Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବ୍ୟାଙ୍କ ଲୁଟ୍‌ ପୂର୍ବରୁ ପୁଲିସର ମାଷ୍ଟରଷ୍ଟ୍ରୋକ୍‌; ମଧ୍ୟରାତ୍ରିରେ ଧରାପଡ଼ିଲା ଡକାୟତ ଗ୍ୟାଙ୍ଗ
ଆଜିର ଖବର

ବ୍ୟାଙ୍କ ଲୁଟ୍‌ ପୂର୍ବରୁ ପୁଲିସର ମାଷ୍ଟରଷ୍ଟ୍ରୋକ୍‌; ମଧ୍ୟରାତ୍ରିରେ ଧରାପଡ଼ିଲା ଡକାୟତ ଗ୍ୟାଙ୍ଗ

September 15, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବୈଶିଙ୍ଗା: ରାତିର ଅନ୍ଧାରରେ ବ୍ୟାଙ୍କ ଲୁଟ୍‌ର ବଡ଼ ଯୋଜନା। ସମୟ ପ୍ରାୟ ରାତି ୨ଟା। ମାନଗୋବିନ୍ଦପୁରସ୍ଥିତ ୟୁନିୟନ ବ୍ୟାଙ୍କ ଭିତରେ ପଶି ଡକାୟତି କରୁଥିଲେ ଦୁର୍ବୃତ୍ତ। ହେଲେ ବ୍ୟାଙ୍କ ଭିତରେ ଲୁଟ୍‌ ଚାଲିଥିବା ବେଳେ ହିଁ ଘଟଣାସ୍ଥଳରେ ପହଞ୍ଚିଗଲା ପୁଲିସ। ପୁଲିସକୁ ଦେଖି ଆଉ ଡକାୟତି ନୁହେଁ, ଆରମ୍ଭ ହେଲା ଖସିଯିବାର ଉଦ୍ୟମ।

କାର୍‌ରେ ବସି ଦ୍ରୁତଗତିରେ ଫେରାର ହେବାକୁ ଉଦ୍ୟମ କରୁଥିବା ସନ୍ଦିଗ୍ଧଙ୍କ ପିଛା କରିଥିଲା ବୈଶିଙ୍ଗା ପୁଲିସ। ମାଣତ୍ରୀ–ବୈଶିଙ୍ଗା ରାସ୍ତାରେ ଚାଲିଥିଲା ପିଛା କରା। ଶେଷରେ ବୈଶିଙ୍ଗା ଛକ ନିକଟରେ ପୁଲିସ ସେମାନଙ୍କୁ ଧରିଥିବା ସୂଚନା ମିଳିଛି। ଏଭଳି ଭାବେ ପଣ୍ଡ ହୋଇଛି ଏକ ବଡ଼ ଧରଣର ବ୍ୟାଙ୍କ ଡକାୟତି ଯୋଜନା।

ସୂଚନା ଅନୁସାରେ, ମାନଗୋବିନ୍ଦପୁରସ୍ଥିତ ୟୁନିୟନ ବ୍ୟାଙ୍କକୁ ଟାର୍ଗେଟ୍‌ କରିଥିଲେ ଏକ ଡକାୟତ ଗ୍ୟାଙ୍ଗ। ରାତି ପ୍ରାୟ ୨ଟାରେ ଗ୍ୟାଙ୍ଗର ସଦସ୍ୟମାନେ ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିବା ବେଳେ ଲୁଟ୍‌ ଉଦ୍ୟମ ଚଳାଇଥିଲେ।

ତେବେ ସେମାନଙ୍କ ଯୋଜନା ସଫଳ ହେବା ପୂର୍ବରୁ ଘଟଣାସ୍ଥଳରେ ପହଞ୍ଚିଥିଲା ବୈଶିଙ୍ଗା ପୁଲିସ। ପୁଲିସର ଉପସ୍ଥିତି ଜାଣିବା ପରେ ଅଭିଯୁକ୍ତମାନେ ତୁରନ୍ତ କାର୍‌ ଯୋଗେ ଫେରାର ହେବାକୁ ଉଦ୍ୟମ କରିଥିଲେ।

ପୁଲିସ ମଧ୍ୟ ସନ୍ଦିଗ୍ଧଙ୍କୁ ଛାଡ଼ିନଥିଲା। କାର୍‌ଟିକୁ ପିଛା କରି ମାଣତ୍ରୀ–ବୈଶିଙ୍ଗା ରାସ୍ତାରେ ଧାଇଥିଲା ପୁଲିସ। ଶେଷରେ ବୈଶିଙ୍ଗା ଛକ ନିକଟରେ କାର୍‌କୁ ଅଟକାଇବାରେ ସଫଳ ହୋଇଥିଲା।

