Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇସ୍ରୋର ଐତିହାସିକ ସଫଳତା: ମହାକାଶକୁ ଗଲା ଭାରତର ପ୍ରଥମ ଜିଓ-ଅର୍ବିଟ୍ ଇମେଜିଂ ସାଟେଲାଇଟ୍
ଆଜିର ଖବର

ଇସ୍ରୋର ଐତିହାସିକ ସଫଳତା: ମହାକାଶକୁ ଗଲା ଭାରତର ପ୍ରଥମ ଜିଓ-ଅର୍ବିଟ୍ ଇମେଜିଂ ସାଟେଲାଇଟ୍

September 4, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ମହାକାଶକୁ ଗଲା ଭାରତର ପ୍ରଥମ ଜିଓ-ଅର୍ବିଟ୍ ଇମେଜିଂ ସାଟେଲାଇଟ୍
ମହାକାଶକୁ ଗଲା ଭାରତର ପ୍ରଥମ ଜିଓ-ଅର୍ବିଟ୍ ଇମେଜିଂ ସାଟେଲାଇଟ୍

ଶ୍ରୀହରିକୋଟା: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ନାମରେ ଯୋଡ଼ି ହୋଇଛି ଆଉ ଏକ ସୁବର୍ଣ୍ଣ ଫର୍ଦ୍ଦ। ଶୁକ୍ରବାର ଭୋର ସମୟରେ ଇସ୍ରୋ ନିଜର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ୍ ମହାକାଶ କେନ୍ଦ୍ରରୁ ଦେଶର ପ୍ରଥମ ଜିଓ-ଅର୍ବିଟ୍ ଇମେଜିଂ ସାଟେଲାଇଟ୍ ‘EOS-05’ର ସଫଳ ଉତ୍‌କ୍ଷେପଣ କରିଛି। GSLV-F17 ରକେଟ୍ ମାଧ୍ୟମରେ ୨,୩୦୦ କିଲୋଗ୍ରାମରୁ ଅଧିକ ଓଜନର ଏହି ଅତ୍ୟାଧୁନିକ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହକୁ ଉତ୍‌କ୍ଷେପଣର ମାତ୍ର ୧୮ ମିନିଟ୍ ମଧ୍ୟରେ ନିର୍ଦ୍ଧାରିତ ସବ୍-ଜିଓସିଙ୍କ୍ରୋନସ୍ ଟ୍ରାନ୍ସଫର୍ ଅର୍‌ବିଟ୍‌ରେ ସଠିକ୍ ଭାବେ ସ୍ଥାପିତ କରାଯାଇଛି। ୨୦୨୬ ବର୍ଷରେ ଇସ୍ରୋର ଏହା ପ୍ରଥମ ବଡ଼ ମହାକାଶ ଅଭିଯାନ ଓ ସଫଳତା ଅଟେ। ସାଧାରଣତଃ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହଗୁଡ଼ିକ ନିମ୍ନ ପୃଥିବୀ କକ୍ଷପଥ (LEO)ରେ କାର୍ଯ୍ୟ କରୁଥିବା ବେଳେ, EOS-05 ଭୂପୃଷ୍ଠରୁ ପ୍ରାୟ ୩୬,୦୦୦ କିଲୋମିଟର ଉଚ୍ଚରେ ଥିବା ଜିଓସିଙ୍କ୍ରୋନସ୍ କକ୍ଷପଥରୁ ପୃଥିବୀର ଆବର୍ତ୍ତନ ଗତି ସହ ତାଳଦେଇ ନିରନ୍ତର ନଜର ରଖିବ। GSLV ରକେଟ୍ ଦ୍ୱାରା ବହନ କରାଯାଇଥିବା ସବୁଠାରୁ ଓଜନିଆ ଉପଗ୍ରହ ମଧ୍ୟରେ EOS-05 ଅନ୍ୟତମ। ଉତ୍‌କ୍ଷେପଣ ପୂର୍ବରୁ ଇସ୍ରୋ ଅଧ୍ୟକ୍ଷ ଭି. ନାରାୟଣନ୍ ତିରୁପତି ସ୍ଥିତ ଭଗବାନ ଭେଙ୍କଟେଶ୍ୱର ସ୍ୱାମୀଙ୍କ ମନ୍ଦିର ପରିଦର୍ଶନ କରି ମିଶନର ସଫଳତା ପାଇଁ ପ୍ରାର୍ଥନା କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା:

