Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୈକଲ୍‌ର ମହିଳା ମତ୍ସ୍ୟଜୀବୀଙ୍କୁ ସ୍ୱାବଲମ୍ବୀ କରିଛି ସାମୁଦ୍ରିକ ଶୈବାଳ ଚାଷ
ଆଜିର ଖବର

କରୈକଲ୍‌ର ମହିଳା ମତ୍ସ୍ୟଜୀବୀଙ୍କୁ ସ୍ୱାବଲମ୍ବୀ କରିଛି ସାମୁଦ୍ରିକ ଶୈବାଳ ଚାଷ

September 4, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
Pilot Mariculture venture forges novel revenue streams under the Blue Economy
Pilot Mariculture venture forges novel revenue streams under the Blue Economy

ପୁଡୁଚେରୀ: ସାମୁଦ୍ରିକ କୃଷି, ବିଶେଷ କରି ଶୈବାଳ ଚାଷ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ କରୈକଲ ଅଞ୍ଚଳର ମତ୍ସ୍ୟଜୀବୀ ମହିଳାଙ୍କୁ ରୋଜଗାର ପନ୍ଥା ଯୋଗାଇ ଦେବା ସହିତ ସେମାନଙ୍କୁ ସ୍ୱାବଲମ୍ବୀ କରିଛି। ପୁଡୁଚେରୀ ସରକାରଙ୍କ ମତ୍ସ୍ୟପାଳନ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଥିବା ସାମୁଦ୍ରିକ କୃଷି କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ଉପକୂଳ ଜୀବିକା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିଛି। ଆଇସିଏଆର – କେନ୍ଦ୍ରୀୟ ସାମୁଦ୍ରିକ ମତ୍ସ୍ୟ ଗବେଷଣା ପ୍ରତିଷ୍ଠାନ (ସିଏମଏଫଆରଆଇ) ଏଥିପାଇଁ ବୈଷୟିକ ସହାୟତା ଯୋଗାଇ ଦେଉଛି। ଏଠାରେ ପରୀକ୍ଷାମୂଳକ ପ୍ରକଳ୍ପ ଆକାରରେ ସାମୁଦ୍ରିକ ଶୈବାଳ କୃଷି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସ୍ଥାନୀୟ ଅଞ୍ଚଳର ଆର୍ଥିକ ଅନଗ୍ରସରତା ଦୂର କରିବା ଏବଂ ଗ୍ରାମାଞ୍ଚଳର ଲୋକମାନଙ୍କୁ ବିବିଧ ଜୀବିକା ସୁଯୋଗ ଯୋଗାଇ ଦେବା ପ୍ରକଳ୍ପର ଉଦ୍ଦେଶ୍ୟ ଥିଲା। ବର୍ତ୍ତମାନ ଏହି କାର୍ଯ୍ୟକ୍ରମ ପାରମ୍ପରିକ ମତ୍ସ୍ୟଜୀବୀମାନଙ୍କ ମଧ୍ୟରେ ଆର୍ଥିକ ଓ ସାମାଜିକ ସଶକ୍ତିକରଣ ଆଣିପାରିଛି। ବିଶେଷ କରି ଏଠାକାର ଉପକୂଳ ଅଞ୍ଚଳର ମହିଳା ମତ୍ସ୍ୟଜୀବୀମାନେ ଏହି ପ୍ରଗତିଶୀଳ ସାମୁଦ୍ରିକ ଜୈବ ଅର୍ଥବ୍ୟବସ୍ଥାର ପ୍ରମୁଖ ହିତାଧିକାରୀ ପାଲଟିଛନ୍ତି।

ଉପକୂଳବର୍ତ୍ତୀ ବସତି ପଟ୍ଟିନାମଚେରୀର ସାତ ଜଣ ମହିଳା ମତ୍ସ୍ୟଜୀବୀଙ୍କୁ ନେଇ ଏକ ଉତ୍ସର୍ଗୀକୃତ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଗଠନ କରାଯାଇଛି । ଏମାନଙ୍କୁ ଶୈବାଳ ପ୍ରଜନନ ଏବଂ ଅମଳ ସମ୍ପର୍କରେ ବ୍ୟାପକ ସଂସ୍ଥାଗତ ତାଲିମ ଦିଆଯାଇଛି । ଫଳରେ ସେମାନେ ଦୀର୍ଘସ୍ଥାୟୀ ସାମୁଦ୍ରିକ କୃଷି କ୍ଷେତ୍ରରେ ଅସାଧାରଣ ସଫଳତା ହାସଲ କରିଛନ୍ତି ।  ଏହି ଚାଷରେ ଉଲ୍ଲେଖନୀୟ ଜୈବିକ ପରିବର୍ତ୍ତନ ଏବଂ ବାଣିଜ୍ୟିକ ସମ୍ଭାବନା ପରଲକ୍ଷିତ ହୋଇଛି । ଏଥିରେ ପ୍ରାୟ ଚାରି କିଲୋଗ୍ରାମ ବୀଜ ଏକ ତ୍ୱରିତ ପଇଁତିରିଶ-ଦିନର ଉଦ୍ଭିଦଚକ୍ର ମଧ୍ୟରେ ପ୍ରାୟ କୋଡ଼ିଏ କିଲୋଗ୍ରାମ ଅମଳ ପ୍ରଦାନ କରେ। ଏହି ସଂକ୍ଷିପ୍ତ କାର୍ଯ୍ୟକ୍ଷମ ଚକ୍ରରେ ପ୍ରତିବର୍ଷ ଏକାଧିକ ବାର ଅମଳ ହୋଇଥାଏ। ପ୍ରତି ଅମଳଚକ୍ରରେ ୨୮ ହଜାରରୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ମିଳିଥାଏ । ଏହା କେବଳ ସାମୁଦ୍ରିକ ମାଛ ଧରା ଉପରେ ସେମାନଙ୍କର ଅନିଶ୍ଚିତ ନିର୍ଭରଶୀଳତାକୁ ହ୍ରାସ କରି ସ୍ଥାନୀୟ ପରିବାରର ଆର୍ଥିକ ସ୍ଥିରତାକୁ ସୁଦୃଢ଼ ​​କରିଥାଏ ।

