ଜୟପୁର: ଜୟପୁରରେ ବନ୍ୟଜନ୍ତୁ ଚୋରାଚାଲାଣର ଏକ ବଡ଼ ମାମଲା ସାମ୍ନାକୁ ଆସିଛି। କଲରାପତରିଆ ବାଘଛାଲ ଡିଲ୍ ଚାଲିଥିବା ନେଇ ଗୁପ୍ତ ସୂଚନା ପାଇ ଗୁଜରାଟ ଡିଆରଆଇର ସ୍ୱତନ୍ତ୍ର ଗୋଇନ୍ଦା ଟିମ୍ ଜୟପୁର ଇରିଗେଶନ କଲୋନୀ ଅଞ୍ଚଳରେ ଚଢ଼ାଉ କରିଛି।
ଏହି ଚଢ଼ାଉ ବେଳେ ଘଟଣାସ୍ଥଳରୁ ବାଘଛାଲ ସହ ଏକ କାର୍ ଜବତ କରାଯାଇଛି। ବାଘଛାଲ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ବିଭୂତି ଭୂଷଣ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ପ୍ରାୟ ଛଅ ମାସ ପୂର୍ବରୁ ଏହି ବାଘଟିକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଡିଆରଆଇ ଟିମ୍ ଅଭିଯୁକ୍ତ, ଜବତ ବାଘଛାଲ ଓ କାର୍କୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଜୟପୁର ବନାଞ୍ଚଳ କାର୍ଯ୍ୟାଳୟକୁ ହସ୍ତାନ୍ତର କରିଛି।


