Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁଖ୍ୟମନ୍ତ୍ରୀଙ୍କ ଦୁବାଇ ଗସ୍ତରେ ୨.୪୩ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ପୁଞ୍ଜିନିବେଶକୁ ସ୍ୱାଗତ କଲେ ବ୍ରହ୍ମପୁର ସାଂସଦ
ଆଜିର ଖବର

ମୁଖ୍ୟମନ୍ତ୍ରୀଙ୍କ ଦୁବାଇ ଗସ୍ତରେ ୨.୪୩ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ପୁଞ୍ଜିନିବେଶକୁ ସ୍ୱାଗତ କଲେ ବ୍ରହ୍ମପୁର ସାଂସଦ

September 13, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବ୍ରହ୍ମପୁର ସାଂସଦ
ମୁଖ୍ୟମନ୍ତ୍ରୀଙ୍କ ଦୁବାଇ ଗସ୍ତରେ ୨.୪୩ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ପୁଞ୍ଜିନିବେଶକୁ ସ୍ୱାଗତ କଲେ ବ୍ରହ୍ମପୁର ସାଂସଦ

ଭୁବନେଶ୍ୱର/ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ସଂଯୁକ୍ତ ଆରବ ଏମିରେଟ୍ସ (UAE) ତଥା ଦୁବାଇଠାରେ ଆୟୋଜିତ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌’ର ଅଭୂତପୂର୍ବ ସଫଳତା ପାଇଁ ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ଏହି ତିନିଦିନିଆ ଗସ୍ତ ରାଜ୍ୟର ଅର୍ଥନୈତିକ ଏବଂ ଶିଳ୍ପ ବିକାଶ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ଅଧ୍ୟାୟ ସୃଷ୍ଟି କରିଛି ବୋଲି ସେ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଯୋଗୁଁ ଓଡ଼ିଶା ଆଜି ବିଶ୍ୱସ୍ତରୀୟ ପୁଞ୍ଜିନିବେଶକାରୀଙ୍କ ପ୍ରଥମ ପସନ୍ଦ ପାଲଟିଛି। ଏହି ଗସ୍ତ କାଳରେ ମୋଟ ୨,୪୩,୧୨୧ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିବା ସହିତ ୮.୯୪ ଲକ୍ଷରୁ ଅଧିକ (୮,୯୪,୨୧୫) ନିଯୁକ୍ତି ସୁଯୋଗ ସୃଷ୍ଟିର ବାଟ ଫିଟିଛି। ଏଥିମଧ୍ୟରୁ ପ୍ରାୟ ୭୧,୨୫୨ ଜଣଙ୍କ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ରହିଛି।

ଗସ୍ତର ପ୍ରମୁଖ ଉପଲବ୍ଧି:

ବିପୁଳ ପୁଞ୍ଜିନିବେଶ ପ୍ରସ୍ତାବ: ନବୀକରଣଯୋଗ୍ୟ ଶକ୍ତି, ଧାତବ ଓ ଖଣିଜ, ପେଟ୍ରୋକେମିକାଲ୍ସ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ତଥା ତଥ୍ୟ କେନ୍ଦ୍ର (Data Center), ସବୁଜ ଶକ୍ତି, ଲଜିଷ୍ଟିକ୍ସ ଏବଂ ବନ୍ଦର ଭିତ୍ତିକ ଶିଳ୍ପରେ ମୋଟ ୨.୪୩ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ।

ନିବେଶ ଚୁକ୍ତି ଓ ବୁଝାମଣାପତ୍ର: ୨୪ଟି ପ୍ରମୁଖ ପ୍ରକଳ୍ପ ପାଇଁ ପ୍ରାୟ ୯.୧୦ ଲକ୍ଷ କୋଟି ଟଙ୍କାର ଏମ୍‌ଓୟୁ (MoU) ସହ ୨୭ଟି ପ୍ରକଳ୍ପ ଲାଗି ଲେଟର ଅଫ୍ ଇଣ୍ଟେଣ୍ଟ (LoI) ଦାଖଲ।

​ବ୍ୟାପକ ଆଲୋଚନା: ୪୩ଟି ୱାନ୍-ଟୁ-ୱାନ୍ ବୈଠକ ଏବଂ ୭ଟି ଗୋଲଟେବୁଲ ବୈଠକ ଜରିଆରେ ଏମିରେଟ୍ସ ଗ୍ଲୋବାଲ ଆଲୁମିନିୟମ, ଶରାଫ ଗ୍ରୁପ୍, ଆଇଏଚ୍‌ସି (IHC) ଭଳି ବିଶ୍ୱପ୍ରସିଦ୍ଧ ଶିଳ୍ପ ସଂସ୍ଥାମାନଙ୍କ ସହ ଫଳପ୍ରଦ ଆଲୋଚନା।

