Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହିଣ୍ଡାଲ୍‌କୋର ମୀନାକ୍ଷୀ କୋଇଲା ଖଣି ପାଇଁ ଜନଶୁଣାଣିରେ ମିଳିଲା ପ୍ରବଳ ଜନ ସମର୍ଥନ
ଆଜିର ଖବର

ହିଣ୍ଡାଲ୍‌କୋର ମୀନାକ୍ଷୀ କୋଇଲା ଖଣି ପାଇଁ ଜନଶୁଣାଣିରେ ମିଳିଲା ପ୍ରବଳ ଜନ ସମର୍ଥନ

September 11, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ହିଣ୍ଡାଲ୍‌କୋର ମୀନାକ୍ଷୀ କୋଇଲା ଖଣି ପାଇଁ ଜନଶୁଣାଣିରେ ମିଳିଲା ପ୍ରବଳ ଜନ ସମର୍ଥନ
ହିଣ୍ଡାଲ୍‌କୋର ମୀନାକ୍ଷୀ କୋଇଲା ଖଣି ପାଇଁ ଜନଶୁଣାଣିରେ ମିଳିଲା ପ୍ରବଳ ଜନ ସମର୍ଥନ

ହେମଗିର/ସୁନ୍ଦରଗଡ: ମେସର୍ସ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡର ପ୍ରସ୍ତାବିତ ମୀନାକ୍ଷୀ କୋଇଲା ଖଣି ନିମନ୍ତେ ଅନୁଷ୍ଠିତ ଜନ ଶୁଣାଣି ହେମଗିର ବ୍ଲକ୍‌ର କିରିପସିରା ଗ୍ରାମରେ ଶୁକ୍ରବାର (ସେପ୍ଟେମ୍ବର ୧୧)ରେ ଅନୁଷ୍ଠିତ ହୋଇଥିବାବେଳେ ଏହାକୁ ସ୍ଥାନୀୟ ଗ୍ରାମବାସୀ, ପଞ୍ଚାୟତିରାଜ ପ୍ରତିଷ୍ଠାନ (ପିଆର୍‌ଆଇ) ପ୍ରତିନିଧି ଏବଂ ଗୋଷ୍ଠୀର ଅନ୍ୟ ସଦସ୍ୟମାନଙ୍କ ନିକଟରୁ ପ୍ରବଳ ସମର୍ଥନ ମିଳିଥିଲା। ଉକ୍ତ ଜନଶୁଣାଣିରେ ଅଂଶଗ୍ରହଣକାରୀମାନେ ଆଶା ପ୍ରକାଶ କରିଥିଲେ ଯେ, ଏହି ପ୍ରକଳ୍ପ ଉକ୍ତ ଅଞ୍ଚଳରେ ଉଲ୍ଲେଖନୀୟ ସାମାଜିକ- ଅର୍ଥନୈତିକ ରୂପାନ୍ତରଣ ଆଣିବ।

ଅଭିମନ୍ୟୁ ମାଝୀ, ଏଡିଏମ୍‌, ସୁନ୍ଦରଗଡ, ତେଜସ୍ଵୀନି ବେହେରା, ଉପଜିଲ୍ଲାପାଳ, ଇଂ. ହିରଣ୍ୟ କୁମାର ନାୟକ, ରିଜିଓନାଲ ଅଫିସର, ଓଏସ୍‌ପିସିବି, ଝାରସୁଗୁଡା ଏବଂ ଅନ୍ୟ ସରକାରୀ ଅଧିକାରୀବୃନ୍ଦ, ପିଆର୍‌ଆଇ ସଦସ୍ୟମାନଙ୍କ ଉପସ୍ଥିତିରେ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା। ଶୁଣାଣି ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଏବଂ ଶୃଙ୍ଖଳିତ ରହିଥିଲା, ଏଥିରେ ପାରିପାଶ୍ୱର୍ିକ ଅଞ୍ଚଳରୁ ଜନସାଧାରଣ ସକ୍ରିୟ ଅଂଶଗ୍ରହଣ କରିଥିଲେ।