ଏହି ଅପୂର୍ବ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରୋ ଟିମ୍‌କୁ ଶୁଭେଚ୍ଛା ଜଣାଇବା ସହ ଏହାକୁ ଦେଶ ପାଇଁ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି। ସୋସିଆଲ ମିଡିଆ ‘X’ରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, “GSLV-F17 ଦ୍ୱାରା ଭାରତର ପ୍ରଥମ ଜିଓ-ଅର୍ବିଟ୍ ଇମେଜିଂ ସାଟେଲାଇଟ୍ EOS-05ର ସଫଳ ଉତ୍‌କ୍ଷେପଣ ଭାରତୀୟ ମହାକାଶ କ୍ଷେତ୍ରର ଉତ୍କର୍ଷତା, ନବସୃଜନ ଏବଂ ବର୍ଦ୍ଧିତ କ୍ଷମତାର ଜ୍ୱଳନ୍ତ ପ୍ରତିଫଳନ।” ଏଥିସହିତ ଇସ୍ରୋ ଏବଂ ଭାରତୀୟ ଶିଳ୍ପସଂସ୍ଥାଗୁଡ଼ିକ ମଧ୍ୟରେ ବୃଦ୍ଧି ପାଉଥିବା ସହଯୋଗିତା ଦେଶର ମହାକାଶ କ୍ଷେତ୍ରକୁ ନୂଆ ଶକ୍ତି ଓ ସାମର୍ଥ୍ୟ ଯୋଗାଉଛି ବୋଲି ସେ ପ୍ରକାଶ କରିଛନ୍ତି।

ଇସ୍ରୋର ଐତିହାସିକ ସଫଳତା: ମହାକାଶକୁ ଗଲା ଭାରତର ପ୍ରଥମ ଜିଓ-ଅର୍ବିଟ୍ ଇମେଜିଂ ସାଟେଲାଇଟ୍
Share. Facebook Twitter LinkedIn Email WhatsApp Copy Link

Related Posts

ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଘୋଷଣା: ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ଟଙ୍କା ସହାୟତା

September 4, 2026

ନେପାଳ ବନ୍ୟାର ନଅ ଦିନ ପରେ ହେଲା ଚମତ୍କାର!: ଭଗ୍ନାବଶେଷରୁ ଦୁଇ ଶ୍ରମିକ ଜୀବିତ ଉଦ୍ଧାର

September 4, 2026

ପୋଲିସ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଡକାୟତ ଲୋକେଶ ଗୁରୁତର, ଜଣେ ଫେରାର

September 4, 2026

ଏସିଆ କପରେ ଶତକ ହାସଲ କରି ୧୦ଟି ବଡ଼ ରେକର୍ଡ ଭାଙ୍ଗିଲେ ସ୍ମୃତି ମନ୍ଧାନା

September 4, 2026
Latest News

ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଘୋଷଣା: ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ଟଙ୍କା ସହାୟତା

September 4, 2026

ନେପାଳ ବନ୍ୟାର ନଅ ଦିନ ପରେ ହେଲା ଚମତ୍କାର!: ଭଗ୍ନାବଶେଷରୁ ଦୁଇ ଶ୍ରମିକ ଜୀବିତ ଉଦ୍ଧାର

September 4, 2026

ପୋଲିସ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଡକାୟତ ଲୋକେଶ ଗୁରୁତର, ଜଣେ ଫେରାର

September 4, 2026

ଇସ୍ରୋର ଐତିହାସିକ ସଫଳତା: ମହାକାଶକୁ ଗଲା ଭାରତର ପ୍ରଥମ ଜିଓ-ଅର୍ବିଟ୍ ଇମେଜିଂ ସାଟେଲାଇଟ୍

September 4, 2026

ଏସିଆ କପରେ ଶତକ ହାସଲ କରି ୧୦ଟି ବଡ଼ ରେକର୍ଡ ଭାଙ୍ଗିଲେ ସ୍ମୃତି ମନ୍ଧାନା

September 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.