ନୂଆପଡ଼ା: ପ୍ରେମ ପାଇଁ ଘର ଛାଡ଼ିଥିଲେ। ଚାଷଜମିରେ ରାତି କାଟିବା ପରେ ସକାଳୁ ଉଭୟେ କୀଟନାଶକ ପିଇ ଦେଇଥିଲେ। ଏଥିରେ ପ୍ରେମିକାଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରେମିକ ଗୁରୁତର ଅଛନ୍ତି। ଏଭଳି ଘଟଣା ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ସାଲେବିହିଡ଼ି ଗାଁରେ ଘଟିଛି।
ମୃତ ଯୁବତୀ ଡିଲେଶ୍ବରୀ ସା (୧୭) ଓ ଗୁରୁତର ଯୁବକ ମନୋଜ ସା (୨୨)ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ବୁଧବାର ବିଳମ୍ବିତ ରାତିରେ ଉଭୟେ ଘରୁ ବାହାରି ଚାଷଜମିରେ ରାତି କାଟିଥିଲେ। ଗୁରୁବାର ସକାଳେ କୀଟନାଶକ ପିଇବା ପରେ ଉଭୟେ ନିଜ ପରିବାରକୁ ଫୋନ୍ରେ ଜଣାଇଥିଲେ।
ପରିବାର ଲୋକେ ଉଭୟଙ୍କୁ ପ୍ରଥମେ ସିନାପାଲି ଡାକ୍ତରଖାନା ଏବଂ ପରେ ଖଡ଼ିଆଳ ଦେଇ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଡିଲେଶ୍ବରୀଙ୍କ ମୃତ୍ୟୁ ହୋଇଥିଲା। ମନୋଜ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।
ସିନାପାଲି ପୁଲିସ ମୃତଦେହ ଜବତ କରିବା ସହ ପଞ୍ଚନାମା କରିଛି। ଶୁକ୍ରବାର ମୃତଦେହ ବ୍ୟବଚ୍ଛେଦ କରାଯିବ। ଘଟଣାର ପ୍ରକୃତ କାରଣ ନେଇ ପୁଲିସ ତଦନ୍ତ ଜାରି ରଖିଛି।


