Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଯୁକ୍ତ୨ରେ ନୂଆ ଧନ୍ଦାମୂଳକ ପାଠ୍ୟକ୍ରମ: ହେଲ୍‌ଥକେୟାର ଓ ଆପାରେଲ୍ସ ପଢ଼ିବେ ଛାତ୍ରଛାତ୍ରୀ
ଆଜିର ଖବର

ଯୁକ୍ତ୨ରେ ନୂଆ ଧନ୍ଦାମୂଳକ ପାଠ୍ୟକ୍ରମ: ହେଲ୍‌ଥକେୟାର ଓ ଆପାରେଲ୍ସ ପଢ଼ିବେ ଛାତ୍ରଛାତ୍ରୀ

September 10, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଯୁକ୍ତ୨ ଶିକ୍ଷା ପରେ କେବଳ ଉଚ୍ଚଶିକ୍ଷା ନୁହେଁ, ଦକ୍ଷତାଭିତ୍ତିକ ରୋଜଗାର ପାଇଁ ମଧ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବା ଦିଗରେ ଆଉ ଏକ ପଦକ୍ଷେପ ନେଇଛି ଓଡ଼ିଶା। ରାଜ୍ୟର ଯୁକ୍ତ୨ ଶିକ୍ଷା ବ୍ୟବସ୍ଥାରେ ସାମିଲ ହୋଇଛି ଆଉ ଦୁଇଟି ନୂଆ ଧନ୍ଦାମୂଳକ ପାଠ୍ୟକ୍ରମ। ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ହେଲ୍‌ଥକେୟାର ଏବଂ ଆପାରେଲ୍ସକୁ ନୂଆ ଟ୍ରେଡ୍‌ ବିଷୟ ଭାବେ ଅନୁମୋଦନ କରିଛି ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ)।

ଏହାଦ୍ବାରା କଳା, ବିଜ୍ଞାନ, ବାଣିଜ୍ୟ ସହ ଧନ୍ଦାମୂଳକ ଷ୍ଟ୍ରିମ୍‌ର ଛାତ୍ରଛାତ୍ରୀମାନେ ମଧ୍ୟ ନିଜ ମୁଖ୍ୟ ବିଷୟ ସହ ଏହି ଦୁଇଟି ପାଠ୍ୟକ୍ରମ ମଧ୍ୟରୁ ଗୋଟିଏକୁ ବାଛିବାର ସୁଯୋଗ ପାଇବେ। ଅର୍ଥାତ୍‌ ଯୁକ୍ତ୨ ସ୍ତରରୁ ହିଁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦିଷ୍ଟ ବୃତ୍ତି ପାଇଁ ଆବଶ୍ୟକ ଦକ୍ଷତା ଓ ପ୍ରାୟୋଗିକ ଜ୍ଞାନ ଦିଆଯିବ।

ଯୁକ୍ତ୨ରେ ସାଧାରଣତଃ ଛାତ୍ରଛାତ୍ରୀଙ୍କୁ ୬ଟି ବିଷୟରେ ପରୀକ୍ଷା ଦେବାକୁ ପଡ଼ିଥାଏ। ନୂଆ ବ୍ୟବସ୍ଥାରେ ପୂର୍ବପରି ୫ଟି ବିଷୟ ସହିତ ହେଲ୍‌ଥକେୟାର କିମ୍ବା ଆପାରେଲ୍ସ ମଧ୍ୟରୁ ଗୋଟିଏ ବିଷୟ ବାଛିପାରିବେ ଛାତ୍ରଛାତ୍ରୀ। ଫଳରେ ପାରମ୍ପରିକ ଶିକ୍ଷା ସହ ଧନ୍ଦାମୂଳକ ଦକ୍ଷତା ହାସଲ କରିବାର ରାସ୍ତା ଖୋଲିବ।

ଓଡ଼ିଶା ସ୍କୁଲ ଏଜୁକେଶନ ପ୍ରୋଗ୍ରାମ ଅଥରିଟି (ଓସେପା) ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଉପରେ ସିଏଚ୍‌ଏସ୍‌ଇର ଏକାଡେମିକ କମିଟି ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହାପରେ ଦୁଇଟି ପାଠ୍ୟକ୍ରମକୁ ଇଣ୍ଟିଗ୍ରେଟେଡ୍‌ ଭୋକେଶନାଲ୍‌ ଷ୍ଟ୍ରିମ୍‌ରେ ସାମିଲ କରିବାକୁ ନିଷ୍ପତ୍ତି ହୋଇଛି।

ହେଲ୍‌ଥକେୟାର ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସ୍ୱାସ୍ଥ୍ୟସେବା କ୍ଷେତ୍ର ସହ ଜଡ଼ିତ ଆବଶ୍ୟକ ଦକ୍ଷତା ଓ ପ୍ରଶିକ୍ଷଣ ଦିଆଯିବ। ବିଶେଷକରି ‘ଜେନେରାଲ ଡ୍ୟୁଟି ଆସିଷ୍ଟାଣ୍ଟ ଟ୍ରେନି’ ଭାବେ କାର୍ଯ୍ୟ କରିବା ପାଇଁ ଆବଶ୍ୟକ ଦକ୍ଷତା ଉପରେ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରାଯିବ।

ଏହାଦ୍ବାରା ହସ୍ପିଟାଲ, ନର୍ସିଂ ହୋମ୍‌ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆବଶ୍ୟକ ମୌଳିକ କାର୍ଯ୍ୟଦକ୍ଷତା ସମ୍ପର୍କରେ ଯୁକ୍ତ୨ ସ୍ତରରୁ ହିଁ ଛାତ୍ରଛାତ୍ରୀ ଜ୍ଞାନ ହାସଲ କରିପାରିବେ।

