Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୁନା ମୁଦି ଯୋଜନାକୁ ନେଇ ବଡ଼ ଅପଡେଟ୍, ଘୁଞ୍ଚିଲା ଲଞ୍ଚ ଡେଟ୍
ଆଜିର ଖବର

ସୁନା ମୁଦି ଯୋଜନାକୁ ନେଇ ବଡ଼ ଅପଡେଟ୍, ଘୁଞ୍ଚିଲା ଲଞ୍ଚ ଡେଟ୍

September 9, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଚେନ୍ନାଇ: ନବଜାତ ଶିଶୁଙ୍କ ପାଇଁ ତାମିଲନାଡୁ ସରକାରଙ୍କ ବଡ଼ କଲ୍ୟାଣକାରୀ ଯୋଜନା। ସରକାରୀ ହସ୍ପିଟାଲରେ ଜନ୍ମିତ ଶିଶୁଙ୍କୁ ଏକ ଗ୍ରାମର ସୁନା ମୁଦି ଦେବାକୁ ଘୋଷଣା କରାଯାଇଥିବା ‘ଥାଇମାମାନ ଥାଙ୍ଗା ମୋଥିରାମ ଥିତମ’ ଯୋଜନାର ଶୁଭାରମ୍ଭ ତାରିଖକୁ ସ୍ଥଗିତ ରଖାଯାଇଛି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ବିଦେଶ ଗସ୍ତ ଯୋଗୁଁ ସେପ୍ଟେମ୍ବର ୧୫ରେ ହେବାକୁ ଥିବା ଉଦ୍‌ଘାଟନ କାର୍ଯ୍ୟକ୍ରମ ଘୁଞ୍ଚାଇ ଦିଆଯାଇଛି।

ତାମିଲନାଡୁର ସ୍ୱାସ୍ଥ୍ୟମନ୍ତ୍ରୀ କେଜି ଅରୁଣରାଜ ବୁଧବାର ଏନେଇ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ବିଜୟ ଲଣ୍ଡନରୁ ଫେରିବା ପରେ ମାଦୁରାଇ ଜିଲ୍ଲାର ଉସିଲାମପଟ୍ଟିରେ ଏହି ଯୋଜନାର ଶୁଭାରମ୍ଭ କରିବେ ବୋଲି ସେ କହିଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ଅନ୍ନାଦୁରାଇଙ୍କ ଜନ୍ମବାର୍ଷିକୀ ଅବସରରେ ସେପ୍ଟେମ୍ବର ୧୫ରୁ ଏହି ଯୋଜନା ଆରମ୍ଭ ହେବାର ଥିଲା। ହେଲେ ମୁଖ୍ୟମନ୍ତ୍ରୀଙ୍କ ଲଣ୍ଡନ ଗସ୍ତ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଛି।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ସେପ୍ଟେମ୍ବର ୨୫ରେ ଯୋଜନା ଆରମ୍ଭ ହେବା ନେଇ ଖୁବ୍‌ଶୀଘ୍ର ସରକାରୀ ଘୋଷଣା କରାଯିବ।

‘ଥାଇମାମାନ ଥାଙ୍ଗା ମୋଥିରାମ ଥିତମ’ ହେଉଛି ତାମିଲନାଡୁ ସରକାରଙ୍କ ଏକ ନୂଆ କଲ୍ୟାଣକାରୀ ପଦକ୍ଷେପ। ଏହି ଯୋଜନା ଅଧୀନରେ ସରକାରୀ ହସ୍ପିଟାଲରେ ଜନ୍ମିତ ଯୋଗ୍ୟ ଶିଶୁଙ୍କୁ ଏକ ଗ୍ରାମର ସୁନା ମୁଦି ପ୍ରଦାନ କରାଯିବ।

ବିଶେଷ କଥା ହେଉଛି, ଏହି ମୁଦିଗୁଡ଼ିକ ୯୧୬ ହଲମାର୍କଯୁକ୍ତ ହେବ। ଅର୍ଥାତ୍ ହିତାଧିକାରୀଙ୍କୁ ଦିଆଯିବାକୁ ଥିବା ସୁନାର ଗୁଣବତ୍ତା ଉପରେ ମଧ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି।

ସରକାରୀ ବିବୃତ୍ତି ଅନୁଯାୟୀ, ତାମିଲନାଡୁର ସରକାରୀ ହସ୍ପିଟାଲରେ ଜନ୍ମ ନେଉଥିବା ଏବଂ ଯାହାଙ୍କ ମା’ ତାମିଲନାଡୁର ସ୍ଥାୟୀ ବାସିନ୍ଦା, ସେହି ପରିବାରର ଶିଶୁମାନେ ଏହି ଯୋଜନାର ଲାଭ ପାଇବେ।

୨୨ ଜୁନ୍ ୨୦୨୬ଠାରୁ ସରକାରୀ ହସ୍ପିଟାଲରେ ଜନ୍ମିତ ଶିଶୁମାନଙ୍କୁ ଏହି ଯୋଜନାର ହିତାଧିକାରୀ ଭାବେ ବିଚାର କରାଯିବ।

ଏହି ଯୋଜନାକୁ ଲାଗୁ କରିବା ପାଇଁ ତାମିଲନାଡୁ ସରକାର ଚଳିତ ବର୍ଷ ₹୭୫୫.୮୩ କୋଟି ବ୍ୟୟବରାଦ କରିଛନ୍ତି। ଏହା ମାଧ୍ୟମରେ ନବଜାତ ଶିଶୁଙ୍କ ପରିବାରକୁ ସାମାଜିକ ଓ ଆର୍ଥିକ ସହାୟତା ଦେବା ସହ ମାତୃ-ଶିଶୁ ସ୍ୱାସ୍ଥ୍ୟସେବାକୁ ଅଧିକ ପ୍ରୋତ୍ସାହନ ଦେବା ସରକାରଙ୍କ ଲକ୍ଷ୍ୟ।