ପ୍ରବାସୀ ଓଡ଼ିଆ ସମ୍ମିଳନୀ: ଦୁବାଇରେ ବସବାସ କରୁଥିବା ୮୦୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆଙ୍କ ସହ ଭାବପୂର୍ଣ୍ଣ ଆଲୋଚନା ଏବଂ ରାଜ୍ୟର କଳା, ସଂସ୍କୃତି ଓ ହସ୍ତତନ୍ତର ପ୍ରଚାର ପ୍ରସାର।

ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ କହିଛନ୍ତି ଯେ,​”ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏହି ସଫଳ ଗସ୍ତ ୨୦୩୬ ସୁଦ୍ଧା ଏକ ସମୃଦ୍ଧ ‘ବିକଶିତ ଓଡ଼ିଶା’ ଗଠନର ସଂକଳ୍ପକୁ ଆହୁରି ସୁଦୃଢ଼ କରିଛି। ଓଡ଼ିଶାର ବନ୍ଦର ଭିତ୍ତିକ ଭିତ୍ତିଭୂମି ଏବଂ ଖଣିଜ ସମ୍ପଦକୁ ଉପଯୋଗ କରି ନୂତନ ଶିଳ୍ପାୟନର ଯୁଗ ଆରମ୍ଭ ହୋଇଛି। ବିଶେଷ କରି ଦକ୍ଷିଣ ଓଡ଼ିଶା ଏବଂ ଗୋପାଳପୁର ଉପକୂଳବର୍ତ୍ତୀ ଅଞ୍ଚଳରେ ଲଜିଷ୍ଟିକ୍ସ, ସବୁଜ ଶକ୍ତି ଓ ଡାଉନଷ୍ଟ୍ରିମ୍ ଶିଳ୍ପର ପ୍ରସାର ଘଟି ସ୍ଥାନୀୟ ଯୁବପିଢ଼ିଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।”

ଏହି ଐତିହାସିକ ସଫଳତା ପାଇଁ ସାଂସଦ ଡକ୍ଟର ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସହ ଗସ୍ତରେ ଥିବା ସମସ୍ତ ବିଭାଗୀୟ ଅଧିକାରୀ ତଥା ଇପିକଲ୍ (IPICOL) ଟିମ୍‌କୁ ସାଧୁବାଦ ଜଣାଇଛନ୍ତି।

uae ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ପୁଞ୍ଜିନିବେଶକୁ ସ୍ୱାଗତ ବ୍ରହ୍ମପୁର ସାଂସଦ ମୋହନ ଚରଣ ମାଝୀ ସଂଯୁକ୍ତ ଆରବ ଏମିରେଟ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

କେଉଁ ରଙ୍ଗର ଗଣେଶଜୀଙ୍କ ମୂର୍ତ୍ତି ଅଥବା ଫଟୋକୁ ପୂଜା କଲେ ମିଳିଥାଏ ଲାଭ, ଜାଣନ୍ତୁ

September 13, 2026

ଶିଶୁ ଆଶ୍ରମରୁ ନାବାଳିକାଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର

September 13, 2026

‘ଏହି ଦୁଇ ଭାରତୀୟ ଖେଳାଳି ସବୁଠାରୁ ବଡ଼ ବିପଦ’: ଜାଣନ୍ତୁ କାହାକୁ କହିଲେ ଆଫଗାନିସ୍ତାନ ଅଧିନାୟକ?

September 13, 2026

ପ୍ରଭୃ ଶ୍ରୀଗଣେଶଙ୍କ ପ୍ରିୟ ଖାଦ୍ୟ କଣ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

September 13, 2026
Latest News

ମୁଖ୍ୟମନ୍ତ୍ରୀଙ୍କ ଦୁବାଇ ଗସ୍ତରେ ୨.୪୩ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ପୁଞ୍ଜିନିବେଶକୁ ସ୍ୱାଗତ କଲେ ବ୍ରହ୍ମପୁର ସାଂସଦ

September 13, 2026

କେଉଁ ରଙ୍ଗର ଗଣେଶଜୀଙ୍କ ମୂର୍ତ୍ତି ଅଥବା ଫଟୋକୁ ପୂଜା କଲେ ମିଳିଥାଏ ଲାଭ, ଜାଣନ୍ତୁ

September 13, 2026

ଶିଶୁ ଆଶ୍ରମରୁ ନାବାଳିକାଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର

September 13, 2026

‘ଏହି ଦୁଇ ଭାରତୀୟ ଖେଳାଳି ସବୁଠାରୁ ବଡ଼ ବିପଦ’: ଜାଣନ୍ତୁ କାହାକୁ କହିଲେ ଆଫଗାନିସ୍ତାନ ଅଧିନାୟକ?

September 13, 2026

ପ୍ରଭୃ ଶ୍ରୀଗଣେଶଙ୍କ ପ୍ରିୟ ଖାଦ୍ୟ କଣ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.