Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉତ୍କଳ ବିଶ୍ୱବିଦ୍ୟାଳୟ ସମାଜଶାସ୍ତ୍ର ବିଭାଗର ପ୍ରବେଶୋତ୍ସବ ଅନୁଷ୍ଠିତ
ଆଜିର ଖବର

ଉତ୍କଳ ବିଶ୍ୱବିଦ୍ୟାଳୟ ସମାଜଶାସ୍ତ୍ର ବିଭାଗର ପ୍ରବେଶୋତ୍ସବ ଅନୁଷ୍ଠିତ

September 11, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଉତ୍କଳ ବିଶ୍ୱବିଦ୍ୟାଳୟ ସମାଜଶାସ୍ତ୍ର ବିଭାଗର ପ୍ରବେଶୋତ୍ସବ ଅନୁଷ୍ଠିତ
ଉତ୍କଳ ବିଶ୍ୱବିଦ୍ୟାଳୟ ସମାଜଶାସ୍ତ୍ର ବିଭାଗର ପ୍ରବେଶୋତ୍ସବ ଅନୁଷ୍ଠିତ

ଭୁବନେଶ୍ୱର: ଭୁବନେଶ୍ୱର ବାଣୀବିହାରଠାରେ ଉତ୍କଳ ବିଶ୍ୱବିଦ୍ୟାଳୟର ସମାଜଶାସ୍ତ୍ର ବିଭାଗ ପକ୍ଷରୁ ଆଜି ‘ଯୋଗାଯୋଗ ଓ ପ୍ରଶାସନର ସମାଜଶାସ୍ତ୍ର’ ବିଷୟବସ୍ତୁ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି।

ଭୁବନେଶ୍ୱରସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ। ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟରେ ସମାଜଶାସ୍ତ୍ର ଓ ଯୋଗାଯୋଗ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ସାମାଜିକ ଢାଞ୍ଚା, ପରିଚୟ, ସମ୍ପର୍କ ଏବଂ ସାଂସ୍କୃତିକ ପରିଦୃଶ୍ୟ କିପରି ଲୋକଙ୍କ ଯୋଗାଯୋଗ ଏବଂ ବାର୍ତ୍ତା ପ୍ରସାରର ପଦ୍ଧତିକୁ ପ୍ରଭାବିତ କରିଥାଏ ତାହା ସେ ବିସ୍ତୃତ ଭାବେ କହିଥିଲେ। ଯୋଗାଯୋଗକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ସମାଜକୁ ବୁଝିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଶ୍ରୀ ମିଶ୍ର ଛାତ୍ରଛାତ୍ରୀଙ୍କ ସହିତ ମତ ବିନିମୟ କରିଥିଲେ ଏବଂ ସମାଜଶାସ୍ତ୍ର ଓ ଯୋଗାଯୋଗର ବିଭିନ୍ନ ଦିଗ ଉପରେ ନିଜର ବିଚାର ବ୍ୟକ୍ତ କରିଥିଲେ। ଯୋଗାଯୋଗକୁ ଏକ ବ୍ୟାପକ ସାମାଜିକ ଦୃଷ୍ଟିକୋଣରୁ ଦେଖିବା ଲାଗି ସେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।

ଉତ୍କଳ ବିଶ୍ୱବିଦ୍ୟାଳୟର ସମାଜଶାସ୍ତ୍ର ବିଭାଗର ପ୍ରାଧ୍ୟାପକ ତଥା ମୁଖ୍ୟ ପ୍ରଫେସର ରବୀନ୍ଦ୍ର ଗରଡ଼, ସମାଜ ଓ ଶାସନ ବ୍ୟବସ୍ଥାକୁ ବୁଝିବାରେ ଯୋଗାଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ କହିଥିଲେ। ସେ ସମାଜଶାସ୍ତ୍ରୀୟ ଦୃଷ୍ଟିକୋଣରୁ ସାମ୍ପ୍ରତିକ ସାମାଜିକ ପ୍ରସଙ୍ଗଗୁଡ଼ିକ ସହ ଜଡ଼ିତ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ।

ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଡକ୍ଟର ଚିତ୍ରସେନ ପସାୟତ ପ୍ରଶାସନ କ୍ଷେତ୍ରରେ ତାଙ୍କ ଅଭିଜ୍ଞତା ବାଣ୍ଟିଥିଲେ। ସେ ପ୍ରଶାସନିକ ଯୋଗାଯୋଗର ପରିବର୍ତ୍ତିତ ପ୍ରକୃତି ବିଷୟରେ କହିଥିଲେ। ତାଙ୍କର ପ୍ରାରମ୍ଭିକ ସାର୍ବଜନୀନ ସେବା ସମୟରେ ଯୋଗାଯୋଗ କିପରି ପାରମ୍ପରିକ ଏବଂ ଏକପାଖିଆ ଥିଲା ତାହା ସେ ଉଲ୍ଲେଖ କରିଥିଲେ। ସେ କହିଥିଲେ, ବର୍ତ୍ତମାନ ଡିଜିଟାଲ୍ ପ୍ଲାଟଫର୍ମଗୁଡ଼ିକ ଏହାକୁ ଦ୍ରୁତ, ପାରସ୍ପରିକ ଏବଂ ଅଧିକ ଅଂଶଗ୍ରହଣକାରୀ କରିଛି।

ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିବା ଲାଗି ସୁଯୋଗ ଦେଇଥିଲେ। ସେମାନେ ଯୋଗାଯୋଗ, ସମାଜ ଓ ଶାସନ ବ୍ୟବସ୍ଥାର ପରିବର୍ତ୍ତନଶୀଳ ଦିଗଗୁଡ଼ିକ ସମ୍ପର୍କରେ ଗଭୀର ଜ୍ଞାନ ଆହରଣ କରିବାକୁ ସକ୍ଷମ ହୋଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ସମୁଦ୍ରରେ ବଳ ଗୋଟାଇବ ବାତ୍ୟା! ଓଡ଼ିଶା ପାଇଁ କେତେ ବଡ଼ ଚ୍ୟାଲେଞ୍ଜ?

October 24, 2026

BREAKING NEWS: ଓଡ଼ିଶାରେ ବାତ୍ୟା ଆଶଙ୍କା କେତେ? ଲଘୁଚାପର ଗତିପଥ ଉପରେ ରହିଛି ନଜର

October 24, 2026

୧୬ ଜିଲ୍ଲାକୁ ସତର୍କ ସୂଚନା: ବାତ୍ୟା ଆଶଙ୍କାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍‌

October 24, 2026

Cyclone News: ବଙ୍ଗୋପସାଗରରେ ସୃଷ୍ଟି ହେଲା ସଦୃଶ୍ୟ ଲଘୁଚାପ, ସୋମବାରେ ବାତ୍ୟା….

October 24, 2026
Latest News

ବୁଲିଯିବାକୁ କହି ଆଉ ଫେରିଲେନି ଯୁବକ

October 24, 2026

ଗଞ୍ଜେଇ ଜବତ, ଜଣେ ଗିରଫ

October 24, 2026

ରାହୁଲ ଗାନ୍ଧୀଙ୍କୁ ବ୍ୟବସାୟୀଙ୍କ ଚିଠି: ଦୀପାବଳି ପରେ ରାଲି କରିବାକୁ ଅନୁରୋଧ

October 24, 2026

ସମୁଦ୍ରରେ ବଳ ଗୋଟାଇବ ବାତ୍ୟା! ଓଡ଼ିଶା ପାଇଁ କେତେ ବଡ଼ ଚ୍ୟାଲେଞ୍ଜ?

October 24, 2026

BREAKING NEWS: ଓଡ଼ିଶାରେ ବାତ୍ୟା ଆଶଙ୍କା କେତେ? ଲଘୁଚାପର ଗତିପଥ ଉପରେ ରହିଛି ନଜର

October 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.