Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପଳାଶୁଣି ଜାତୀୟ ରାଜପଥରେ ନିଶାସକ୍ତ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା : ୩ଟି କାର ୨ ବାଇକ ଚୂରମାର, ୫ ଗୁରୁତର
ଆଜିର ଖବର

ପଳାଶୁଣି ଜାତୀୟ ରାଜପଥରେ ନିଶାସକ୍ତ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା : ୩ଟି କାର ୨ ବାଇକ ଚୂରମାର, ୫ ଗୁରୁତର

September 3, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରାଜଧାନୀର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ପଳାଶୁଣି ଛକ ନିକଟରେ ଗୁରୁବାର ଭୋର ସମୟରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ XUV କାର୍‌ର ବେପରୁଆ ଚାଳନା ଯୋଗୁଁ ୩ଟି କାର୍ ଓ ୨ଟି ବାଇକ୍ ସମ୍ପୂର୍ଣ୍ଣ ଭାଙ୍ଗି ଚୂରମାର୍ ହୋଇଯିବା ସହ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରତ୍ୟକ୍ଷଦର୍ଶୀ ଓ ପୋଲିସ ସୂଚନା ଅନୁଯାୟୀ, ଭୋର ସମୟରେ ଏକ XUV କାର୍ (OD21A0106) କଟକ ପାର୍ଶ୍ୱରୁ ଭୁବନେଶ୍ୱର ଆଡ଼କୁ ଦ୍ରୁତ ଗତିରେ ଆସୁଥିଲା। ସେହି ସମୟରେ ଭଦ୍ରକରୁ ପୁରୀ ଯାଉଥିବା ଏକ କାର୍ ରାସ୍ତା କଡ଼ରେ ଅଟକିଥିଲା। XUV କାର୍‌ଟି ପ୍ରଥମେ ଉକ୍ତ ଛିଡ଼ା ହୋଇଥିବା କାରକୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ପ୍ରଭାବରେ ସେହି କାର୍‌ଟି ପାଖରେ ଥିବା ଆଉ ଏକ କାର୍ ଏବଂ ଦୁଇଟି ବାଇକ ସହ ପିଟି ହୋଇଯାଇଥିଲା। ଫଳରେ ବାଇକ ଆରୋହୀ ଓ ଅନ୍ୟମାନେ ରାସ୍ତାରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ୫ ଜଣଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ କେତେକଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ସଂକଟାପନ୍ନ ଥିବାରୁ ସେମାନଙ୍କୁ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ସ୍ଥାନୀୟ ଲୋକେ XUV କାର୍ ଚାଳକଙ୍କୁ କାବୁ କରି ପୋଲିସ ଜିମ୍ମା ଦେଇଛନ୍ତି। ଡ୍ରାଇଭର ଜଣକ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଲାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ମଞ୍ଚେଶ୍ୱର ପୋଲିସ ଅଭିଯୁକ୍ତ ଚାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି। ମଞ୍ଚେଶ୍ୱର ଥାନାଧିକାରୀ ଗୟାନନ୍ଦ ଶାହଙ୍କ କହିବା ଅନୁଯାୟୀ, ଲିଖିତ ଅଭିଯୋଗ ମିଳିବା ପରେ ନିୟମାନୁସାରେ ମାମଲା ରୁଜୁ କରାଯିବ। କ୍ଷତିଗ୍ରସ୍ତ ଗାଡ଼ିଗୁଡ଼ିକୁ କ୍ରେନ ସାହାଯ୍ୟରେ ଥାନାକୁ ଅଣାଯାଇଛି। ଆହତ ଓ ଅଭିଯୁକ୍ତଙ୍କ ପରିଚୟ ସ୍ପଷ୍ଟ ପାଇଁ ଯାଞ୍ଚ ଚାଲିଛି। ସ୍ଥାନୀୟ ଲୋକଙ୍କ ବୟାନ ଓ ସିସିଟିଭି ଫୁଟେଜ୍‌କୁ ଆଧାର କରି ଘଟଣାର ଅଧିକ ତଦନ୍ତ ଜାରି ରହିଛି।

ପଳାଶୁଣି ଦୁର୍ଘଟଣା ମଞ୍ଚେଶ୍ୱର ଜାତୀୟରାଜପଥ
Share. Facebook Twitter LinkedIn Email WhatsApp Copy Link

Related Posts

ରାହୁଲ ଗାନ୍ଧୀଙ୍କ ବିରୋଧରେ ମହିଳା ସାମ୍ବାଦିକଙ୍କ ଅଭିଯୋଗ: ତୁରନ୍ତ FIR ଦାବି

October 17, 2026

ମନରେଗାରେ ବଡ଼ ପରିବର୍ତ୍ତନ : ୧୦୦ ବଦଳରେ ମିଳିବ ୧୨୫ ଦିନ କାମ

October 17, 2026

ଇଣ୍ଟରନେଟ୍ ବ୍ୟବହାର ସମସ୍ତଙ୍କର ମୌଳିକ ଅଧିକାର : ସୁପ୍ରିମକୋର୍ଟ

October 17, 2026

ବନବିଭାଗର ଚିକିତ୍ସାରେ ଅବହେଳା ଅଭିଯୋଗ: ପେଣ୍ଠବାହାଳ ଜଙ୍ଗଲରେ ବୁଲୁଛି ଆହତ ଦନ୍ତା ହାତୀ

October 17, 2026
Latest News

ରାହୁଲ ଗାନ୍ଧୀଙ୍କ ବିରୋଧରେ ମହିଳା ସାମ୍ବାଦିକଙ୍କ ଅଭିଯୋଗ: ତୁରନ୍ତ FIR ଦାବି

October 17, 2026

ଭାରତ ଛାଡ଼ିବା ନୋଟିସ୍: ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିନେତା ଇମ୍ରାନ୍ ଖାନ୍

October 17, 2026

ମନରେଗାରେ ବଡ଼ ପରିବର୍ତ୍ତନ : ୧୦୦ ବଦଳରେ ମିଳିବ ୧୨୫ ଦିନ କାମ

October 17, 2026

ଇଣ୍ଟରନେଟ୍ ବ୍ୟବହାର ସମସ୍ତଙ୍କର ମୌଳିକ ଅଧିକାର : ସୁପ୍ରିମକୋର୍ଟ

October 17, 2026

ବନବିଭାଗର ଚିକିତ୍ସାରେ ଅବହେଳା ଅଭିଯୋଗ: ପେଣ୍ଠବାହାଳ ଜଙ୍ଗଲରେ ବୁଲୁଛି ଆହତ ଦନ୍ତା ହାତୀ

October 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.