ସ୍ଥାନୀୟ ଅଞ୍ଚଳର ଅନ୍ୟମାନଙ୍କ ମଧ୍ୟରେ କିରିପସିରା, ଗର୍ଜନବାହାଲ ଏବଂ ବାଙ୍ଗୁରାକେଲା ଆଦି ଗ୍ରାମର ଅଧିବାସୀମାନେ ପ୍ରସ୍ତାବିତ କୋଇଲା ଖଣି ନିମନ୍ତେ ଦୃଢ ସମର୍ଥନ ପ୍ରକାଶ କରିଥିଲେ ଏବଂ ଏହାଦ୍ୱାରା ସୁନ୍ଦରଗଡ ଜିଲ୍ଲାରେ ନିଯୁକ୍ତି ସୁଯୋଗ ସୃଷ୍ଟି, ଜୀବିକା ଉପାର୍ଜନ ସୁଯୋଗ ତଥା ତ୍ୱରାନ୍ୱିତ ବିକାଶ ଘଟିବ ବୋଲି ଉଲ୍ଲେଖ କରିଥିଲେ।

ଅନେକ ଅଂଶଗ୍ରହଣକାରୀ କହିଥିଲେ ଯେ, ଉକ୍ତ ପ୍ରକଳ୍ପ ସ୍ଥାନୀୟ ଯୁବବର୍ଗଙ୍କ ନିମନ୍ତେ ନୂତନ ସୁଯୋଗଗୁଡିକ ସୃଷ୍ଟି କରିପାରିବା ସହିତ କ୍ଷୁଦ୍ର ବ୍ୟବସାୟ ସଂସ୍ଥା ଏବଂ ଆନୁଷଙ୍ଗିକ ଅର୍ଥନୈତିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବ। ସେମାନେ ଆଶା ପ୍ରକାଶ କରିଥିଲେ ଯେ ବର୍ଦ୍ଧିତ ଅର୍ଥନୈତିକ କାର୍ଯ୍ୟକଳାପ ଦ୍ୱାରା ପରିବାରଗୁଡିକର ଆୟ ବୃଦ୍ଧି ଘଟିବ ଏବଂ ପ୍ରକଳ୍ପ ଅଞ୍ଚଳ ଭିତରେ ଏବଂ ଏହାର ଚତୁର୍ପାର୍ଶ୍ୱରେ ଜନସମୁଦାୟଙ୍କ ନିମନ୍ତେ ଜୀବନ ମାନ ଉତ୍ତମ କରିବା ଦିଗରେ ଏହା ଅବଦାନ ରଖିବ।

ପ୍ରାରମ୍ଭରେ ପ୍ରକଳ୍ପ ସମ୍ପର୍କିତ ବିସ୍ତୃତ ତଥ୍ୟ ଆଲୋଚନା କରି ମୁକେଶ କୁମାର ଝା, ହେଡ୍‌, ମୀନାକ୍ଷୀ କୋଇଲା ଖଣି କହିଥିଲେ, “ଓଡ଼ିଶାରେ ସୁନ୍ଦରଗଡ ଜିଲ୍ଲାର ହେମଗିର ତହସିଲ ଅଧୀନ କିରିପସିରା, ଗର୍ଜନବାହାଲ ଏବଂ ବାଙ୍ଗୁରାକେଲା ଗ୍ରାମଗୁଡିକରେ ଅବସ୍ଥିତ ପ୍ରସ୍ତାବିତ ମୀନାକ୍ଷୀ କୋଇଲା ଖଣି ହେଉଛି ଇବ୍‌ ଭ୍ୟାଲି, କୋଲ୍‌ଫିଲ୍ଡସ୍‌ର ଏକ ଅଂଶ। ୪୮୬.୪୪ ହେକ୍ଟର ଅଞ୍ଚଳରେ ପରିବ୍ୟାପ୍ତ ଏହି ପ୍ରକଳ୍ପ ଏକ ଓପନ୍‌ କାଷ୍ଟ କୋଇଲା ଖଣି ହେବ ଏବଂ ଏହାର ବାର୍ଷିକ ଉତ୍ପାଦନ କ୍ଷମତା ୧୨ ନିୟୁତ ଟନ୍‌ (ଏମ୍‌ଟିପିଏ) ରହିବ। ଆକଳନ କରାଯାଇଥିବା ପ୍ରକଳ୍ପ ଖର୍ଚ୍ଚ ୧,୮୭୬ କୋଟି ଟଙ୍କା। କୋଇଲା ମନ୍ତ୍ରଣାଳୟ ଦ୍ୱାରା ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡକୁ ୨୭ ଡିସେମ୍ବର, ୨୦୨୪ରେ ଆବଣ୍ଟନ କରାଯାଇଥିଲା।”