ଘଟଣାସ୍ଥଳରୁ ପଶ୍ଚିମବଙ୍ଗ ନମ୍ବର ଥିବା ଏକ କାର୍‌ ଜବତ କରାଯାଇଛି। ଏହାସହ ୫ରୁ ଅଧିକ ସନ୍ଦିଗ୍ଧଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

ଅଟକ ଥିବା ସନ୍ଦିଗ୍ଧମାନଙ୍କୁ ପଚରାଉଚରା ପରେ ଏହି ଗ୍ୟାଙ୍ଗ ସମ୍ପର୍କରେ ଅନେକ ତଥ୍ୟ ସାମ୍ନାକୁ ଆସିପାରେ ବୋଲି ପୁଲିସ ତଦନ୍ତ ଚଳାଇଛି। ଗ୍ୟାଙ୍ଗର ସଦସ୍ୟମାନେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଚୋରି ଓ ଡକାୟତି ଘଟଣାରେ ସମ୍ପୃକ୍ତ କି ନାହିଁ, ସେନେଇ ମଧ୍ୟ ତଦନ୍ତ ହେଉଛି।

ବିଶେଷକରି ପଶ୍ଚିମବଙ୍ଗ ନମ୍ବରର କାର୍‌ ଜବତ ହେବା ପରେ ଗ୍ୟାଙ୍ଗର ଅନ୍ୟ ଅପରାଧିକ ନେଟୱର୍କ ସହ କୌଣସି ସମ୍ପର୍କ ରହିଛି କି ନାହିଁ, ସେ ଦିଗରେ ମଧ୍ୟ ପୁଲିସ ଖୋଳତାଡ଼ ଆରମ୍ଭ କରିଛି।

ନୂଆ ଥାନା ଅଧିକାରୀ ବାବା ଶଙ୍କର ସରାଫ ଦାୟିତ୍ୱ ନେବା ପରେ ବୈଶିଙ୍ଗା ପୁଲିସର ଏହି ସଫଳତାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଡକାୟତି ଯୋଜନାକୁ ଠିକ୍‌ ସମୟରେ ପଣ୍ଡ କରିବା ସହ ସନ୍ଦିଗ୍ଧମାନଙ୍କୁ ଧରିବା ପୁଲିସ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି।

ଏବେ ଅଟକ ସନ୍ଦିଗ୍ଧଙ୍କ ପଚରାଉଚରାରୁ ବ୍ୟାଙ୍କ ଡକାୟତି ପଛରେ କାହାର ହାତ ରହିଛି, ଗ୍ୟାଙ୍ଗରେ ଆଉ କେତେଜଣ ସଦସ୍ୟ ଅଛନ୍ତି ଏବଂ ରାଜ୍ୟର ଅନ୍ୟ କେଉଁ ଅପରାଧ ସହ ସେମାନଙ୍କ ସମ୍ପର୍କ ରହିଛି, ତାହା ସ୍ପଷ୍ଟ ହେବ।

ବ୍ୟାଙ୍କ ଲୁଟ୍‌ ଲୁଟ୍‌ ଯୋଜନା ପଣ୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

ରାହୁଲ ଏବଂ ପ୍ରିୟଙ୍କାଙ୍କ ବିରୋଧରେ ଏଫଆଇଆର: ଜାଣନ୍ତୁ ମାମଲା

October 7, 2026

ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର

October 7, 2026

ବଡ଼ ଝଟକା ଦେଲା RBI: ୪ ବର୍ଷ ପରେ ବଢିଲା ରେପୋ ହାର, କେତେ ବୃଦ୍ଧି ପାଇବ EMI?

October 7, 2026

ଭୁବନେଶ୍ଵର କୁମାରଙ୍କ ପ୍ରତ୍ୟାବର୍ତ୍ତନକୁ ବାଧା ଦେଉଥିଲେ ଅଗରକର!: ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ

October 7, 2026
Latest News

ରାହୁଲ ଏବଂ ପ୍ରିୟଙ୍କାଙ୍କ ବିରୋଧରେ ଏଫଆଇଆର: ଜାଣନ୍ତୁ ମାମଲା

October 7, 2026

ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର

October 7, 2026

ବଡ଼ ଝଟକା ଦେଲା RBI: ୪ ବର୍ଷ ପରେ ବଢିଲା ରେପୋ ହାର, କେତେ ବୃଦ୍ଧି ପାଇବ EMI?

October 7, 2026

ଭୁବନେଶ୍ଵର କୁମାରଙ୍କ ପ୍ରତ୍ୟାବର୍ତ୍ତନକୁ ବାଧା ଦେଉଥିଲେ ଅଗରକର!: ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ

October 7, 2026

ଉତ୍ତରାଖଣ୍ଡ, ଦିଲ୍ଲୀ-ଏନସିଆର ପରେ ଅରୁଣାଚଳରେ ଭୂମିକମ୍ପ ଝଟ୍‌କା

October 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.