Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିମୁଳିଆରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶକୁ ଏନକାଉଣ୍ଟର, ଅନ୍ୟଜଣେ ଫେରାର
ଆଜିର ଖବର

ସିମୁଳିଆରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶକୁ ଏନକାଉଣ୍ଟର, ଅନ୍ୟଜଣେ ଫେରାର

September 4, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଅଡା ଛକ ନିକଟରେ ପୋଲିସ ଏବଂ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି।  ଏଥିରେ ରାଜ୍ୟର ଅନ୍ୟତମ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ସିଂ ଆହତ ହୋଇଥିବା ବେଳେ ଘଟଣାସ୍ଥଳରୁ ତାର ଅନ୍ୟ ସହଯୋଗୀମାନେ ଫେରାର ହୋଇଯିବାରେ ସଫଳ ହୋଇଛନ୍ତି। ପୋଲିସ ଗୁଳିରେ ଆହତ ଲୋକେଶକୁ ତୁରନ୍ତ ଉଦ୍ଧାର କରାଯାଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବାଲେଶ୍ୱର ଆରକ୍ଷୀ ଅଧୀକ୍ଷକ ପ୍ରତ୍ୟୁଷ ଦିବାକର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଗୁରୁବାର ରାତି ପ୍ରାୟ ୧.୩୦ରୁ ୨ଟା ମଧ୍ୟରେ ସିମୁଳିଆ ପୋଲିସ ନିୟମିତ ରାତ୍ରିକାଳୀନ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ଅଡା କେନାଲ ନିକଟରେ କିଛି ଦୁର୍ବୃତ୍ତ କୌଣସି ବଡ଼ ଧରଣର ଅପରାଧ ଘଟାଇବା ଉଦ୍ଦେଶ୍ୟରେ ଏକତ୍ରିତ ହୋଇଥିବା ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା। ପ୍ରାପ୍ତ ଖବର ଭିତ୍ତିରେ ପୋଲିସ ଟିମ୍ ତୁରନ୍ତ ଉକ୍ତ ସ୍ଥାନରେ ପହଞ୍ଚିବା ପରେ ଦୁଇଟି ମୋଟରସାଇକେଲରେ ପାଞ୍ଚ ଜଣ ସନ୍ଦିଗ୍ଧ ଅପରାଧୀ ଉପସ୍ଥିତ ଥିବା ଦେଖିବାକୁ ପାଇଥିଲେ। ପୋଲିସ ଗାଡ଼ିକୁ ଦେଖି ଦୁର୍ବୃତ୍ତମାନେ ସେଠାରୁ ଦ୍ରୁତ ଗତିରେ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ପୋଲିସ ସେମାନଙ୍କୁ ପଛରୁ ଗୋଡ଼ାଇବାରୁ ଏକ ମୋଟରସାଇକେଲ୍ ସେଠାରୁ ଖସିଯିବାରେ ସଫଳ ହୋଇଥିବା ବେଳେ ଅନ୍ୟ ମୋଟରସାଇକେଲଟି ଭାରସାମ୍ୟ ହରାଇ ସ୍ଲିପ୍ ହୋଇଯାଇଥିଲା। ନିଜକୁ ପୋଲିସ କବଳରୁ ରକ୍ଷା କରିବା ପାଇଁ ବାଇକ୍ ପଛରେ ବସିଥିବା ଅପରାଧୀ ଲୋକେଶ ସିଂ ପୋଲିସ ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚାଳନା କରିଥିଲା। ଆତ୍ମରକ୍ଷା ପାଇଁ ପୋଲିସ ଟିମ୍ ପାଲଟା ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲା, ଯାହା ଲୋକେଶର ଗୋଡ଼ରେ ବାଜିଥିଲା। ଗୁଳି ବାଜିବା ପରେ ଲୋକେଶ ସେଠାରେ ପଡ଼ିଯାଇଥିଲା ଏବଂ ବାଇକ୍ ଚଲାଉଥିବା ଅନ୍ୟ ଜଣେ ଦୁର୍ବୃତ୍ତ ଅନ୍ଧାରର ସୁଯୋଗ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ଘଟଣାସ୍ଥଳରୁ ଆହତ ଲୋକେଶକୁ ସିମୁଳିଆ ପୋଲିସ କାବୁ କରିବା ସହ ତା ନିକଟରୁ ଗୋଟିଏ ମୋଟରସାଇକେଲ୍, ଗୋଟିଏ ବନ୍ଧୁକ ଏବଂ ଜୀବନ୍ତ ଗୁଳି ଜବତ କରିଛି। ଆହତ ଲୋକେଶକୁ ଅଧିକ ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ପୋଲିସ କୋଡ଼ା ନଜର ରଖାଯାଇଛି। ଘଟଣାସ୍ଥଳରେ ସିମୁଳିଆ ପୋଲିସ କମ୍ବିଂ ଅପରେସନ୍ ଜାରି ରଖିବା ସହ ଅଞ୍ଚଳକୁ ଜଗି ରହିଛି। ବାଲେଶ୍ୱର ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି ଯେ, କୁଖ୍ୟାତ ଅପରାଧୀ ଲୋକେଶ ସିଂ ନାଁରେ ବାଲେଶ୍ୱର, ଭଦ୍ରକ ଏବଂ ଆଖପାଖ ଜିଲ୍ଲାର ବିଭିନ୍ନ ଥାନାରେ ୧୦ରୁ ଊର୍ଦ୍ଧ୍ୱ ସଙ୍ଗୀନ ମାମଲା ରହିଛି। ସେ ଦାଦାବଟି ଆଦାୟ, ଡକାୟତି, ରାସ୍ତା ଲୁଟ୍, ଜମିଜମା ବିବାଦ ଏବଂ ବେଆଇନ ଅସ୍ତ୍ରଶସ୍ତ୍ର ଆଇନ ଭଳି ଅନେକ ଅପରାଧିକ କାର୍ଯ୍ୟକଳାପରେ ସକ୍ରିୟ ଭାବେ ସମ୍ପୃକ୍ତ ଥିଲା। ୨୦୨୧ ମସିହା ପର୍ଯ୍ୟନ୍ତ ତାର ଅପରାଧିକ ରେକର୍ଡ ଅତ୍ୟନ୍ତ ଗମ୍ଭୀର ରହିଥିବା ବେଳେ ସେ ନିକଟରେ ଜେଲ୍‌ରୁ ଜାମିନରେ ବାହାରି ପୁନର୍ବାର ଅପରାଧ ଦୁନିଆରେ ସକ୍ରିୟ ହୋଇପଡ଼ିଥିଲା। ଏହି ଏନକାଉଣ୍ଟର ପରେ ଫେରାର ହୋଇଯାଇଥିବା ଅନ୍ୟ ୪ ଜଣ ସହଯୋଗୀଙ୍କ ପରିଚୟ ସ୍ପଷ୍ଟ ହୋଇସାରିଛି ଏବଂ ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଆହତ ଲୋକେଶ ସିଂ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ତାକୁ ଅଧିକ ପଚରାଉଚରା କରାଯିବ। ଏହି ପଚରାଉଚରା ଦ୍ୱାରା ଆଞ୍ଚଳିକ ଅପରାଧିକ ସିଣ୍ଡିକେଟ୍, ଲୁଟ୍ ଘଟଣା ଏବଂ ସେମାନଙ୍କ ନିକଟରେ ଥିବା ଅସ୍ତ୍ରଶସ୍ତ୍ର ସମ୍ପର୍କରେ ଆହୁରି ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବ ବୋଲି ବାଲେଶ୍ୱର ଆରକ୍ଷୀ ଅଧୀକ୍ଷକ ଆଶା ପ୍ରକାଶ କରିଛନ୍ତି।

