ଭୁବନେଶ୍ୱର: ଖଡ଼ଗପୁର ଡିଭିଜନରେ ଚାଲିଥିବା ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି, କାର୍ଯ୍ୟଗୁଡ଼ିକର ନିରାପଦ ଏବଂ ସୁଗମ ପରିଚାଳନା ପାଇଁ କେତେକ ଟ୍ରେନର ଚଳାଚଳକୁ ନିର୍ଦ୍ଦିଷ୍ଟ ତାରିଖରେ ବାତିଲ୍ କରାଯାଇଛି।
ସେହି ଅନୁଯାୟୀ, ଟ୍ରେନ ନମ୍ବର ୧୨୮୩୭ ହାୱଡ଼ା-ପୁରୀ, ଟ୍ରେନ ନମ୍ବର ୧୨୮୩୮ ପୁରୀ-ହାୱଡ଼ା, ଟ୍ରେନ ନମ୍ବର ୧୮୦୦୫ ହାୱଡ଼ା-ଜଗଦଲପୁର, ଟ୍ରେନ ନମ୍ବର ୧୮୦୦୬ ଜଗଦଲପୁର-ହାୱଡ଼ା ଏବଂ ଟ୍ରେନ ନମ୍ବର ୨୨୮୯୦ ପୁରୀ-ଦୀଘା ୧୯ ସେପ୍ଟେମ୍ବର ୨୦୨୬ ଦିନ ଯାତ୍ରା ଆରମ୍ଭ କରିବାକୁ ଥିବା ଟ୍ରେନଗୁଡ଼ିକ ବାତିଲ୍ ରହିବ।
ଏହା ବ୍ୟତୀତ, ଟ୍ରେନ ନମ୍ବର ୨୨୮୮୯ ଦୀଘା-ପୁରୀ ୨୦ ସେପ୍ଟେମ୍ବର ୨୦୨୬ ଦିନ ଯାତ୍ରା ଆରମ୍ଭ କରିବାକୁ ଥିବା ଗାଡ଼ି ମଧ୍ୟ ବାତିଲ୍ ରହିବ।
ଯାତ୍ରା ଆରମ୍ଭ କରିବା ପୂର୍ବରୁ ଟ୍ରେନ୍ର ଅଧିକ ସୂଚନା ପାଇଁ ଯାତ୍ରୀମାନେ ନ୍ୟାସନାଲ୍ ଟ୍ରେନ୍ ଇନ୍କ୍ୱାୟାରି ସିଷ୍ଟମ୍ (NTES) କିମ୍ବା ଭାରତୀୟ ରେଳବାଇର ଅଧିକୃତ ୱେବସାଇଟ୍ ଯାଞ୍ଚ କରିବାକୁ ପରାମର୍ଶ।


