Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାଛ ଧରା ଜାଲରେ ଛନ୍ଦି ହେଲା କୁମ୍ଭୀର
ଆଜିର ଖବର

ମାଛ ଧରା ଜାଲରେ ଛନ୍ଦି ହେଲା କୁମ୍ଭୀର

September 12, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Crocodile gets entangled in a fishing net.
Crocodile gets entangled in a fishing net.

ଭୁବନେଶ୍ବର: ଜୀବିକା ଅର୍ଜନ ଏବଂ ଘରୋଇ ବ୍ୟବହାର ପାଇଁ ଗାଁ ବିଲରୁ ମାଛ ଧରିବାକୁ ଯାଇଥିବା ଜଣେ କୃଷକଙ୍କ ପାଇଁ ଏକ ଅଭାବନୀୟ ତଥା ଭୟାନକ ପରିସ୍ଥିତି ସୃଷ୍ଟି ହୋଇଛି। ମାଛ ଧରିବା ପାଇଁ ବସାଯାଇଥିବା ଜାଲ ତିଆରି ଲଞ୍ଜା ବା ମୁଗୁରା ଭିତରେ ଏକ ଜୀବନ୍ତ କୁମ୍ଭୀର ଛନ୍ଦି ହୋଇଯାଇଥିବା ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ଭିତରଗଡ଼ ପଞ୍ଚାୟତର ବ୍ରାହ୍ମଣୀକୋଳା ଗ୍ରାମରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଗ୍ରାମର ଭାଗବତ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ନିଜ ଚାଷ ଜମିର ଜଳାଶୟରୁ ମାଛ ଧରିବା ଉଦ୍ଦେଶ୍ୟରେ ଶୁକ୍ରବାର ରାତିରେ ଜାଲରେ ତିଆରି ଏକ ଲଞ୍ଜା (ଯାହାକୁ ସ୍ଥାନୀୟ ଭାଷାରେ ମୁଗୁରା କୁହାଯାଏ) ବସାଇଥିଲେ। ଶନିବାର ସକାଳେ ସେ ଉତ୍ସାହର ସହ ମାଛ ଆଣିବା ପାଇଁ ପାଣି ଭିତରୁ ସେହି ଲଞ୍ଜାକୁ ଉଠାଇବା ବେଳେ ଏହାର ଭାରିପଣ ଅନୁଭବ କରିଥିଲେ। ମାତ୍ର ଲଞ୍ଜାଟିକୁ ସମ୍ପୂର୍ଣ୍ଣ ବାହାରକୁ ଆଣିବା ପରେ ତାହା ଭିତରେ ଏକ ଜୀବନ୍ତ ବାଉଁଶିଆ କୁମ୍ଭୀର ଛଟପଟ ହେଉଥିବା ଦେଖି ସେ ସ୍ତବ୍ଧ ହୋଇଯାଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା ଏବଂ କୁମ୍ଭୀରଟିକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କ ପକ୍ଷରୁ ସକାଳ ପ୍ରାୟ ୭ଟା ସମୟରେ ରାଜନଗର ବନଞ୍ଚଳ ଅଧିକାରୀ ବିଭୂତି ଭୂଷଣ ତରାଇଙ୍କୁ ଫୋନ୍ ଯୋଗେ ତୁରନ୍ତ ଖବର ଦିଆଯାଇଥିଲା। ଖବର ପାଇବା ମାତ୍ରକେ ବନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବନବିଭାଗର ଏକ ସ୍ୱତନ୍ତ୍ର ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଫୋରେଷ୍ଟର ରାକେଶ ମହାନ୍ତିଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ବନ କର୍ମଚାରୀ ସୁବାଷ ବେହେରା, ସଞ୍ଜୟ ସେଠୀ, ଚନ୍ଦନ ମଲ୍ଲିକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ନିଷ୍ଠା ଓ ସାହସିକତାର ସହ କୁମ୍ଭୀରଟିକୁ କୌଣସି କ୍ଷତି ନପହଞ୍ଚାଇ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।

ବନ ବିଭାଗ ପକ୍ଷରୁ ମାପ ନିଆଯିବା ପରେ ଉଦ୍ଧାର କରାଯାଇଥିବା ଏହି କୁମ୍ଭୀରଟିର ଲମ୍ବ ୩ ଫୁଟ ୨ ଇଞ୍ଚ ବୋଲି ଜଣାପଡ଼ିଛି। ପରବର୍ତ୍ତୀ ସମୟରେ ରାଜନଗର ବନଖଣ୍ଡ ଅଧିକାରୀ ଭରଦରାଜ ଗାଁଓକରଙ୍କ ନିର୍ଦ୍ଦେଶକ୍ରମେ ଉଦ୍ଧାର ବାଉଁଶିଆ କୁମ୍ଭୀରଟିକୁ ତାର ପ୍ରାକୃତିକ ପରିବେଶ ତଥା ସୁରକ୍ଷିତ ଜଳାଶୟରେ ସୁରକ୍ଷିତ ଭାବେ ଛାଡ଼ି ଦିଆଯାଇଛି। ବନ ବିଭାଗର ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଏବଂ ସଫଳ ଉଦ୍ଧାର ଅଭିଯାନକୁ ସ୍ଥାନୀୟ ଗ୍ରାମବାସୀ ବେଶ୍ ପ୍ରଶଂସା କରିଛନ୍ତି।

କୁମ୍ଭୀର କେନ୍ଦ୍ରାପଡା
Share. Facebook Twitter LinkedIn Email WhatsApp Copy Link

Related Posts

RBIରେ ବଡ଼ ନିଯୁକ୍ତି: ସୁଧାକର ମଲ୍ଲୀ ହେଲେ ନୂଆ Executive Director, ଜାଣନ୍ତୁ କ’ଣ ରହିବ ଦାୟିତ୍ୱ

October 2, 2026

ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ ମାମଲା: ଡିସିପିଙ୍କୁ ମହିଳା କମିଶନଙ୍କ ରିପୋର୍ଟ ତଲବ

October 2, 2026

ଷ୍ଟାଲିନଙ୍କ ତୀବ୍ର ଆକ୍ରମଣ, TVK ଓ ବିଜୟଙ୍କୁ ନେଇ ତାମିଲନାଡୁରେ ବଢ଼ିଲା ଚର୍ଚ୍ଚା

October 2, 2026

ନକଲି RTO ଗିରଫ

October 2, 2026
Latest News

RBIରେ ବଡ଼ ନିଯୁକ୍ତି: ସୁଧାକର ମଲ୍ଲୀ ହେଲେ ନୂଆ Executive Director, ଜାଣନ୍ତୁ କ’ଣ ରହିବ ଦାୟିତ୍ୱ

October 2, 2026

ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ ମାମଲା: ଡିସିପିଙ୍କୁ ମହିଳା କମିଶନଙ୍କ ରିପୋର୍ଟ ତଲବ

October 2, 2026

ଷ୍ଟାଲିନଙ୍କ ତୀବ୍ର ଆକ୍ରମଣ, TVK ଓ ବିଜୟଙ୍କୁ ନେଇ ତାମିଲନାଡୁରେ ବଢ଼ିଲା ଚର୍ଚ୍ଚା

October 2, 2026

ନକଲି RTO ଗିରଫ

October 2, 2026

୧୨ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ, ପୁଣି ଡରାଇଲାଣି ଅକ୍ଟାେବର

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.