ସେହିପରି ଫ୍ୟାଶନ୍‌ ଓ ପୋଷାକ ଡିଜାଇନିଂ କ୍ଷେତ୍ରରେ ଆଗ୍ରହ ରଖୁଥିବା ପିଲାଙ୍କ ପାଇଁ ଆପାରେଲ୍ସ ପାଠ୍ୟକ୍ରମ ନୂଆ ସୁଯୋଗ ଆଣିବ। ଏହି ପାଠ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ‘ଆସିଷ୍ଟାଣ୍ଟ ଫ୍ୟାଶନ୍‌ ଡିଜାଇନର’ ଭାବେ କାମ କରିବା ପାଇଁ ଆବଶ୍ୟକ ଦକ୍ଷତାରେ ପ୍ରଶିକ୍ଷିତ କରାଯିବ।

ଫଳରେ ଯୁକ୍ତ୨ ପରେ ଫ୍ୟାଶନ୍‌ ଡିଜାଇନିଂ, ଆପାରେଲ୍‌ ଓ ଗାର୍ମେଣ୍ଟ ଶିଳ୍ପ ସମ୍ପର୍କିତ ଉଚ୍ଚଶିକ୍ଷା କିମ୍ବା ଚାକିରିମୁଖୀ ପ୍ରଶିକ୍ଷଣ ପାଇଁ ଛାତ୍ରଛାତ୍ରୀଙ୍କ ମୌଳିକ ପ୍ରସ୍ତୁତି ହୋଇପାରିବ।

ଏହି ଦୁଇଟି ଧନ୍ଦାମୂଳକ ପାଠ୍ୟକ୍ରମ ପାଇଁ ମଧ୍ୟପ୍ରଦେଶର ଭୋପାଳସ୍ଥିତ ପଣ୍ଡିତ ସୁନ୍ଦରଲାଲ ଶର୍ମା ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭୋକେଶନାଲ ଏଜୁକେଶନ ପକ୍ଷରୁ ପ୍ରସ୍ତୁତ ମାନକ ସିଲାବସ୍‌, ପାଠ୍ୟକ୍ରମ ଓ ଶିକ୍ଷଣ ସାମଗ୍ରୀକୁ ଗ୍ରହଣ କରାଯିବ।

ନୂଆ ପାଠ୍ୟକ୍ରମ ସାମିଲ ହେବା ଦ୍ବାରା ଯୁକ୍ତ୨ ଶିକ୍ଷା ବ୍ୟବସ୍ଥାରେ ପାରମ୍ପରିକ ବିଷୟ ସହ ଦକ୍ଷତାଭିତ୍ତିକ ଶିକ୍ଷାକୁ ଅଧିକ ଗୁରୁତ୍ବ ମିଳିବ। ଛାତ୍ରଛାତ୍ରୀମାନେ ପାଠପଢ଼ା ସହ ନିଜ ରୁଚି ଓ କ୍ୟାରିୟର ଲକ୍ଷ୍ୟ ଅନୁଯାୟୀ ଏକ ନିର୍ଦ୍ଦିଷ୍ଟ ଧନ୍ଦାମୂଳକ ଦକ୍ଷତା ହାସଲ କରିବାର ସୁଯୋଗ ପାଇବେ।

ଗାର୍ମେଣ୍ଟ ଧନ୍ଦାମୂଳକ ପାଠ୍ୟକ୍ରମ ଫ୍ୟାଶନ୍‌ ଡିଜାଇନିଂ ସିଏଚ୍‌ଏସ୍‌ଇ ହେଲ୍‌ଥକେୟାର
Share. Facebook Twitter LinkedIn Email WhatsApp Copy Link

Related Posts

୯ମ ରାଷ୍ଟ୍ରୀୟ ପୋଷଣ ମାସ: ଏକ ମାସବ୍ୟାପୀ ପୋଷଣ ଉତ୍ସବ

September 10, 2026

ନିଶାମୁକ୍ତ ଭାରତ ଓ ମୋ ଯୁବ ଭାରତ ନେଇ ଦୁଇଦିନିଆ ଜନସଚେତନତା କାର୍ଯ୍ୟକ୍ରମ

September 10, 2026

ଆନ୍ତଃଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି ବୈଠକ ଅନୁଷ୍ଠିତ

September 10, 2026

ଭୁବନେଶ୍ୱରସ୍ଥିତ CSIR-IMMT ଗସ୍ତ କଲେ ଆମେରିକୀୟ କନସୁଲ ଜେନେରାଲ

September 10, 2026
Latest News

ଯୁକ୍ତ୨ରେ ନୂଆ ଧନ୍ଦାମୂଳକ ପାଠ୍ୟକ୍ରମ: ହେଲ୍‌ଥକେୟାର ଓ ଆପାରେଲ୍ସ ପଢ଼ିବେ ଛାତ୍ରଛାତ୍ରୀ

September 10, 2026

ବିହାରରେ ବନ୍ୟା ତାଣ୍ଡବ: ୧୪ ଜିଲ୍ଲାରେ ୩୫.୮୯ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

September 10, 2026

୯ମ ରାଷ୍ଟ୍ରୀୟ ପୋଷଣ ମାସ: ଏକ ମାସବ୍ୟାପୀ ପୋଷଣ ଉତ୍ସବ

September 10, 2026

ନିଶାମୁକ୍ତ ଭାରତ ଓ ମୋ ଯୁବ ଭାରତ ନେଇ ଦୁଇଦିନିଆ ଜନସଚେତନତା କାର୍ଯ୍ୟକ୍ରମ

September 10, 2026

ଆନ୍ତଃଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି ବୈଠକ ଅନୁଷ୍ଠିତ

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.