Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହୋମଗାର୍ଡଙ୍କୁ ବର୍ବର ଆକ୍ରମଣ: ୨ ମୁଖ୍ୟ ଅଭିଯୁକ୍ତଙ୍କ ସହ ୬ ଗିରଫ
ଆଜିର ଖବର

ହୋମଗାର୍ଡଙ୍କୁ ବର୍ବର ଆକ୍ରମଣ: ୨ ମୁଖ୍ୟ ଅଭିଯୁକ୍ତଙ୍କ ସହ ୬ ଗିରଫ

September 13, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ହୋମଗାର୍ଡଙ୍କୁ ବର୍ବର ଆକ୍ରମଣ: ୨ ମୁଖ୍ୟ ଅଭିଯୁକ୍ତଙ୍କ ସହ ୬ ଗିରଫ
ହୋମଗାର୍ଡଙ୍କୁ ବର୍ବର ଆକ୍ରମଣ: ୨ ମୁଖ୍ୟ ଅଭିଯୁକ୍ତଙ୍କ ସହ ୬ ଗିରଫ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ କଲେଜ ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କାର୍ଯ୍ୟରତ ଜଣେ ହୋମଗାର୍ଡଙ୍କୁ କାର୍‌ରେ ଆସିଥିବା କିଛି ଡ୍ରଗ୍ସ ମାଫିଆ ଓ ସେମାନଙ୍କ ସହଯୋଗୀ ମରଣାନ୍ତକ ଆକ୍ରମଣ କରି ଗୁରୁତର କରିଛନ୍ତି। ଏହି ଘଟଣାରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁଖ୍ୟ ଅଭିଯୁକ୍ତ ଦୁଇ ଭାଇଙ୍କ ସମେତ ମୋଟ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ଅନୁଯାୟୀ, ଜଗତସିଂହପୁର ସଦର ଥାନାର ହୋମଗାର୍ଡ ନିତ୍ୟାନନ୍ଦ ସେନାପତି ନିଜର ନିଶାଚର ନାଇଟ୍ ଡ୍ୟୁଟି ସାରି ନିଜ ମୋଟରସାଇକେଲ ଯୋଗେ ଘରକୁ ଫେରୁଥିଲେ। କଲେଜ ଛକ ନିକଟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ତାଙ୍କ ବାଇକ୍‌କୁ ଜୋର୍‌ରେ ଧକ୍କା ଦେଇଥିଲା। ଧକ୍କା ପ୍ରଭାବରେ ହୋମଗାର୍ଡ ନିତ୍ୟାନନ୍ଦ ରାସ୍ତା ଉପରେ ପଡ଼ିଯାଇଥିଲେ। ଏହି ସମୟରେ କାର୍ ଭିତରୁ ଓହଳ ଗ୍ରାମର ପ୍ରସିଦ୍ଧ ଡ୍ରଗ୍ସ ମାଫିଆ ଭିକି, ତାଙ୍କ ସାନଭାଇ ଜ୍ୟାକି ଏବଂ ସେମାନଙ୍କର ଅନ୍ୟ ୪ ଜଣ ସହଯୋଗୀ ଓହ୍ଲାଇ ଆସିଥିଲେ। ପୂର୍ବରୁ ନିଶା କାରବାର ସମ୍ପର୍କରେ ପୁଲିସକୁ ସୂଚନା ଦେଉଥିବା ରାଗ ରଖି, ସେମାନେ ନିତ୍ୟାନନ୍ଦଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଳଜ କରିବା ସହ ହକି ଷ୍ଟିକ୍, ବାଉଁଶ ଫାଳି ଏବଂ ଲୁହା ରଡ୍‌ରେ ବର୍ବର ଭାବେ ପିଟି ଚାଲିଥିଲେ। ନିତ୍ୟାନନ୍ଦ ରକ୍ତ ଜୁଡ଼ୁବୁଡ଼ୁ ହୋଇ ନେହୁରା ହୋଇଥିଲେ ମଧ୍ୟ ଦୁର୍ବୃତ୍ତମାନେ ତାଙ୍କୁ ନିଷ୍ଟୁର ଭାବେ ମାଡ଼ ମାରିବା ସହ ତାଙ୍କ ପାଖରେ ଥିବା ସୁନା ଚେନ୍ ଓ ନଗଦ ଟଙ୍କା ଛଡ଼ାଇ ନେଇଥିଲେ।