ବାଲେଶ୍ବର ଏନକାଉଣ୍ଟର ସୋର ଖବର
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ଜିଓ ଡିଜିଟାଲ କ୍ରାନ୍ତିର ସ୍ୱର୍ଣ୍ଣିମ ୧୦ ବର୍ଷ: ଯୋଡ଼ି ହେଲେ ପ୍ରାୟ ୨ କୋଟି ମୋବାଇଲ ଗ୍ରାହକ

September 4, 2026

ଅଭିଷେକ ବାନାର୍ଜୀଙ୍କ କାର୍ଯ୍ୟାଳୟ କୋଠାରେ ଲାଗିଲା ନୋଟିସ୍: ଖାଲି କରିବାକୁ ନିର୍ଦ୍ଦେଶ

September 4, 2026

ଏବେ WhatsApp ମାଧ୍ୟମରେ ପୈଠ କରନ୍ତୁ ବିଦ୍ୟୁତ୍ ଏବଂ ପାଣି ବିଲ୍: ଆରମ୍ଭ ହେଲା ନୂତନ ବୈଶିଷ୍ଟ୍ୟ

September 4, 2026

ବଡଗାମରେ ଜଣେ ଆତଙ୍କବାଦୀ ନିହତ: ସର୍ଚ୍ଚ ଅପରେସନ ଜାରି

September 4, 2026
Latest News

ସିମୁଳିଆରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶକୁ ଏନକାଉଣ୍ଟର, ଅନ୍ୟଜଣେ ଫେରାର

September 4, 2026

ଓଡ଼ିଶାରେ ଜିଓ ଡିଜିଟାଲ କ୍ରାନ୍ତିର ସ୍ୱର୍ଣ୍ଣିମ ୧୦ ବର୍ଷ: ଯୋଡ଼ି ହେଲେ ପ୍ରାୟ ୨ କୋଟି ମୋବାଇଲ ଗ୍ରାହକ

September 4, 2026

ଅଭିଷେକ ବାନାର୍ଜୀଙ୍କ କାର୍ଯ୍ୟାଳୟ କୋଠାରେ ଲାଗିଲା ନୋଟିସ୍: ଖାଲି କରିବାକୁ ନିର୍ଦ୍ଦେଶ

September 4, 2026

ଏବେ WhatsApp ମାଧ୍ୟମରେ ପୈଠ କରନ୍ତୁ ବିଦ୍ୟୁତ୍ ଏବଂ ପାଣି ବିଲ୍: ଆରମ୍ଭ ହେଲା ନୂତନ ବୈଶିଷ୍ଟ୍ୟ

September 4, 2026

ବଡଗାମରେ ଜଣେ ଆତଙ୍କବାଦୀ ନିହତ: ସର୍ଚ୍ଚ ଅପରେସନ ଜାରି

September 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.