କେବଳ ମୁଖ୍ୟ ଆୟ ବୃଦ୍ଧି ପରିବର୍ତ୍ତେ ଏହି ପ୍ରୟାସ ଶୂନ୍ୟ ବର୍ଜ୍ୟ ଏବଂ ମୂଲ୍ୟବୃଦ୍ଧି କରୁଥିବା ଚକ୍ରାକାର ଜୈବ ଅର୍ଥବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦେଇଥାଏ। ଏଠାରୁ ସଂଗୃହିତ ବାୟୋମାସ ଅନେକ ପ୍ରକାରର ଉଦ୍ୟୋଗ ପାଇଁ ଏକ ପ୍ରମୁଖ କଞ୍ଚାମାଲ । ଏଥିରୁ ମୁଖ୍ୟତଃ ଆଧୁନିକ କୃଷି ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ପ୍ରାକୃତିକ ଜୈବ ସାର ଏବଂ ବିଶେଷ କରି ସଏଲ କଣ୍ଡିସନର ବା ମାଟିର ଗୁଣବତ୍ତାରେ ସୁଧାର ଆଣୁଥିବା ପଦାର୍ଥ ତିଆରି ହୁଏ । ସେହିପରି ଏଥିରୁ ବାହାରୁଥିବା ଉପାଦାନ ମୁଖ୍ୟତ କସ୍ମେଟିକ୍ସ ଏବଂ ଫାର୍ମାସ୍ୟୁଟିକଲ୍‌ ଫର୍ମୁଲେସନ ପ୍ରସ୍ତୁତିରେ ଉପଯୋଗ ହୁଏ। ବଳକା ଜୈବିକ ଅବଶେଷକୁ ବ୍ୟବସ୍ଥିତ ଭାବେ ପୋଷକ ତତ୍ତ୍ୱରେ ପରିପୂର୍ଣ୍ଣ ପ୍ରାଣୀଙ୍କ ଖାଦ୍ୟ ରୂପେ ପ୍ରକ୍ରିୟାକୃତ କରାଯାଏ। ଏହି କାମରେ ନିୟୋଜିତ ଥିବା ମତ୍ସ୍ୟପାଳନ ନିରୀକ୍ଷକ ଶ୍ରୀ ରାଜଶେଖର କୁହନ୍ତି, ପଟ୍ଟିନମଚେରୀ ଏବଂ କରୁକକାଲାଚେରୀରେ ଜାରି ରହିଥିବା ଏହି ପ୍ରକଳ୍ପ ଅତି ଭଲ ପରିଣାମ ଦେଇଛି । ଏହା ଜନଭାଗିଦାରୀ ଆଧାରିତ ଉପକୂଳ ଉଦ୍ୟୋଗ ବିକାଶର ଏକ ଆଦର୍ଶ ଉଦାହରଣ ପ୍ରସ୍ତୁତ କରିଛି ।

