Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆନ୍ତଃଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି ବୈଠକ ଅନୁଷ୍ଠିତ
ଆଜିର ଖବର

ଆନ୍ତଃଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି ବୈଠକ ଅନୁଷ୍ଠିତ

September 10, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଆନ୍ତଃଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି ବୈଠକ ଅନୁଷ୍ଠିତ
ଆନ୍ତଃଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି ବୈଠକ ଅନୁଷ୍ଠିତ

ରାଞ୍ଚି: ରାଞ୍ଚି ସ୍ଥିତ ୟୁଆଇଡିଏଆଇ ଆଞ୍ଚଳିକ କାର୍ଯ୍ୟାଳୟ ଠାରେ ଏକ ଆନ୍ତଃଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି (ଆଇଏମପିସିସି) ବୈଠକ ଅନୁଷ୍ଠିତ ହୋଇଯାଇଛି। ପିଆଇବି ଭୁବନେଶ୍ୱର ଓ ରାଞ୍ଚିର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଅଖିଳ କୁମାର ମିଶ୍ର ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରତିଷ୍ଠାନର ପ୍ରତିନିଧିମାନେ ଯୋଗ ଦେଇ ଜନହିତ ସହ ଜଡ଼ିତ ଯୋଜନା ବିଷୟରେ ମତବିନିମୟ କରିବା ସହିତ ସେମାନଙ୍କର ଉପଲବ୍ଧି ସମ୍ପର୍କରେ ଅବତାରଣା କରିଥିଲେ।

ଗଣ ଯୋଗାଯୋଗକୁ ଅଧିକ ଅର୍ଥପୂର୍ଣ୍ଣ ଏବଂ ପ୍ରଭାବୀ କରିବା ଲାଗି ମାନବୀୟ ସମ୍ବେଦନଶୀଳତାର ଗୁରୁତ୍ୱ ଉପରେ ଶ୍ରୀ ମିଶ୍ର ଆଲୋକପାତ କରିଥିଲେ। ଫ୍ରାଞ୍ଜ କାଫକାଙ୍କ ‘‘ମେଟାମର୍ଫୋସିସ୍’’ ବିଷୟରେ ଉଲ୍ଲେଖ କରି ସେ କହିଥିଲେ, ମାନବ ସମ୍ପର୍କ ନଷ୍ଟ ହୋଇଗଲେ, ଯୋଗାଯୋଗ ଏକ ସେତୁ ବଦଳରେ ଏକ ପ୍ରତିବନ୍ଧକ ହୋଇଥାଏ । ବିଚ୍ଛିନ୍ନତା, ପ୍ରତ୍ୟାହାର, ମୂଲ୍ୟହୀନତାର ଭାବନା ଏବଂ ଭିନ୍ନତାରୁ ସୃଷ୍ଟି ହେଉଥିବା ପ୍ରତିବନ୍ଧକଗୁଡ଼ିକୁ ଭାଙ୍ଗିବାକୁ ପଡ଼ିବ । କାରଣ ପ୍ରତ୍ୟେକ କ୍ରିୟା ପଛରେ ଥିବା ମଣିଷକୁ ଚିହ୍ନି ପାରିଲେ ଯୋଗାଯୋଗ ପ୍ରକୃତରେ ପ୍ରଭାବଶାଳୀ ହୋଇଯାଏ ।

ୟୁଆଇଡିଏଆଇର ନିର୍ଦ୍ଦେଶକ (ଅଭିଯୋଗ ସମାଧାନ) ରାଜର୍ଷି ଦେ ଝାଡ଼ଖଣ୍ଡରେ ଆଧାର ନେଟୱାର୍କର ପ୍ରସାର ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ, ସେପ୍ଟେମ୍ବର ୨୦୨୬ ସୁଦ୍ଧା ୧୪ ଜିଲ୍ଲାରେ ସେବା କେନ୍ଦ୍ର ପହଞ୍ଚିଛି ଏବଂ ଜନସେବା ଆଧାର ସେବା କେନ୍ଦ୍ରଗୁଡ଼ିକ ୨୨ ଜିଲ୍ଲାରେ ସେବା ପ୍ରଦାନ କରୁଛି ।

