ଖୋର୍ଦ୍ଧା: ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ବିଲ ଭିତରକୁ ପଶିଯାଇଛି ଏକ ସିମେଣ୍ଟ ବୋଝେଇ ଟ୍ରକ୍। ଏହି ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ଆହତ ହୋଇଥିବା ଜଣାପଡ଼ିଛି।
ଘଟଣାଟି ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବାଘମାରୀ-ବେଗୁନିଆ ମଧ୍ୟରେ ଘଟିଛି। ଏକ ଇଟା ଫ୍ୟାକ୍ଟ୍ରି ନିକଟରେ ନୟାଗଡ଼ ଅଭିମୁଖେ ଯାଉଥିବା ସିମେଣ୍ଟ ବୋଝେଇ ଟ୍ରକ୍ଟି ହଠାତ୍ ଭାରସାମ୍ୟ ହରାଇଥିଲା। ଫଳରେ ଟ୍ରକ୍ଟି ରାସ୍ତାରୁ ତଳକୁ ଖସି ବିଲ ଭିତରକୁ ପଶିଯାଇଥିଲା।
ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଆହତ ହୋଇଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ବାଘମାରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ଦୁର୍ଘଟଣାର ପ୍ରକୃତ କାରଣ କ’ଣ ଏବଂ କେଉଁ ପରିସ୍ଥିତିରେ ଟ୍ରକ୍ଟି ଭାରସାମ୍ୟ ହରାଇଲା, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।