ଘଟଣା ସମ୍ପର୍କରେ ସୂଚନା ପାଇ ସଦର ଥାନା ପୁଲିସର ଏକ ପାଟ୍ରୋଲିଂ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ନିତ୍ୟାନନ୍ଦଙ୍କୁ ଉଦ୍ଧାର କରି ଜଗତସିଂହପୁର ମୁଖ୍ୟ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏହା ସହିତ ପୁଲିସ ଗାଡ଼ି ଦେଖି ଖସି ପଳାଇବାକୁ ଚେଷ୍ଟା କରୁଥିବା ଓହଳ ଗ୍ରାମର ସୁରେଶ ଚନ୍ଦ୍ର ପରିଜାଙ୍କ ଦୁଇ ପୁଅ ସୌମ୍ୟରଞ୍ଜନ ପରିଜା ଓରଫ ଭିକି (୩୬) ଏବଂ ସ୍ୱପ୍ନଜିତ ପରିଜା ଓରଫ ଜ୍ୟାକି (୨୬)ଙ୍କୁ କାବୁ କରି ଥାନାକୁ ଆଣିଥିଲେ।

ପୁଲିସର ପଚରାଉଚରା ଓ ଛାନଭିନ୍ ପରେ ଫେରାର ଥିବା ଅନ୍ୟ ୪ ଜଣ ସହଯୋଗୀଙ୍କୁ ସଦର ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରୁ ଗିରଫ କରାଯାଇଥିଲା। ଗିରଫ ଅନ୍ୟ ଅଭିଯୁକ୍ତମାନେ ହେଲେ ମଙ୍ଗଳପୁର ଗ୍ରାମର ସୁଲେଖ ମହାରାଣାଙ୍କ ପୁଅ ରାଜା ମହାରାଣା (୨୪), ଓହଳ ଦେଉଳିଗ୍ରାମେଶ୍ୱର ଗ୍ରାମର ମହମ୍ମଦ ଅନସରଙ୍କ ପୁଅ ମହମ୍ମଦ ଉମର ଫାରୁକ (୨୬), ଲାଲାସାହି ଗ୍ରାମର ସେକ୍ ମୋନାଙ୍କ ପୁଅ ସେକ୍ ମୌସମ ଏବଂ ପଟସରା ଗ୍ରାମର ଦୁଃଖୀଶ୍ୟାମ ରାଉତଙ୍କ ପୁଅ ରାହୁଲ ରାଉତ (୨୨)। ପୁଲିସ ତରଫରୁ ଏହି ଅଭିଯୁକ୍ତମାନଙ୍କୁ କଡ଼ା ଚେତାବନୀ ଦେବା ଏବଂ ଅପରାଧୀଙ୍କ ମନରେ ଭୟ ସୃଷ୍ଟି କରିବା ପାଇଁ ରବିବାର ଅପରାହ୍ନରେ ସଦର ଥାନାରୁ କଲେଜ ଛକ ଘଟଣାସ୍ଥଳ ପର୍ଯ୍ୟନ୍ତ ପ୍ରାୟ ୨ କିଲୋମିଟର ରାସ୍ତାରେ ଚଲାଇ ଚଲାଇ ଶୋଭାଯାତ୍ରା କରାଯାଇଥିଲା। ସାଧାରଣ ଲୋକଙ୍କ ସମ୍ମୁଖରେ ଅଭିଯୁକ୍ତମାନଙ୍କୁ ନେଇ ମାରପିଟ୍‌ର ଅଭିନୟ ବା ଡେମୋନ୍‌ଷ୍ଟ୍ରେସନ୍ କରାଯାଇଥିଲା। ସନ୍ଧ୍ୟାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜଗତସିଂହପୁର ସବ୍‌ଡିଭିଜନାଲ ପୁଲିସ ଅଫିସର, ଏସଡିପିଓ ଦିବ୍ୟ ରଞ୍ଜନ ନାଥ ସୂଚନା ଦେଇଛନ୍ତି ଯେ, ଗିରଫ ୬ ଜଣ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ କଠୋର ଦଫା ଏବଂ ପିଡିପିପି ଆକ୍ଟ ଅନୁଯାୟୀ ମାମଲା ନମ୍ବର ୬୫୨/୨୦୨୬ ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତମାନଙ୍କ ପାଖରୁ ଅପରାଧରେ ବ୍ୟବହୃତ ଏକ କାର୍, ୨ଟି ମୋଟରସାଇକେଲ, ୪ଟି ହକି ଷ୍ଟିକ୍, ୩ଟି ମୋବାଇଲ୍ ଫୋନ୍, ହୋମଗାର୍ଡଙ୍କ ଠାରୁ ଲୁଟି ନେଇଥିବା ସୁନା ଚେନ୍ ଏବଂ ନଗଦ ୧୨୭୦ ଟଙ୍କା ଜବତ କରାଯାଇଛି। ପୁଲିସକୁ ସୂଚନା ଦେଉଥିବା ସନ୍ଦେହରେ ଡ୍ରଗ୍ସ ମାଫିଆମାନେ ଏପରି ମରଣାନ୍ତକ ଆକ୍ରମଣ କରିଥିବା ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଅଭିଯୁକ୍ତ ଗିରଫ ପୋଲିସ କାର୍ଯ୍ୟାନୁଷ୍ଠାନ ହୋମଗାର୍ଡ ଆକ୍ରମଣ
Share. Facebook Twitter LinkedIn Email WhatsApp Copy Link