ରାଞ୍ଚି ଦୂରଦର୍ଶନ କେନ୍ଦ୍ରର ଅଧିକାରୀ ଦିବାକର କୁମାର, ଏମଏମଡିଆର ସଂଶୋଧନ ଆଇନ ସହିତ ୟୁପିଆଇ, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଏବଂ ଆୟୁଷ୍ମାନ ଭାରତର ୧୦ବର୍ଷ ପୂର୍ତ୍ତିକୁ ନେଇ ହୋଇଥିବା ପ୍ରଚାରପ୍ରସାର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ଆକାଶବାଣୀ ନ୍ୟୁଜ୍ ୟୁନିଟ୍ ମୁଖ୍ୟ ମହଭିଶ ରହମାନ ଜିଲ୍ଲାସ୍ତରୀୟ ପ୍ରସାର ଏବଂ ଆଞ୍ଚଳିକ ଭାଷା ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟତମ ଅଧିକାରୀ ପ୍ରଭୁ ଶରଣ ବୈଠକରେ ସାଇବର ଠକେଇ, ଭ୍ରମାତ୍ମକ ବିଜ୍ଞାପନ, ଲୋକ ଅଦାଲତ, କୃଷି ଏବଂ ପୋଷଣ ମାସ ଉପରେ ଆଧାରିତ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ।

ସିଜିଏଚଏସର ଡାକ୍ତର ସୁନ୍ଦରମ୍, ରାଞ୍ଚିରେ ୩୦ରୁ ଅଧିକ ତାଲିକାଭୁକ୍ତ ହସ୍ପିଟାଲ, ଆଗାମୀ ଜାମସେଦପୁର କେନ୍ଦ୍ର ଏବଂ ପ୍ରସ୍ତାବିତ ଆୟୁର୍ବେଦ କେନ୍ଦ୍ର ଓ ପ୍ରୟୋଗଶାଳା ସମେତ ବିଭିନ୍ନ ସ୍ୱାସ୍ଥ୍ୟସେବା ସୁବିଧା ସୂଚନା ଦେଇଥିଲେ। ଦକ୍ଷିଣ ପୂର୍ବ ରେଳବାଇ, ରାଞ୍ଚି ଡିଭିଜନର ସହାୟକ ବାଣିଜ୍ୟିକ ପରିଚାଳକ ଅଭିଜିତ ବିଶ୍ୱାସ, ଅମୃତ ଭାରତ ଷ୍ଟେସନ, ୬୦ଟି ସ୍ୱତନ୍ତ୍ର ଟ୍ରେନ୍ ଯାତ୍ରା, ୯୫.୭୮% ସମୟାନୁବର୍ତ୍ତିତା, ୧୩୯ ହେଲ୍ପଲାଇନ୍ ଏବଂ ରେଳ ୱାନ୍ ଆପ୍ ସମେତ ପ୍ରମୁଖ ଯାତ୍ରୀ ସେବା ସମ୍ପର୍କରେ ଉଲ୍ଲେଖ କରିଥିଲେ।

ଆଇଓସିଏଲ ରାଞ୍ଚି ଡିଭିଜନର ଅଧିକାରୀ ଡକ୍ଟର ପ୍ରଦୀପ ପାଉଲ ପଶ୍ଚିମ ଏସିଆ ସଙ୍କଟ ସମୟରେ ସ୍ଥିର ଇନ୍ଧନ ଯୋଗାଣ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ । ନାବାର୍ଡ ଅଧିକାରୀ ଅମିତ କୁମାର ରାଞ୍ଚିରେ ଗ୍ରାମୀଣ ଭାରତ ମହୋତ୍ସବ ସମେତ ସମବାୟ ବ୍ୟାଙ୍କ କମ୍ପ୍ୟୁଟରୀକରଣ, ଏଫପିଓ, ଜିଆଇ ଉତ୍ପାଦ ଏବଂ ଗ୍ରାମୀଣ ଉଦ୍ୟୋଗ ଉପରେ ସୂଚନା ଦେଇଥିଲେ ।

