Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଦାମ୍ବରମଙ୍କୁ ଝଟ୍‌କା : ସିବଆଇ ମାମଲାର ବିଚାରରେ ବିଳମ୍ବ ନେଇ ସର୍ବୋଚ୍ଚ କୋର୍ଟଙ୍କ ସୂଚନା
ଆଜିର ଖବର

ଚିଦାମ୍ବରମଙ୍କୁ ଝଟ୍‌କା : ସିବଆଇ ମାମଲାର ବିଚାରରେ ବିଳମ୍ବ ନେଇ ସର୍ବୋଚ୍ଚ କୋର୍ଟଙ୍କ ସୂଚନା

August 26, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ଝଟ୍‌କା । ଆଇଏନ୍‌ଏକ୍ସ ମିଡିଆ ମାମଲାରେ ସିବିଆଇ ଦ୍ବାରା ଗିରଫ ହୋଇଥିବା ଚିଦାମ୍ବରମଙ୍କ ମାମଲାର ଆଜି ସୁପ୍ରିମ୍‌କୋର୍ଟରେ ବିଚାର ହେବାର ଥିଲା । ମାତ୍ର ସୁପ୍ରିମକୋର୍ଟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ମାମଲାର ଆଜି ବିଚାର ହେବ ନାହିଁ । ବୁଧବାର ସିବିଆଇ ଦ୍ବାରା ଗିରଫ ହୋଇଥିବା ଚିଦାମ୍ବରମ୍‌ଙ୍କୁ 5 ଦିନିଆ ରିମାଣ୍ଡରେ ପଠାଇଥିଲେ ସ୍ବତନ୍ତ୍ର ସିବିଆଇ କୋର୍ଟ । ଏହାପରେ ଚିଦାମ୍ବରମ୍‌ଙ୍କ ଓକିଲ କପିଲ ଶିବଲ ଚିଦୁଙ୍କ ଗିରଫ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କରାଯାଇଥିବା ମାମଲା ବିରୋଧରେ ଦୁଇଟି ମାମଲା ରୁଜୁ କରିଥିଲେ । ସୋମବାର ସୁପ୍ରିମ୍‌କୋର୍ଟ ଶିବଲଙ୍କ ପକ୍ଷରୁ ଦାୟର କରାଯାଇଥିବା ଇଡି ମାମଲାର ଶୁଣାଣି ପାଇଁ ରାଜି ହୋଇଛନ୍ତି । ମାତ୍ର ସିବିଆଇ ଦ୍ବାରା ଗିରଫ ମାମଲାର ବିଚାର ସମ୍ପର୍କିତ ନିଷ୍ପତ୍ତି ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ନେବେ ବୋଲି ଜଣାପଡିଛି । ଗୁରୁବାର ଶିବଲ ଏହି ମାମଲା ରୁଜୁ କରିଥିବା ବେଳେ ତ୍ବରିତ ଶୁଣାଣିକୁ ସର୍ବୋଚ୍ଚ କୋର୍ଟ ଖଣ୍ଡନ କରିଥିଲେ । ଆଜି ଚିଦାମ୍ବରମ୍‌ଙ୍କ ରିମାଣ୍ଡ ଅବଧି ସରୁଥିବାରୁ ଅବଧି ବୃଦ୍ଧି କରିବା ନିମନ୍ତେ ସିବିଆଇ ପକ୍ଷରୁ ଆବେଦନ କରାଯିବ ବୋଲି ଜଣାପଡିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଏପ୍ରିଲ ୧୭ ତାରିଖ ଶୁକ୍ରବାର ଦିନ ସାତୋଟି ରାଶିର ଭାଗ୍ୟ ହେବ ଉଜ୍ଜ୍ଵଳ

April 17, 2026

କେବେ ହେବ ଖରାଛୁଟି ?

April 17, 2026

IMF GDP ରାଙ୍କିଂରେ ତଳକୁ ଖସିଲା ଭାରତ

April 17, 2026

ସୀମା ନିର୍ଦ୍ଧାରଣ ବିଲ୍ ପାସ୍ ହେବ କି ! ସଂଖ୍ୟାର ଜଟିଳ ଗଣିତ କଣ କହୁଛି ?

April 17, 2026
Latest News

ଆଜି ଏପ୍ରିଲ ୧୭ ତାରିଖ ଶୁକ୍ରବାର ଦିନ ସାତୋଟି ରାଶିର ଭାଗ୍ୟ ହେବ ଉଜ୍ଜ୍ଵଳ

April 17, 2026

କେବେ ହେବ ଖରାଛୁଟି ?

April 17, 2026

IMF GDP ରାଙ୍କିଂରେ ତଳକୁ ଖସିଲା ଭାରତ

April 17, 2026

ସୀମା ନିର୍ଦ୍ଧାରଣ ବିଲ୍ ପାସ୍ ହେବ କି ! ସଂଖ୍ୟାର ଜଟିଳ ଗଣିତ କଣ କହୁଛି ?

April 17, 2026

ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମିତ ଶିଶୁକୁ ନୂଆ ଜୀବନ ଦେଲା ସମ୍

April 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.