Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଛାତ୍ରଙ୍କୁ ମାଜିଷ୍ଟ୍ରେଟଙ୍କ ନୋଟିସ୍: କ୍ଷୋଭ ପ୍ରକାଶ କଲେ ସୁପ୍ରିମକୋର୍ଟ
ଆଜିର ଖବର

ଛାତ୍ରଙ୍କୁ ମାଜିଷ୍ଟ୍ରେଟଙ୍କ ନୋଟିସ୍: କ୍ଷୋଭ ପ୍ରକାଶ କଲେ ସୁପ୍ରିମକୋର୍ଟ

September 9, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ଜୁଲାଇ ବିକ୍ଷୋଭରେ ଯୋଗ ଦେଇଥିବା ଜଣେ ଆଇନ୍ ଛାତ୍ରଙ୍କୁ ନୋଟିସ୍ ଜାରି କରିବା ଘଟଣାରେ ଗ୍ରେଟର ନୋଏଡାର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପରେ ସୁପ୍ରିମକୋର୍ଟ ପ୍ରବଳ କ୍ଷୋଭ ପ୍ରକାଶ କରିଛନ୍ତି। ପୂର୍ବରୁ ସିଜେପି ବିକ୍ଷୋଭ ସହ ଜଡ଼ିତ ଶିକ୍ଷାର୍ଥୀଙ୍କ ବିରୋଧରେ ରୁଜୁ ସମସ୍ତ ଏଫ୍‌ଆଇଆର୍‌କୁ ସୁପ୍ରିମକୋର୍ଟ ରଦ୍ଦ କରିଥିଲେ। ଏଥିସହ ପରବର୍ତ୍ତୀ ସମୟରେ କୌଣସି ଶିକ୍ଷାର୍ଥୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ। ଏହା ସତ୍ତ୍ୱେ କେମିତି କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ବିକ୍ଷୋଭରେ ସାମିଲ ଥିବା ଜଣେ ଆଇନ୍ ଛାତ୍ରଙ୍କୁ ନୋଟିସ୍ କଲେ ବୋଲି ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି। ଅସନ୍ତୋଷ ପ୍ରକାଶ କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ଦେଶର କୌଣସି ସ୍ଥାନରେ ଶିକ୍ଷାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେବାକୁ ଆମେ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଜାରି କରିଥିଲୁ, ତଥାପି ନୋଟିସ୍ କରିବାକୁ କେମିତି ଜଣେ ମାଜିଷ୍ଟ୍ରେଟ୍ ସାହସ ଦେଖାଇଲେ।

ସେପ୍ଟେମ୍ବର ୧ରେ ସୁପ୍ରିମକୋର୍ଟ ସମ୍ବିଧାନର ଧାରା ୧୪୨ରେ ଥିବା ସ୍ୱତନ୍ତ୍ର କ୍ଷମତାକୁ ବ୍ୟବହାର କରି ସିଜେପି ବିକ୍ଷୋଭ ସହ ଜଡ଼ିତ ଶିକ୍ଷାର୍ଥୀଙ୍କ ବିରୋଧରେ ରୁଜୁ ସମସ୍ତ ଏଫ୍‌ଆଇଆର୍‌କୁ ରଦ୍ଦ କରିଥିଲେ। ଜୁଲାଇ ୨୦ରୁ ୨୫ ମଧ୍ୟରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ରୁଜୁ ଏଫ୍‌ଆଇଆର୍‌କୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ଭବିଷ୍ୟତରେ ଆନ୍ଦୋଳନ ସହ ଜଡ଼ିତ ପିଲାମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ମଧ୍ୟ ଅଦାଲତ ସ୍ପଷ୍ଟ ଭାବେ କହିଥିଲେ। ତଥାପି ଗ୍ରେଟର ନୋଏଡା ମାଜିଷ୍ଟ୍ରେଟ୍ ଜଣେ ଛାତ୍ରଙ୍କୁ ନୋଟିସ୍ କରିଥିଲେ।

Judicial System MagistrateNotice Supreme Court
Share. Facebook Twitter LinkedIn Email WhatsApp Copy Link

Related Posts

ମଦ ନିଶାରେ ବାପାକୁ ଠେଙ୍ଗାରେ ପିଟି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ପୁଅ

September 9, 2026

ଉଭୟ ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ମଧ୍ୟରେ ଏକକ ବୋର୍ଡ଼ ଗଠନ କରାଯାଉ: ଓଷ୍ଟା

September 9, 2026

ପୋଲିସ ହାଇସ୍କୁଲରେ ବିପଦପୂର୍ଣ୍ଣ ଶ୍ରେଣୀଗୃହ: ଛାତରୁ ଖସିଲା ପ୍ଲାଷ୍ଟର, ବର୍ତ୍ତିଲେ ଛାତ୍ରଛାତ୍ରୀ

September 9, 2026

ଦେଶର ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ରେଳମାର୍ଗ ପ୍ରଶସ୍ତିକରଣ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି

September 9, 2026
Latest News

ମଦ ନିଶାରେ ବାପାକୁ ଠେଙ୍ଗାରେ ପିଟି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ପୁଅ

September 9, 2026

ଛାତ୍ରଙ୍କୁ ମାଜିଷ୍ଟ୍ରେଟଙ୍କ ନୋଟିସ୍: କ୍ଷୋଭ ପ୍ରକାଶ କଲେ ସୁପ୍ରିମକୋର୍ଟ

September 9, 2026

ଉଭୟ ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ମଧ୍ୟରେ ଏକକ ବୋର୍ଡ଼ ଗଠନ କରାଯାଉ: ଓଷ୍ଟା

September 9, 2026

ପୋଲିସ ହାଇସ୍କୁଲରେ ବିପଦପୂର୍ଣ୍ଣ ଶ୍ରେଣୀଗୃହ: ଛାତରୁ ଖସିଲା ପ୍ଲାଷ୍ଟର, ବର୍ତ୍ତିଲେ ଛାତ୍ରଛାତ୍ରୀ

September 9, 2026

ଦେଶର ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ରେଳମାର୍ଗ ପ୍ରଶସ୍ତିକରଣ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି

September 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.