ସିଆଇଏସଏଫ ଅଧିକାରୀ ଅମିତ କୁମାର କହିଥିଲେ, ରାଞ୍ଚି ବିମାନବନ୍ଦରରେ ପ୍ରତିଦିନ ପ୍ରାୟ ୩ହଜାରରୁ ଅଧିକ ଯାତ୍ରୀଙ୍କ ନିରାପଦ ଏବଂ ସୁଗମ ପରିଚାଳନା ସୁନିଶ୍ଚିତ କରାଯାଉଛି । ଏଥିରେ ଡିଜି ଯାତ୍ରାର ମଧ୍ୟ ବହୁଳ ବ୍ୟବହାର ହେଉଛି । ଆଇସିଏଆର-ଏନଆଇଏସଏର ଡକ୍ଟର ନିରଞ୍ଜନ ପ୍ରସାଦ ପ୍ରମୁଖ ଗବେଷଣା ଏବଂ ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ଡକ୍ଟର ବାବୁରାଜ ପି.ପି ବିଭିନ୍ନ ପାଣିପାଗ ସୂଚନା ପ୍ରଦାନରେ ୨୧ଟି ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ରର ଭୂମିକା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

ସୁଶ୍ରୀ ଶ୍ରେୟା ଶ୍ରେ ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ୧୭୬ ବର୍ଷର ଐତିହ୍ୟ ଏବଂ ଖଣିଜ ଅନୁସନ୍ଧାନ କାର୍ଯ୍ୟ ବିଷୟରେ ସୂଚନା ଦେଇଥିଲେ। ସେହିପରି ରାଞ୍ଚିସ୍ଥିତ ସେଲ୍ ର ଯୋଗାଯୋଗ ମୁଖ୍ୟ ଉଜ୍ଜ୍ୱଳ ଭାସ୍କର ପ୍ରତିଷ୍ଠାନ ଯାତ୍ରା, କାର୍ଯ୍ୟ ଏବଂ ସଫଳତା ବିଷୟରେ ସୂଚନା ଦେଇଥିଲେ।

ବୈଠକରେ ୟୁଆଇଡିଏଆଇ ଆଞ୍ଚଳିକ କାର୍ଯ୍ୟାଳୟର ନିର୍ଦ୍ଦେଶକ ନୀରଜ କୁମାର; ଆକାଶବାଣୀର ଜାଭିୟର କାଣ୍ଡୁଲନା; ରାଞ୍ଚି ରେଳ ବିଭାଗ ଚନ୍ଦନ କୁମାର ସିଂହ; ୟୁଆଇଡିଏଆଇ ଆଞ୍ଚଳିକ କାର୍ଯ୍ୟାଳୟ ଅବଦୁଲ କଲାମ ଅନସାରୀ ଏବଂ ପିଆଇବି ରାଞ୍ଚିର ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ।

ଅଖିଳ ମିଶ୍ର ଆଇଏମପିସିସି ପିଆଇବି ଭୁବନେଶ୍ୱର ରାଞ୍ଚି
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରସ୍ଥିତ CSIR-IMMT ଗସ୍ତ କଲେ ଆମେରିକୀୟ କନସୁଲ ଜେନେରାଲ

September 10, 2026

ସୋଆ କୃଷି ମହାବିଦ୍ୟାଳୟର ୨୦୨୬ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

September 10, 2026

ବିରଜାଈ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତା ସମାବେଶ ଓ ମିଶ୍ରଣ ପର୍ବ

September 10, 2026

ସେପ୍ଟେମ୍ବର ୧୦ ରାଶିଫଳ: କ’ଣ ରହିବ ଆପଣଙ୍କ ଭାଗ୍ୟଫଳ?

September 10, 2026
Latest News

ଆନ୍ତଃଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି ବୈଠକ ଅନୁଷ୍ଠିତ

September 10, 2026

ଭୁବନେଶ୍ୱରସ୍ଥିତ CSIR-IMMT ଗସ୍ତ କଲେ ଆମେରିକୀୟ କନସୁଲ ଜେନେରାଲ

September 10, 2026

ସୋଆ କୃଷି ମହାବିଦ୍ୟାଳୟର ୨୦୨୬ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

September 10, 2026

ବିରଜାଈ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତା ସମାବେଶ ଓ ମିଶ୍ରଣ ପର୍ବ

September 10, 2026

ସେପ୍ଟେମ୍ବର ୧୦ ରାଶିଫଳ: କ’ଣ ରହିବ ଆପଣଙ୍କ ଭାଗ୍ୟଫଳ?

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.