କନ୍ଧମାଳ: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଥାନା ଅନ୍ତର୍ଗତ ଗ୍ରେସିଙ୍ଗିଆ ନିକଟ ସୁକାନାଣ୍ଡା ଚର୍ଚ୍ଚ ସମ୍ମୁଖରେ ଭୟଙ୍କର ସଡ଼କ ଦୁର୍ଘଟଣା। କାର୍ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପେନେଲା ଗ୍ରାମର ମିଥୁନ ପ୍ରଧାନ।
ସୂଚନା ଅନୁଯାୟୀ, ଆଜି ସୁକାନାଣ୍ଡା ନିକଟରେ ଓଡି ୩୨ ଜି ୨୩୦୬ ନମ୍ବର ବିଶିଷ୍ଟ କାର୍ ଓ ଓଡି ୧୨ ଏଚ୍ ୩୩୪୩ ନମ୍ବର ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ, ବାଇକ୍ ଚାଳକ ମିଥୁନ ପ୍ରଧାନ ଗୁରୁତର ଆହତ ହୋଇଥିଲେ।
ଦୁର୍ଘଟଣା ପରେ ମିଥୁନଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନ୍ୟ ଜଣେ ଆହତ ଯୁବକଙ୍କୁ ଗ୍ରେସିଙ୍ଗିଆ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି।
ଖବର ପାଇ ଘୁମୁସର ଉଦୟଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ଦୁର୍ଘଟଣାର କାରଣ କ’ଣ ଏବଂ କେଉଁ ପରିସ୍ଥିତିରେ କାର୍-ବାଇକ୍ ମଧ୍ୟରେ ଧକ୍କା ହେଲା, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।