ଏହି ପ୍ରକଳ୍ପରେ ପର୍ଯ୍ୟାପ୍ତ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ନେଇ ଆଶା କରାଯାଉଥିବାବେଳେ ତତ୍‌ବ୍ୟତୀତ ପରିବହନ, ଲଜିଷ୍ଟିକ୍ସ, ଉପକରଣ ରକ୍ଷଣାବେକ୍ଷଣ, ଠିକାକାର୍ଯ୍ୟ, ବନୀକରଣ, ରିଟେଲ, ଖାଦ୍ୟ ସେବା ଏବଂ ଅନ୍ୟ ଆନୁଷଙ୍ଗିକ କାର୍ଯ୍ୟକଳାପ ଜରିଆରେ ବହୁ ସଂଖ୍ୟକ ପରୋକ୍ଷ ନିଯୁକ୍ତି ପରିବ୍ୟବସ୍ଥା ମଧ୍ୟ ସୃଷ୍ଟିହେବ। ଏହିଭଳି ଅର୍ଥନୈତିକ କାର୍ଯ୍ୟକଳାପ ଦ୍ୱାରା ଗାଡ଼ି ଚାଳକ, କୁଶଳୀ କାରିଗର, ସେବା ଯୋଗାଣକାରୀ (ସର୍ଭିସ୍‌ ପ୍ରୋଭାଇଡର୍‌), ଅଣୁ ଓ କ୍ଷୁଦ୍ର ଉଦ୍ୟୋଗସମୂହ ଏବଂ ସ୍ଥାନୀୟ ଉଦ୍ୟୋଗୀମାନେ ଉପକୃତ ହେବା ଆଶା କରାଯାଉଛି।

ନିଯୁକ୍ତି ଓ ଆୟ ସୃଷ୍ଟି ଊଦ୍ଧ୍ୱର୍ରେ ଏହି ପ୍ରକଳ୍ପ ରାଜସ୍ୱ ଅଂଶୀଦାର, ରାଜଭାଗ (ରୟାଲ୍‌ଟି), ଡିଏମଏଫ୍‌ ଏବଂ ଏନ୍‌ଏମ୍‌ଇଟି ଓ ତତ୍‌ସହିତ ସିଏସ୍‌ଆର କାର୍ଯ୍ୟକଳାପ ଆଦି ବୈଧାନିକ ଅର୍ଥ ପୈଠ ଜରିଆରେ ଜନ ବିକାଶ ପ୍ରତି ଅବଦାନ ରଖିବା ଆଶା କରାଯାଉଛି। ଏହି ପଦକ୍ଷେପଗୁଡିକ ଖଣି ପ୍ରଭାବିତ ଅଞ୍ଚଳଗୁଡିକରେ ସ୍ୱାସ୍ଥ୍ୟସେବା, ଶିକ୍ଷା, ପାନୀୟ ଜଳ, ପରିମଳ, ସଡ଼କ ଏବଂ ଅନ୍ୟ ଗୋଷ୍ଠୀ ଭିତ୍ତିଭୂମିକୁ ସମର୍ଥନ କରିପାରିବ।

