରିବେ ଓ ପରିସ୍ଥିତି ଯାହା ହେବ ସେଥିପାଇଁ ରାଜ୍ୟସରକାର ଦାୟୀ ରହିବେ ବୋଲି  ଆନ୍ଦୋଳନର ନେତୃତ୍ୱ ନେଉଥିବା ସମନ୍ୱୟ ସମିତିର ମୁଖ୍ୟ ଆବାହକ ରଞ୍ଜନ କୁମାର ଦାଶ, ସଭାପତି ସୁକାନ୍ତ କୁମାର ବେହେରା, ଅକ୍ଷୟ କୁମାର ମିଶ୍ର, ଆବାହକ ଡ଼. ପ୍ରଶାନ୍ତ କୁମାର ପ୍ରଧାନ, ନିର୍ମଳା ପଣ୍ଡା, ବିକ୍ରମ କୁମାର ଦାସ, ପ୍ରମୋଦ କୁମାର ହୋତା, ହରେକୃଷ୍ଣ ପାଣିଗ୍ରାହୀ, ଶଲିଳ ରାଜନନ୍ଦନ ମହାନ୍ତି, ଅଜୟ କୁମାର ପତି, ରଞ୍ଜନ କୁମାର ପଣ୍ଡା, ଏମ୍‌.ଏ. କାସିମ୍ ବେଗ୍‌, ପ୍ରଶାନ୍ତ କୁମାର ପତି, ସୁରେଶ ଚନ୍ଦ୍ର ଦାଶ, ରାଜା ଓସିମ୍‌, ନୀଳମଣି ପୁରୋହିତ, ବ୍ରଜ କିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ବନମାଳୀ ବାରିକ, ଅଟଳ ବଳ, ପ୍ରିୟରଞ୍ଜନ  ରଥ, ରାଜଲକ୍ଷ୍ମୀ ବେହେରା, ଜୟନ୍ତୀ ବଳ, ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର, ପ୍ରଦୀପ କୁମାର ମଙ୍ଗରାଜ, ନବକୁମାର ପଣ୍ଡା, ଗଦାଧର ଶତପଥୀ, ରମାକାନ୍ତ ଲେଙ୍କା ଏବଂ ମଧୁସୂଦନ ଦେ ପ୍ରମୁଖ ସରକାରଙ୍କୁ ଅନୁରୋଧ କରିଛନ୍ତି ନଚେତ୍ ଏ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି।

ତୀବ୍ର ହେବ ଆନ୍ଦୋଳନ ଶିକ୍ଷକ ସମାଜ ସମନ୍ୱୟ ସମିତି
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥ ପକ୍ଷରୁ ଅନେକ ଟ୍ରେନର ସମୟସୂଚୀରେ ପରିବର୍ତ୍ତନ 

September 2, 2026

ରାଜ୍ୟର ବିଭିନ୍ନ ସହରକୁ ‘ଆଦର୍ଶ ସଡ଼କ ସୁରକ୍ଷା ସହର’ ଗଢ଼ି ତୋଳିବା ଲକ୍ଷ୍ୟ: ବ୍ଲୁ-ପ୍ରିଣ୍ଟ୍‌ ଉପସ୍ଥାପନ

September 2, 2026

ଏମ୍‌କେସିଜିରୁ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ନିଖୋଜ, ରେଳ ଲାଇନ୍ ନିକଟରୁ ମୋବାଇଲ୍ ଜବତ

September 2, 2026

୧୮୧୧ କୋଟି ଟଙ୍କା ଅତିକ୍ରମ କଲା ଶ୍ରୀମନ୍ଦିରର ସ୍ଥାୟୀ ଜମା

September 2, 2026
Latest News

ଦାବି ପୂରଣ ନ ହେଲେ ତୀବ୍ର ହେବ ଆନ୍ଦୋଳନ: ସରକାରଙ୍କ ଉପରେ ବର୍ଷିଲେ ଶିକ୍ଷକ ସମାଜ

September 2, 2026

ପୂର୍ବତଟ ରେଳପଥ ପକ୍ଷରୁ ଅନେକ ଟ୍ରେନର ସମୟସୂଚୀରେ ପରିବର୍ତ୍ତନ 

September 2, 2026

ରାଜ୍ୟର ବିଭିନ୍ନ ସହରକୁ ‘ଆଦର୍ଶ ସଡ଼କ ସୁରକ୍ଷା ସହର’ ଗଢ଼ି ତୋଳିବା ଲକ୍ଷ୍ୟ: ବ୍ଲୁ-ପ୍ରିଣ୍ଟ୍‌ ଉପସ୍ଥାପନ

September 2, 2026

ଏମ୍‌କେସିଜିରୁ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ନିଖୋଜ, ରେଳ ଲାଇନ୍ ନିକଟରୁ ମୋବାଇଲ୍ ଜବତ

September 2, 2026

୧୮୧୧ କୋଟି ଟଙ୍କା ଅତିକ୍ରମ କଲା ଶ୍ରୀମନ୍ଦିରର ସ୍ଥାୟୀ ଜମା

September 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.