Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନାଲରେ ବୁଡି ଭାଇ ଭଉଣୀ ମୃତ
ଆଜିର ଖବର

କେନାଲରେ ବୁଡି ଭାଇ ଭଉଣୀ ମୃତ

September 12, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଲୁହା ନଦୀ କେନାଲରେ ବୁଡ଼ି ଭାଇ ଓ ଭଉଣୀଙ୍କ ମୃତ୍ୟୁ ହୋଇଛି। ମୃତକ ଦୁହେଁ ଖୁଣ୍ଟା ଥାନା ଅନ୍ତର୍ଗତ ମହଲରପଦା ଗାଁର ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ନାଲୁହା ନଦୀ କେନାଲ ନିକଟରେ ଥିବା ବେଳେ ପ୍ରଥମେ ଭାଇ ଅସାବଧାନତାବଶତଃ ପାଣିରେ ଭାସିଯାଇଥିଲେ। ଭାଇଙ୍କୁ ପାଣିରେ ଭାସିଯାଉଥିବା ଦେଖି ତାଙ୍କୁ ଉଦ୍ଧାର କରିବା ପାଇଁ ଭଉଣୀ ମଧ୍ୟ କେନାଲକୁ ଯାଇଥିଲେ। ତେବେ ଦୁର୍ଭାଗ୍ୟବଶତଃ ସେ ମଧ୍ୟ ପାଣିର ପ୍ରଖର ସ୍ରୋତରେ ଭାସିଯାଇଥିଲେ।

ଘଟଣା ପରେ ଉଭୟଙ୍କୁ ଖୋଜାଖୋଜି ଆରମ୍ଭ ହୋଇଥିଲା। ପରେ କରଚକିଆ ପୋଲ ନିକଟରୁ ଭାଇ ଓ ଭଉଣୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣା ମହଲରପଦା ଗାଁରେ ଶୋକର ଛାୟା ଖେଳାଇ ଦେଇଛି।

ଭାଇଙ୍କୁ ବଞ୍ଚାଇବାକୁ ଯାଇ ଭଉଣୀ ମଧ୍ୟ ଜୀବନ ହରାଇବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଗଭୀର ଦୁଃଖ ପ୍ରକାଶ ପାଇଛି।

#TragicIncident #DrowningIncident #ଭାଇଭଉଣୀମୃତ୍ୟୁ death
Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀରେ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ ଆରମ୍ଭ

September 12, 2026

ଆପଣଙ୍କର ଚାକିରୀ ସମସ୍ୟା ରହିଛି କି?: ଏହି ପାଞ୍ଚୋଟି କଥାକୁ ଗୁରୁତର ସହ କରନ୍ତୁ ଗ୍ରହଣ

September 12, 2026

କ୍ଷୁଦ୍ର ଜଳବିଦ୍ୟୁତ କ୍ଷେତ୍ରରେ ନୂଆ ପୁଞ୍ଜିନିବେଶ ଆଣିବା ପାଇଁ ଗୁରୁତ୍ୱ ଦେଲେ ଉପ-ମୁଖ୍ୟମନ୍ତ୍ରୀ

September 12, 2026

ପୂର୍ବ ବାସସ୍ଥାନକୁ ଫେରିବ ହାତୀ ‘ମାଧୁରୀ’: ଯତ୍ନ ନେବାରେ ସହଯୋଗ କରିବ ‘ବନତାରା’

September 12, 2026
Latest News

କେନାଲରେ ବୁଡି ଭାଇ ଭଉଣୀ ମୃତ

September 12, 2026

ଦିଲ୍ଲୀରେ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ ଆରମ୍ଭ

September 12, 2026

ଇତିହାସରେ ପ୍ରଥମ : ନିଜ ଦେଶରେ ଅତିଥି ଡ୍ରେସିଂ ରୁମ୍‌ରେ ରହିବ ଇଣ୍ଡିଆ

September 12, 2026

ଆପଣଙ୍କର ଚାକିରୀ ସମସ୍ୟା ରହିଛି କି?: ଏହି ପାଞ୍ଚୋଟି କଥାକୁ ଗୁରୁତର ସହ କରନ୍ତୁ ଗ୍ରହଣ

September 12, 2026

କ୍ଷୁଦ୍ର ଜଳବିଦ୍ୟୁତ କ୍ଷେତ୍ରରେ ନୂଆ ପୁଞ୍ଜିନିବେଶ ଆଣିବା ପାଇଁ ଗୁରୁତ୍ୱ ଦେଲେ ଉପ-ମୁଖ୍ୟମନ୍ତ୍ରୀ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.