ହିଣ୍ଡାଲ୍‌କୋ ପକ୍ଷରୁ ଡଷ୍ଟ ସପ୍ରେସନ୍‌ ପଦକ୍ଷେପସମୂହ, ସାଇଣ୍ଟିଫିକ୍‌ ଓଭରବର୍ଡନ ମ୍ୟାନେଜମେଣ୍ଟ, ଜଳ ବିଶୋଧନ ଓ ପୁନଃବ୍ୟବହାର, ଏକ ୧୦୦ କେଏଲଡି ସିବେଜ୍ ବିଶୋଧନ ପ୍ଲାଣ୍ଟ, ଏକ ୫୦- କେଏଲ୍‌ଡି ବର୍ଜ୍ୟ ବିଶୋଧନ ପ୍ଲାଣ୍ଟ୍‌ ଏବଂ ଏକ ୨୪୮.୮୭- ହେକ୍ଟର ସବୁଜ ବଳୟ ତଥା ସ୍ଥାନୀୟ ପ୍ରଜାତିର ବ୍ୟବହାରରେ ବନୀକରଣ କାର୍ଯ୍ୟକ୍ରମ ଆଦି ପରିବେଶ ସୁରକ୍ଷା ପଦକ୍ଷପ ନିମନ୍ତେ ପ୍ରସ୍ତାବ ରଖିଛି। ସେହିପରି “ହିଣ୍ଡାଲ୍‌କୋ ଦାୟିତ୍ୱ ସମ୍ପନ୍ନ ଖାଣି କାର୍ଯ୍ୟ ଓ ଦୀର୍ଘସ୍ଥାୟୀ ବିକାଶ ନିମନ୍ତେ ପ୍ରତିବଦ୍ଧ ରହିଛି, ଏହା ପରିବେଶ ସୁରକ୍ଷା, ବନ୍ୟପ୍ରାଣୀ ସଂରକ୍ଷଣ, ଗୋଷ୍ଠୀ କଲ୍ୟାଣ ଏବଂ ପୂର୍ଣ୍ଣ ବୈଧାନିକ ଅନୁପାଳନ ଉପରେ ଦୃଢ ଭାବରେ ଦୃଷ୍ଟି ନିବଦ୍ଧ କରୁଛି,” ବୋଲି କମ୍ପାନୀ ପକ୍ଷରୁ ସୌଭାଗ୍ୟ ତ୍ରିପାଠୀ, ହିଣ୍ଡାଲକୋ କର୍ପୋରେଟ ଅଫେୟରର ଉପମୁଖ୍ୟ ପ୍ରକାଶ କରିଥିଲେ।

“ଏହି ପ୍ରକଳ୍ପ ଆମ ଯୁବବର୍ଗଙ୍କ ନିମନ୍ତେ ନିଯୁକ୍ତି ଓ ବ୍ୟବସାୟର ନୂତନ ସୁଯୋଗଗୁଡିକ ସୃଷ୍ଟି କରିପାରିବ। ସ୍ଥାନୀୟ ଜନସାଧାରଣ ଅଧିକ ସୁଯୋଗ ପାଇବେ ଏବଂ ଏହାଦ୍ୱାରା ହେବାକୁ ଥିବା ବିକାଶ ଏବଂ ଏଠାରେ ପରିବାରଗୁଡିକ ଜୀବନରେ ଏକ ଦୃଶ୍ୟମାନ ପରିବର୍ତ୍ତନ ଆଣିବ,” ବୋଲି କିରିପସିରା ଗାଁର ମିନତି ଅଧା କହିଥିଲେ।

