Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅବୁଧାବିରେ ଆଇଏଚ୍‌ସି, ଆଇବିପିଜି ସହ ମୁଖ୍ୟମନ୍ତ୍ରୀଙ୍କ ଗୋଲଟେବୁଲ ବୈଠକ: ଓଡ଼ିଶା ହେବ ‘ବିଶ୍ୱ ଶିଳ୍ପ କେନ୍ଦ୍ର’
ଆଜିର ଖବର

ଅବୁଧାବିରେ ଆଇଏଚ୍‌ସି, ଆଇବିପିଜି ସହ ମୁଖ୍ୟମନ୍ତ୍ରୀଙ୍କ ଗୋଲଟେବୁଲ ବୈଠକ: ଓଡ଼ିଶା ହେବ ‘ବିଶ୍ୱ ଶିଳ୍ପ କେନ୍ଦ୍ର’

September 9, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶାରେ ଦୀର୍ଘମିଆଦୀ ପୁଞ୍ଜିନିବେଶ ସହ ରାଜ୍ୟକୁ ଏକ ‘ବିଶ୍ୱ ଶିଳ୍ପ କେନ୍ଦ୍ର’ (ଗ୍ଲୋବାଲ ଇଣ୍ଡଷ୍ଟ୍ରିଆଲ ହବ୍) ଭାବେ ଗଢ଼ିତୋଳିବା ପାଇଁ ଅବୁଧାବିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଗୋଲଟେବୁଲ ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଏବଂ ସଂଯୁକ୍ତ ଅରବ ଅମିରତ (ୟୁଏଇ) ମଧ୍ୟରେ ବୃହତ୍ତର ନିବେଶ ଓ ଶିଳ୍ପ ସହଯୋଗ ପାଇଁ ଏହି ବୈଠକ ଏକ ମଜବୁତ ସେତୁ ଭାବେ କାର୍ଯ୍ୟ କରିବ। ଅବୁଧାବିଠାରେ ଆନ୍ତର୍ଜାତୀୟ ହୋଲ୍ଡିଂ କମ୍ପାନୀ (ଆଇଏଚ୍‌ସି)ର ବ୍ୟବସାୟିକ ଶାଖା, ଗ୍ରୁପ୍ କମ୍ପାନୀଗୁଡ଼ିକ, ‘ଇଣ୍ଡିଆନ୍ ବିଜନେସ୍ ଆଣ୍ଡ ପ୍ରଫେସନାଲ ଗ୍ରୁପ୍’ (ଆଇବିପିଜି) ଏବଂ ପେଟ୍ରୋକେମିକାଲ କ୍ଷେତ୍ରର ବୋରଜ୍ କମ୍ପାନୀ ଭଳି ବିଶ୍ୱସ୍ତରୀୟ ସଂସ୍ଥାର ପ୍ରମୁଖ ନେତୃବୃନ୍ଦ ଓ ଅଧିକାରୀମାନଙ୍କ ସହ ମୁଖ୍ୟମନ୍ତ୍ରୀ ବିସ୍ତୃତ ଆଲୋଚନା କରିଛନ୍ତି।

ସନ୍ଧ୍ୟାରେ ଦୁବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଓଡ଼ିଶାରେ ଉତ୍ପାଦିତ ବିଭିନ୍ନ ଦ୍ରବ୍ୟର ଏକ ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ହଳଦୀ, ଅଦା, ସାମୁଦ୍ରିକ ଖାଦ୍ୟ, ଖାଦ୍ୟ ପ୍ରକ୍ରିୟାକରଣ, କଣ୍ଟ୍ରାକ୍ଟ ମାନୁଫାକ୍ଚରିଂ ଏବଂ ଦକ୍ଷ ମାନବସମ୍ବଳ କ୍ଷେତ୍ରରେ ଥିବା ସୁଯୋଗ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଓଡ଼ିଶା ଭିତ୍ତିକ ସଂସ୍ଥା ରୁଚି, ଫାର୍ମ ବି, ବି ୱାନ୍, ଓରି କ୍ଲିନ୍ ପ୍ରଭୃତି ଯୋଗଦେଇଥିଲେ।

ଏହି ଆଲୋଚନାଚକ୍ରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାକୁ ବିଶ୍ୱ ପୁଞ୍ଜି, ଉନ୍ନତ ପ୍ରଯୁକ୍ତିବିଦ୍ୟା ଓ ରଣନୈତିକ ଶିଳ୍ପ ଭାଗିଦାରୀ ଆଣିବା ପାଇଁ ଏହି ସୁଯୋଗ ସୃଷ୍ଟି କରାଯାଇଛି। ଭାରତର ପରବର୍ତ୍ତୀ ବିକାଶର କାହାଣୀରେ ଓଡ଼ିଶା ନେତୃତ୍ୱ ନେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରାଜ୍ୟରେ ଶିଳ୍ପ ବିକାଶ, ବୈଦେଶିକ ନିବେଶ ଏବଂ ଯୁବବର୍ଗଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ୟୁଏଇରେ ‘ଓଡ଼ିଶା ନିବେଶକ ସମ୍ମିଳନୀ’ ଆୟୋଜନ କରାଯାଉଛି।