ଏହି ମଡେଲର ବ୍ୟାପକ କ୍ଷେତ୍ରୀୟ ଗୁରୁତ୍ୱ ଏବଂ ବିକାଶମୂଳକ ବୈଶିଷ୍ଟ୍ୟ ରହିଛି । ଏହାକୁ ଦୃଷ୍ଟିରେ ରଖି ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱରର ନେତୃତ୍ୱରେ ଓଡ଼ିଶାର ଏକ ଗଣମାଧ୍ୟମ ପ୍ରତିନିଧି ଦଳ  କରୈକଲ କ୍ଲଷ୍ଟରରେ ଜାରି ରହିଥିବା ସାମୁଦ୍ରିକ ଶୈବାଳ ଚାଷ ଅନୁଧ୍ୟାନ କରିଥିଲେ । ସେମାନେ ସାମୁଦ୍ରିକ ଶୈବାଳ କୃଷି ପ୍ରତିଷ୍ଠାନ ଏବଂ ନିକଟବର୍ତ୍ତୀ ସାମୁଦ୍ରିକ ଶୈବାଳ ଚାଷ କ୍ଷେତ୍ର ପରିଦର୍ଶନ କରି ସେଠାରେ ଜାରି ରହିଥିବା ପ୍ରକଳ୍ପ ବିଷୟରେ ଜ୍ଞାନ ଆହରଣ କରିଥିଲେ । ଏଥିସହିତ କୃଷି କାର୍ଯ୍ୟରେ ନିୟୋଜିତ ମହିଳା ହିତାଧିକାରୀ ଏବଂ ବୈଷୟିକ ବିଶେଷଜ୍ଞଙ୍କ ସହିତ ଆଲୋଚନା କରିଥିଲେ। ପରିବେଶ ଉପରେ ଏହାର କମ୍‌ ପ୍ରଭାବ ଏବଂ ଏଥିରେ ସ୍ଥଳଭାଗରେ ମିଳୁଥିବା ସମ୍ବଳର ପ୍ରାୟତଃ ନଗଣ୍ୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ଶାସିତ ଅଞ୍ଚଳ ପ୍ରଶାସନ ମହିଳା ନେତୃତ୍ୱାଧୀନ ସାମୁଦ୍ରିକ କୃଷି ମଡେଲକୁ ପୁଡୁଚେରୀ ଏବଂ କରୈକଲ ଆଖପାଖ ଅଞ୍ଚଳରେ ବ୍ୟାପକ ଭାବେ କାର୍ଯ୍ୟକାରୀ କରୁଛି ।

ସୂଚନାଯୋଗ୍ୟ ସାମ୍ବାଦିକମାନଙ୍କୁ ଭାରତ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପ୍ରମୁଖ ବିକାଶମୂଳକ ପଦକ୍ଷେପର ପ୍ରଭାବ ଏବଂ କାର୍ଯ୍ୟକାରିତାର ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିବା ଲାଗି ପିଆଇବି, ଭୁବନେଶ୍ୱର ପକ୍ଷରୁ ଏହି ଗଣମାଧ୍ୟମ ଗସ୍ତ ଆୟୋଜନ କରାଯାଇଛି । ପିଆଇବି ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି ଏବଂ ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ସ୍ୱାଧୀନ ଶକ୍ତି ପ୍ରସାଦଙ୍କ ନେତୃତ୍ୱରେ ସାମ୍ବାଦିକମାନେ ଏହି ଗସ୍ତ କରିଛନ୍ତି ।

କରୈକଲ୍‌ ନୀଳ ଅର୍ଥବ୍ୟବସ୍ଥା ମହିଳା ମତ୍ସ୍ୟଜୀବୀ ସାମୁଦ୍ରିକ ଶୈବାଳ ଚାଷ
Share. Facebook Twitter LinkedIn Email WhatsApp Copy Link

Related Posts

ସୋଆ ଆଇଡିଆଥନ୍‌: ଅଫ୍‌ଲାଇନ୍‌ ପର୍ଯ୍ୟାୟ ଓ ଏସ୍‌ଆଇଏଚ୍‌-୨୦୨୬ ପାଇଁ ୫୦ଟି ଛାତ୍ର ଦଳ ମନୋନୀତ

September 4, 2026

କାର୍ଯ୍ୟକ୍ଷେତ୍ରରେ ଲିଙ୍ଗଗତ ସମ୍ବେଦନଶୀଳତା ସମ୍ପର୍କରେ କର୍ମଶାଳା ଆୟୋଜିତ

September 4, 2026

ଓଏଏସ ରୁ ଆଇଏଏସ ହେଲେ ଚଉଦ ଜଣ ଅଫିସର, ଜାଣନ୍ତୁ ସେମାନଙ୍କର ନାମ

September 4, 2026

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସର ଅହୋରାତ୍ର ଧାରଣା ଆରମ୍ଭ, ଜାଣନ୍ତୁ କାରଣ

September 4, 2026
Latest News

କରୈକଲ୍‌ର ମହିଳା ମତ୍ସ୍ୟଜୀବୀଙ୍କୁ ସ୍ୱାବଲମ୍ବୀ କରିଛି ସାମୁଦ୍ରିକ ଶୈବାଳ ଚାଷ

September 4, 2026

ସୋଆ ଆଇଡିଆଥନ୍‌: ଅଫ୍‌ଲାଇନ୍‌ ପର୍ଯ୍ୟାୟ ଓ ଏସ୍‌ଆଇଏଚ୍‌-୨୦୨୬ ପାଇଁ ୫୦ଟି ଛାତ୍ର ଦଳ ମନୋନୀତ

September 4, 2026

କାର୍ଯ୍ୟକ୍ଷେତ୍ରରେ ଲିଙ୍ଗଗତ ସମ୍ବେଦନଶୀଳତା ସମ୍ପର୍କରେ କର୍ମଶାଳା ଆୟୋଜିତ

September 4, 2026

ଓଏଏସ ରୁ ଆଇଏଏସ ହେଲେ ଚଉଦ ଜଣ ଅଫିସର, ଜାଣନ୍ତୁ ସେମାନଙ୍କର ନାମ

September 4, 2026

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସର ଅହୋରାତ୍ର ଧାରଣା ଆରମ୍ଭ, ଜାଣନ୍ତୁ କାରଣ

September 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.