ଏହି ଯୋଜନାର ଶୁଭାରମ୍ଭ ପାଇଁ ମାଦୁରାଇ ଜିଲ୍ଲାର ଉସିଲାମପଟ୍ଟିକୁ ବାଛିବା ପଛରେ ସ୍ଥାନୀୟ ସାମାଜିକ ଓ ସାଂସ୍କୃତିକ ପରମ୍ପରାକୁ କାରଣ ଦର୍ଶାଯାଇଛି।

ଦକ୍ଷିଣ ତାମିଲନାଡୁର ମାଦୁରାଇ, ଶିବଗଙ୍ଗା, ରାମନାଥପୁରମ, ଥେନି, ପୁଡୁକ୍କୋଟାଇ, ତିରୁନେଲଭେଲି, କନ୍ୟାକୁମାରୀ, ଥୁଥୁକୁଡି ଓ ତାଞ୍ଜାଭୁର ଭଳି ଅଞ୍ଚଳରେ ମାମୁଁ-ଭଣଜା ସମ୍ପର୍କକୁ ବିଶେଷ ଗୁରୁତ୍ୱ ଦିଆଯାଏ। ଏହି ପାରମ୍ପରିକ ସମ୍ପର୍କକୁ ଆଧାର କରି ଯୋଜନାର ନାମକରଣ ଓ ଶୁଭାରମ୍ଭ ସ୍ଥାନ ଚୟନ କରାଯାଇଥିବା କୁହାଯାଇଛି।

ତାମିଲନାଡୁ ସରକାର କହିଛନ୍ତି ଯେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଏହାର ପ୍ରମୁଖ ପ୍ରାଥମିକତା। ଗର୍ଭବତୀ ମହିଳାଙ୍କୁ ଆର୍ଥିକ ସହାୟତା, ମାଗଣା ପ୍ରସବ ଓ ନବଜାତ ଶିଶୁଙ୍କ ଯତ୍ନ, ଜରୁରୀକାଳୀନ ପ୍ରସୂତି ସେବା, ପୁଷ୍ଟି ଯୋଗାଣ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ଯୋଜନା ରାଜ୍ୟରେ ଚାଲୁ ରହିଛି।

ଏହି ପରିପ୍ରେକ୍ଷୀରେ ସରକାରୀ ହସ୍ପିଟାଲରେ ଜନ୍ମିତ ଶିଶୁଙ୍କୁ ସୁନା ମୁଦି ପ୍ରଦାନ ଯୋଜନାକୁ ମଧ୍ୟ ମାତୃ ଓ ଶିଶୁ କଲ୍ୟାଣ ସହ ଯୋଡ଼ି ଦେଖାଯାଉଛି।

ତେବେ କେବଳ ଏହି ଯୋଜନା ନୁହେଁ, ‘କାମରାଜ ଜଳଖିଆ ଯୋଜନା’ର ବିସ୍ତାରକୁ ମଧ୍ୟ ସ୍ଥଗିତ ରଖାଯାଇଥିବା ରିପୋର୍ଟ ଆସିଛି। ଏବେ ସମସ୍ତଙ୍କ ନଜର ସେପ୍ଟେମ୍ବର ୨୫ର ସମ୍ଭାବ୍ୟ ଶୁଭାରମ୍ଭ ଓ ସରକାରଙ୍କ ଚୂଡ଼ାନ୍ତ ଘୋଷଣା ଉପରେ ରହିଛି।

ଥାଇମାମାନ ଥାଙ୍ଗା ମୋଥିରାମ ଥିତମ ସୁନା ମୁଦି
Share. Facebook Twitter LinkedIn Email WhatsApp Copy Link

Related Posts

ଦନ୍ତାହାତୀ ଆକ୍ରମଣରେ ଚାଷୀ ମୃତ

September 9, 2026

ଅବୁଧାବିରେ ଆଇଏଚ୍‌ସି, ଆଇବିପିଜି ସହ ମୁଖ୍ୟମନ୍ତ୍ରୀଙ୍କ ଗୋଲଟେବୁଲ ବୈଠକ: ଓଡ଼ିଶା ହେବ ‘ବିଶ୍ୱ ଶିଳ୍ପ କେନ୍ଦ୍ର’

September 9, 2026

ମଦ ନିଶାରେ ବାପାକୁ ଠେଙ୍ଗାରେ ପିଟି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ପୁଅ

September 9, 2026

ଛାତ୍ରଙ୍କୁ ମାଜିଷ୍ଟ୍ରେଟଙ୍କ ନୋଟିସ୍: କ୍ଷୋଭ ପ୍ରକାଶ କଲେ ସୁପ୍ରିମକୋର୍ଟ

September 9, 2026
Latest News

ସୁନା ମୁଦି ଯୋଜନାକୁ ନେଇ ବଡ଼ ଅପଡେଟ୍, ଘୁଞ୍ଚିଲା ଲଞ୍ଚ ଡେଟ୍

September 9, 2026

ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୦୦ ଡଲାର ଟପିଲା: ବଢ଼ିବ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ଦର !

September 9, 2026

ଦନ୍ତାହାତୀ ଆକ୍ରମଣରେ ଚାଷୀ ମୃତ

September 9, 2026

ସେୟାର ବଜାରରେ କମ୍ପନ: ୮୧୩ ପଏଣ୍ଟ ଖସିଲା ସେନ୍‌ସେକ୍ସ

September 9, 2026

୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଭବ୍ୟ ସମାପନ

September 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.