ଉକ୍ତ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଇବିପିଜି ସଭାପତି ରାଜୀବ ଶାହା, ଶିଳ୍ପମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ୟୁଏଇର ଅର୍ଥ ଓ ପର୍ଯ୍ୟଟନ ମନ୍ତ୍ରୀ ତଥା କାଉନ୍ସିଲ ଅଫ୍ ଇଣ୍ଟରନ୍ୟାସନାଲ ଇନ୍‌ଭେଷ୍ଟମେଣ୍ଟସ (ସିଆଇଆଇ)ର ଅଧ୍ୟକ୍ଷ ଅବଦୁଲ୍ଲା ବିନ୍ ତୋକ୍ ଅଲ୍ ମାରିଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହାସହ ଇଣ୍ଡିଆନ୍ ବିଜନେସ୍ ଆଣ୍ଡ ପ୍ରଫେସନାଲ କାଉନ୍ସିଲ୍, ଏମିରେଟ୍ସ ଗ୍ଲୋବାଲ ଆଲୁମିନିୟମ୍, ମିଡିଲ୍ ଇଷ୍ଟ ରିସାଇକ୍ଲିଂ ଆସୋସିଏସନ୍ ଏବଂ ଓଡ଼ିଶା ବିଜନେସ୍ ଡେଲିଗେସନ୍ ସହ ମଧ୍ୟ ପୃଥକ୍ ପୃଥକ୍ ଆଲୋଚନା କରାଯିବ।

AbuDhabi cmodisha Invest In Odisha Odisha
Share. Facebook Twitter LinkedIn Email WhatsApp Copy Link

Related Posts

ମଦ ନିଶାରେ ବାପାକୁ ଠେଙ୍ଗାରେ ପିଟି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ପୁଅ

September 9, 2026

ଛାତ୍ରଙ୍କୁ ମାଜିଷ୍ଟ୍ରେଟଙ୍କ ନୋଟିସ୍: କ୍ଷୋଭ ପ୍ରକାଶ କଲେ ସୁପ୍ରିମକୋର୍ଟ

September 9, 2026

ଉଭୟ ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ମଧ୍ୟରେ ଏକକ ବୋର୍ଡ଼ ଗଠନ କରାଯାଉ: ଓଷ୍ଟା

September 9, 2026

ପୋଲିସ ହାଇସ୍କୁଲରେ ବିପଦପୂର୍ଣ୍ଣ ଶ୍ରେଣୀଗୃହ: ଛାତରୁ ଖସିଲା ପ୍ଲାଷ୍ଟର, ବର୍ତ୍ତିଲେ ଛାତ୍ରଛାତ୍ରୀ

September 9, 2026
Latest News

ଅବୁଧାବିରେ ଆଇଏଚ୍‌ସି, ଆଇବିପିଜି ସହ ମୁଖ୍ୟମନ୍ତ୍ରୀଙ୍କ ଗୋଲଟେବୁଲ ବୈଠକ: ଓଡ଼ିଶା ହେବ ‘ବିଶ୍ୱ ଶିଳ୍ପ କେନ୍ଦ୍ର’

September 9, 2026

ମଦ ନିଶାରେ ବାପାକୁ ଠେଙ୍ଗାରେ ପିଟି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ପୁଅ

September 9, 2026

ଛାତ୍ରଙ୍କୁ ମାଜିଷ୍ଟ୍ରେଟଙ୍କ ନୋଟିସ୍: କ୍ଷୋଭ ପ୍ରକାଶ କଲେ ସୁପ୍ରିମକୋର୍ଟ

September 9, 2026

ଉଭୟ ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ମଧ୍ୟରେ ଏକକ ବୋର୍ଡ଼ ଗଠନ କରାଯାଉ: ଓଷ୍ଟା

September 9, 2026

ପୋଲିସ ହାଇସ୍କୁଲରେ ବିପଦପୂର୍ଣ୍ଣ ଶ୍ରେଣୀଗୃହ: ଛାତରୁ ଖସିଲା ପ୍ଲାଷ୍ଟର, ବର୍ତ୍ତିଲେ ଛାତ୍ରଛାତ୍ରୀ

September 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.