Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦିଲ୍ଲୀ ବିଧାନସଭାକୁ ବୋମା ଧମକ; ଖଲିସ୍ତାନୀ ସଂଗଠନ ଉପରେ ସନ୍ଦେହ
ଆଜିର ଖବର

ଦିଲ୍ଲୀ ବିଧାନସଭାକୁ ବୋମା ଧମକ; ଖଲିସ୍ତାନୀ ସଂଗଠନ ଉପରେ ସନ୍ଦେହ

September 8, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାକୁ ବୋମାରେ ଉଡ଼ାଇ ଦେବାକୁ ପୁଣି ମିଳିଛି ଧମକ । ଆଜି ସକାଳ ପ୍ରାୟ ୮.୩୯ ସମୟରେ ବିଧାନସଭା ବାଚସ୍ପତି ବିଜେନ୍ଦ୍ର ଗୁପ୍ତାଙ୍କ ଅଫିସିଆଲ ଇମେଲ୍ ଆଇଡି/ୱେବସାଇଟକୁ ଏହି ଧମକପୂର୍ଣ୍ଣ ବାର୍ତ୍ତା ଆସିଥିଲା । ବିଧାନସଭା ପରିସରକୁ ବୋମା ବିସ୍ଫୋରଣ କରି ଉଡ଼ାଇ ଦିଆଯିବ ବୋଲି ଇମେଲ୍‌ରେ ଉଲ୍ଲେଖ ରହିଥିଲା । ଧମକପୂର୍ଣ୍ଣ ଇମେଲ୍ ମିଳିବା ପରେ ବିଧାନସଭା ପରିସରରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ସୁରକ୍ଷା ଏଜେନ୍ସି ଏବଂ ଦିଲ୍ଲୀ ପୋଲିସର ଏକ ବୋମା ନିରୋଧକ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସମଗ୍ର ପରିସରକୁ ଘେରାବନ୍ଦୀ କରି ତନ୍ନ ତନ୍ନ କରି ଯାଞ୍ଚ ଆରମ୍ଭ କରିଥିଲେ । ଦୀର୍ଘସମୟର ବ୍ୟାପକ ସର୍ଚ୍ଚ ଅପରେସନ ପରେ କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନଥିବାରୁ ଏହାକୁ ଏକ ଗୁଜବ ବୋଲି ପୋଲିସ ସ୍ପଷ୍ଟ କରିଛି । ପ୍ରାଥମିକ ସୂଚନା ଅନୁଯାୟୀ, ଏହି ଧମକପୂର୍ଣ୍ଣ ଇମେଲ୍‌ ପଛରେ ଏକ ଖଲିସ୍ତାନୀ ସଂଗଠନର ହାତ ଥିବା ସନ୍ଦେହ କରାଯାଉଛି । ଇମେଲଟି କେଉଁ ସୋର୍ସରୁ ପଠାଯାଇଛି, ସେ ନେଇ ସାଇବର ସେଲ୍‌ ଓ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।

Delhi Assembly bomb threat Vijender Gupta threat email
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଅକ୍ଟୋବର ୧ ତାରିଖରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

October 1, 2026

ଚାକିରିରୁ ଅବସର ପାଇଁ ଆବେଦନ କଲେ ସନ୍ଥଗୋପାଳନ

September 30, 2026

ଅକ୍ଟୋବର ୧ରୁ ବଢ଼ିବ କ୍ଷୀର ଦର: ଲିଟର ପିଛା ୩ ଟଙ୍କା ମହଙ୍ଗା

September 30, 2026

ବିଜେପିରେ ବିଭାଜନ?: ଅଖିଳେଶ ଯାଦବଙ୍କ ସହ ଯୋଗୀ ମନ୍ତ୍ରୀଙ୍କ ସାକ୍ଷାତକୁ ନେଇ ଚର୍ଚ୍ଚା ଆରମ୍ଭ

September 30, 2026
Latest News

ଆଜି ଅକ୍ଟୋବର ୧ ତାରିଖରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

October 1, 2026

ଚାକିରିରୁ ଅବସର ପାଇଁ ଆବେଦନ କଲେ ସନ୍ଥଗୋପାଳନ

September 30, 2026

ଅକ୍ଟୋବର ୧ରୁ ବଢ଼ିବ କ୍ଷୀର ଦର: ଲିଟର ପିଛା ୩ ଟଙ୍କା ମହଙ୍ଗା

September 30, 2026

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରଶିକ୍ଷଣ, ନାଗରିକ କୈନ୍ଦ୍ରିକ ନିର୍ବାଚନ ଉପରେ ଫୋକସ୍‌

September 30, 2026

ସହକାରୀ ନିର୍ଦ୍ଦେଶକ ଗିରଫ, ଆୟଠାରୁ ୨୪୮% ଅଧିକ ସମ୍ପତ୍ତି

September 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.