Related Posts

ଡ୍ୟୁଟିରେ ଅବହେଳା ପଡ଼ିଲା ମହଙ୍ଗା, ଫାଣ୍ଡି ଅଧିକାରୀଙ୍କୁ ନିଲମ୍ବନ କଲେ ଏସ୍‌ପି

October 3, 2026

ଓଡ଼ିଶାରେ ଖୋଲିବ ଶାସ୍ତ୍ରୀୟ ପାଲି ଭାଷାର ଉତ୍କର୍ଷ କେନ୍ଦ୍ର

October 3, 2026

ସ୍କୁଲ ଟଙ୍କା ହଡପ କରି ୨ ଗିରଫ

October 3, 2026

ବିହାର MLC ନିର୍ବାଚନ: ମେଣ୍ଟ ଭିତରେ ମହାଟକ୍କର, RJD-କଂଗ୍ରେସ ମୁହାଁମୁହିଁ

October 3, 2026
Latest News

ଡ୍ୟୁଟିରେ ଅବହେଳା ପଡ଼ିଲା ମହଙ୍ଗା, ଫାଣ୍ଡି ଅଧିକାରୀଙ୍କୁ ନିଲମ୍ବନ କଲେ ଏସ୍‌ପି

October 3, 2026

ଓଡ଼ିଶାରେ ଖୋଲିବ ଶାସ୍ତ୍ରୀୟ ପାଲି ଭାଷାର ଉତ୍କର୍ଷ କେନ୍ଦ୍ର

October 3, 2026

ସ୍କୁଲ ଟଙ୍କା ହଡପ କରି ୨ ଗିରଫ

October 3, 2026

ବିହାର MLC ନିର୍ବାଚନ: ମେଣ୍ଟ ଭିତରେ ମହାଟକ୍କର, RJD-କଂଗ୍ରେସ ମୁହାଁମୁହିଁ

October 3, 2026

ଇନ୍‌ଫ୍ଲୁଏନ୍ସର ମ୍ୟାଡ୍ ସାନ୍ଧୁଙ୍କୁ ହତ୍ୟା: ଅମୃତସରରେ ଚାଞ୍ଚଲ୍ୟ, ତଦନ୍ତ ଆରମ୍ଭ

October 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.