Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉଭୟ ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ମଧ୍ୟରେ ଏକକ ବୋର୍ଡ଼ ଗଠନ କରାଯାଉ: ଓଷ୍ଟା
ଆଜିର ଖବର

ଉଭୟ ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ମଧ୍ୟରେ ଏକକ ବୋର୍ଡ଼ ଗଠନ କରାଯାଉ: ଓଷ୍ଟା

September 9, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଷ୍ଟାର ଦାବି
ଉଭୟ ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ମଧ୍ୟରେ ଏକକ ବୋର୍ଡ଼ ଗଠନ କରାଯାଉ: ଓଷ୍ଟା

ଭୁବନେଶ୍ୱର: ରାଜ୍ୟସରକାର ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ଶ୍ରେଣୀ ପାଇଁ ଗୋଟିଏ ବୋର୍ଡ଼ ଗଠନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଯଦ୍ୱାରା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ଼) ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସି.ଏଚ୍‌.ଏସ୍‌.ଇ.) ର ମିଶ୍ରଣ କରାଯାଇ ଗୋଟିଏ ବୋର୍ଡ଼ ଗଠନ କରାଯିବ। ଏହି ବୋର୍ଡ଼ ମାଧ୍ୟମରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ମଧ୍ୟ କରାଯିବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଡ. ଏନ୍‌. ତିରୁମାଳା ନାୟକ ସୂଚନା ପ୍ରଦାନ କରିଛନ୍ତି। ଦଶମ ଓ ଦ୍ୱାଦଶ ଉଭୟଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହିତ ସମସ୍ତଙ୍କ ପାଇଁ ସମାନ ସୁବିଧା ଓ ସମାନ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇବା, ଆବଶ୍ୟକ ପରିମାଣର ଶିକ୍ଷକ ନିଯୁକ୍ତି ଦେବା ଏବଂ ପଦୋନ୍ନତି ପ୍ରଦାନ କରିବା ଆଦିର ସୁବ୍ୟବସ୍ଥା କରି ସରକାର ଏକକ ବୋର୍ଡ଼ ଗଠନ କରନ୍ତୁ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି।

ପ୍ରକାଶଥାଉକି, ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ଏକକ ବୋର୍ଡ଼ ଅଧୀନରେ ପରିଚାଳନା କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନ.ସି.ଇ.ଆର.ଟି.ର ପାଠ୍ୟକ୍ରମ ଆଧାରରେ ପୂର୍ବରୁ ଅନେକ ରାଜ୍ୟରେ ଚାଲୁ ରହିଥିଲେ ହେଁ ଏବେ ଆମ ରାଜ୍ୟରେ ଏହା କାର‌୍ୟ୍ୟକାରୀ ହେବାକୁ ଯାଉଛି। ଅବଶ୍ୟ ବର୍ତ୍ତମାନ ପର‌୍ୟ୍ୟନ୍ତ ଏ ସଂପର୍କରେ ରାଜ୍ୟ ସରକାର କୌଣସି ନିର୍ଦ୍ଦିଷ୍ଟ ରୂପରେଖ ପ୍ରଦାନ କରି ନାହାଁନ୍ତି।

ଉଭୟ ବି.ଏସ୍‌.ଇ. ଓ ସି.ଏଚ୍‌.ଏସ୍‌.ଇ. କୁ ମିଶ୍ରଣ କରି ଗୋଟିଏ ନୂତନ ବୋର୍ଡ଼ ଗଠନ କରିବା ନେଇ ପ୍ରସ୍ତୁତି ଚାଲିଥିବା କଥା ଗଣମାଧ୍ୟମରୁ ସୂଚନା ମିଳୁଛି। ସି.ବି.ଏସ୍‌.ଇ. ଢାଞ୍ଚାରେ ଏହି ବୋର୍ଡ଼ ଅଧୀନରେ ଦଶମ ଓ ଦ୍ୱାଦଶ ପରୀକ୍ଷା ପରିଚାଳନା କରାଯିବ। ଦୁଇଟି ବୋର୍ଡ଼ର କାର‌୍ୟ୍ୟକୁ ଏକାଠି କରାଯିବା ନିମନ୍ତେ ସରକାରୀ ସ୍ତରରେ କାର‌୍ୟ୍ୟକ୍ରମ ଆରମ୍ଭ ହୋଇଛି। ମିଶ୍ରଣ ପାଇଁ ବିଧିବଦ୍ଧ ପ୍ରକ୍ରିୟା ଚାଲୁ ରହିଥିବାରୁ ଏହି ନୂତନ ବ୍ୟବସ୍ଥା କେଉଁ ଶିକ୍ଷାବର୍ଷରୁ କାର‌୍ୟ୍ୟକାରୀ ହେବ ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ସମୟ ଘୋଷଣା କରାଯାଇ ନାହିଁ। ଏହି ପଦ୍ଧତି ଅନୁଯାୟୀ ପିଲାମାନେ ପୁସ୍ତକଗତ ଜ୍ଞାନ ହାସଲ କରିବା ସହିତ ବାସ୍ତବ ଅନୁଭବ ନିମନ୍ତେ ବ୍ୟାବହାରିକ(ପ୍ରାକ୍ଟିକାଲ) ଜ୍ଞାନ ମଧ୍ୟ ଗ୍ରହଣ କରିପାରିବେ।