ସେହିପରି ସ୍ଥାନୀୟ ସରପଞ୍ଚ ରେବତୀ ଛତ୍ରିଆ ଅନୁରୂପ ମତ ପୋଷଣ କରି କହିଥିଲେ ଯେ, “ଜନସାଧାରଣ ସ୍ଥାନୀୟ ସମୁଦାୟଙ୍କ ଉପକୃତ କରୁଥିବା ବିକାଶ ଚାହାଁନ୍ତି। ଆମର ବିଶ୍ୱାସ ଯେ ଏହି ପ୍ରକଳ୍ପ ଅଞ୍ଚଳରେ ନିଯୁକ୍ତି, ଆୟ ସୃଷ୍ଟି ଏବଂ ଉନ୍ନତ ଜନ ସୁବିଧା ସୁଯୋଗ ସୃଷ୍ଟି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିବ।” ଉକ୍ତ ଜନଶୁଣାଣିକୁ ମଧ୍ୟ ବିସ୍ଥାପିତ କମିଟି ସଦସ୍ୟମାନେ ସମ୍ପୂର୍ଣ୍ଣରୂପେ ସମର୍ଥନ ଜଣାଇଥିଲେ।

ଜନଶୁଣାଣି ପ୍ରବଳ ଜନ ସମର୍ଥନ ମୀନାକ୍ଷୀ କୋଇଲା ଖଣି ହିଣ୍ଡାଲ୍‌କୋର
Share. Facebook Twitter LinkedIn Email WhatsApp Copy Link

Related Posts

ଡିଜିଟାଲ୍ ଯୁଗରେ ନୂଆ ରୂପରେ ରାଜସ୍ୱ ପର୍ଷଦ, ୱେବସାଇଟ୍ ଓ ତ୍ରୈମାସିକ ଜର୍ଣ୍ଣାଲର ଶୁଭାରମ୍ଭ

September 11, 2026

ପଞ୍ଚାୟତ-ପୌର ନିର୍ବାଚନ ଭୋଟର ତାଲିକା ପ୍ରସ୍ତୁତି, ଅକ୍ଟୋବର ୨୬ରୁ ସର୍ଭେ

September 11, 2026

ଉତ୍କଳ ବିଶ୍ୱବିଦ୍ୟାଳୟ ସମାଜଶାସ୍ତ୍ର ବିଭାଗର ପ୍ରବେଶୋତ୍ସବ ଅନୁଷ୍ଠିତ

September 11, 2026

ଟଙ୍କା ଫେରସ୍ତ ହେବା ସତ୍ତ୍ୱେ ବିଜୟ ମାଲ୍ୟାଙ୍କ ମାମଲା ବନ୍ଦ ହେବ ନାହିଁ?: କୋର୍ଟରେ ଇଡି ର ଗୁହାରୀ

September 11, 2026
Latest News

ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ: ହିଜ୍‌ବୁଲାର ୨ କିମି ସୁଡ଼ଙ୍ଗ ଧୂଳିସାତ୍‌

September 11, 2026

ହିଣ୍ଡାଲ୍‌କୋର ମୀନାକ୍ଷୀ କୋଇଲା ଖଣି ପାଇଁ ଜନଶୁଣାଣିରେ ମିଳିଲା ପ୍ରବଳ ଜନ ସମର୍ଥନ

September 11, 2026

ଡିଜିଟାଲ୍ ଯୁଗରେ ନୂଆ ରୂପରେ ରାଜସ୍ୱ ପର୍ଷଦ, ୱେବସାଇଟ୍ ଓ ତ୍ରୈମାସିକ ଜର୍ଣ୍ଣାଲର ଶୁଭାରମ୍ଭ

September 11, 2026

ପଞ୍ଚାୟତ-ପୌର ନିର୍ବାଚନ ଭୋଟର ତାଲିକା ପ୍ରସ୍ତୁତି, ଅକ୍ଟୋବର ୨୬ରୁ ସର୍ଭେ

September 11, 2026

ଉତ୍କଳ ବିଶ୍ୱବିଦ୍ୟାଳୟ ସମାଜଶାସ୍ତ୍ର ବିଭାଗର ପ୍ରବେଶୋତ୍ସବ ଅନୁଷ୍ଠିତ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.