ଏହି ବ୍ୟବସ୍ଥାରେ ମାତୃଭାଷାରେ ଶିକ୍ଷାଦାନକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଚଳିତ ବର୍ଷ ଜାନୁଆରୀରୁ ଯୁକ୍ତ ଦୁଇ ବିଜ୍ଞାନ ବିଷୟ ପାଇଁ ଓଡ଼ିଆ ଭାଷାରେ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଇଛି। ଆଗାମୀ ଦିନରେ ବାଣିଜ୍ୟ ଓ ଅନ୍ୟ ବିଷୟର ପାଠ୍ୟପୁସ୍ତକ ଓଡ଼ିଆ ଭାଷାରେ ଉପଲବ୍ଧ କରାଇବା ଦିଗରେ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳୁଛି। ଏହି ବ୍ୟବସ୍ଥାରେ ଡିଜିଟାଲ ମାଧ୍ୟମରେ ଶିକ୍ଷାଦାନର ବ୍ୟବସ୍ଥା ଉପରେ ଅଗ୍ରାଧିକାର ଦିଆଯାଇଛି। ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓଡ଼ିଶାର ବିଭିନ୍ନ ଉଚ୍ଚବିଦ୍ୟାଳୟରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଖୋଲାଯାଉ, ସମାନ କାମକୁ ସମାନ ଦରମା ପ୍ରଦାନ ସହିତ ଯୋଗ୍ୟତା ଭିତ୍ତିକ ପ୍ରମୋଶନ ଓ ନିଯୁକ୍ତି ପ୍ରଦାନ କରାଯାଉ ବୋଲି ଓଷ୍ଟା ପକ୍ଷରୁ ଦାବି କରାଯାଇଛି।

ଗୋଟିଏ ବୋର୍ଡ଼ ଗଠନ ହେଲେ ପାଠ୍ୟକ୍ରମ ପ୍ରସ୍ତୁତି ଏବଂ ପରୀକ୍ଷା ପରିଚାଳନାରେ ଯେଭଳି ଅସୁବିଧା ସୃଷ୍ଟି ନହେବ ସେଥିପ୍ରତି ରାଜ୍ୟର ଜନପ୍ରିୟ ସରକାର ଦୃଷ୍ଟି ଦେଇ ଏକକ ବୋର୍ଡ଼ ଗଠନ କରନ୍ତୁ ବୋଲି ଓଷ୍ଟା ପକ୍ଷରୁ ସଭାପତି ଅକ୍ଷୟ କୁମାର ମିଶ୍ର, କାର‌୍ୟ୍ୟକାରୀ ସଭାପତି ନିଳମଣୀ ପୁରୋହିତ, ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସମ୍ପାଦକ ବ୍ରଜ କିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର ଏବଂ ଶିକ୍ଷାପ୍ରଦୀପ ସମ୍ପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କୁ ଜଣାଇଛନ୍ତି।

ଉଚ୍ଚମାଧ୍ୟମିକ ମାଧ୍ୟମିକ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଅକ୍ଟୋବର ୧ ତାରିଖରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

October 1, 2026

ଚାକିରିରୁ ଅବସର ପାଇଁ ଆବେଦନ କଲେ ସନ୍ଥଗୋପାଳନ

September 30, 2026

ଅକ୍ଟୋବର ୧ରୁ ବଢ଼ିବ କ୍ଷୀର ଦର: ଲିଟର ପିଛା ୩ ଟଙ୍କା ମହଙ୍ଗା

September 30, 2026

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରଶିକ୍ଷଣ, ନାଗରିକ କୈନ୍ଦ୍ରିକ ନିର୍ବାଚନ ଉପରେ ଫୋକସ୍‌

September 30, 2026
Latest News

ଆଜି ଅକ୍ଟୋବର ୧ ତାରିଖରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

October 1, 2026

ଚାକିରିରୁ ଅବସର ପାଇଁ ଆବେଦନ କଲେ ସନ୍ଥଗୋପାଳନ

September 30, 2026

ଅକ୍ଟୋବର ୧ରୁ ବଢ଼ିବ କ୍ଷୀର ଦର: ଲିଟର ପିଛା ୩ ଟଙ୍କା ମହଙ୍ଗା

September 30, 2026

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରଶିକ୍ଷଣ, ନାଗରିକ କୈନ୍ଦ୍ରିକ ନିର୍ବାଚନ ଉପରେ ଫୋକସ୍‌

September 30, 2026

ସହକାରୀ ନିର୍ଦ୍ଦେଶକ ଗିରଫ, ଆୟଠାରୁ ୨୪୮% ଅଧିକ ସମ୍ପତ୍ତି

September 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.