Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚେକ୍‌ ବାଉନ୍ସ ମାମଲା: ଅଭିନେତା ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି
ଆଜିର ଖବର

ଚେକ୍‌ ବାଉନ୍ସ ମାମଲା: ଅଭିନେତା ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି

September 15, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବଲିଉଡ ଅଭିନେତା ରାଜପାଲ ଯାଦବଙ୍କୁ ୯ କୋଟି ଟଙ୍କାର ଚେକ୍-ବାଉନ୍ସ ମାମଲାରେ ସୁପ୍ରିମକୋର୍ଟରୁ ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତି ମିଳିଛି। ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଅଭିନେତାଙ୍କୁ ଆସନ୍ତା ୨ ସପ୍ତାହ ମଧ୍ୟରେ ୨ କୋଟି ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ  ସୁପ୍ରିମକୋର୍ଟ ରେଜିଷ୍ଟ୍ରିରେ ଜମା କରିବା ପାଇଁ ଶେଷ ସୁଯୋଗ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୫ ତାରିଖରେ ଧାର୍ଯ୍ୟ କରାଯାଇଛି। ଶୁଣାଣି ସମୟରେ ସୁପ୍ରିମକୋର୍ଟ ଅଭିନେତାଙ୍କୁ କଠୋର ତାଗିଦ୍ କରି କହିଥିଲେ, “ଆପଣ ଫିଲ୍ମରେ ବହୁତ ଭଲ ଅଭିନୟ କରନ୍ତି, ମାତ୍ର କୋର୍ଟ ସମ୍ମୁଖରେ ଏପରି ମନୋଭାବ ଗ୍ରହଣ ନ କରିବାକୁ ଆଶା କରାଯାଏ।” କୋର୍ଟଙ୍କ ଅନୁମତି ବିନା ସେ ଯେପରି ଦେଶ ଛାଡ଼ି ନ ପାରିବେ, ସେଥିପାଇଁ ତୁରନ୍ତ ତାଙ୍କ ପାସପୋର୍ଟ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଆଉ କୌଣସି ଅତିରିକ୍ତ ସମୟ କିମ୍ବା ଛାଡ଼ ଦିଆଯିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି।

ଏହି ମାମଲାଟି ‘ମୁରଲୀ ପ୍ରୋଜେକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍’ ସହ ଜଡ଼ିତ ୭ଟି ପୃଥକ ଚେକ୍ ବାଉନ୍ସ ମାମଲାରୁ ସୃଷ୍ଟି। ରାଜପାଲ ଯାଦବ ଏବଂ ତାଙ୍କ ପତ୍ନୀ ରାଧା ଯାଦବ ଫିଲ୍ମ ନିର୍ମାଣ ପାଇଁ ଆଣିଥିବା ଋଣ ପରିଶୋଧ ବାବଦରେ ଦେଇଥିବା ଚେକ୍ ଗୁଡ଼ିକ ବାଉନ୍ସ ହୋଇଥିଲା। ଏହି ମାମଲାରେ ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ରାଜପାଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ପ୍ରତ୍ୟେକ ମାମଲାରେ ୩ ମାସ ଲେଖାଏଁ ଜେଲଦଣ୍ଡାଦେଶ ଶୁଣାଇଥିଲେ। ହାଇକୋର୍ଟଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରି ରାଜପାଲ ଯାଦବ ଓ ତାଙ୍କ ପତ୍ନୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଚେକ୍‌ ବାଉନ୍ସ ମାମଲା ରାଜପାଲ ଯାଦବ ସୁପ୍ରିମକୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

FASTag Annual Pass: ସ୍ଥାନୀୟ ଲୋକଙ୍କୁ ବଡ଼ ଆଶ୍ୱସ୍ତି, କମିଲା ଟୋଲ ପାସ୍ ଦର

October 27, 2026

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ଖୋରଧା ଜିଲ୍ଲାରେ ସ୍କୁଲ ବନ୍ଦ ଏବଂ କର୍ମଚାରୀଙ୍କ ଛୁଟି ବାତିଲ

October 27, 2026

ମୁଖ୍ୟମନ୍ତ୍ରୀ କୃଷକ ଦୁର୍ଘଟଣା କଲ୍ୟାଣ ଯୋଜନା କ’ଣ?: କେମିତି ମିଳିବ ୫ ଲକ୍ଷର ସହାୟତା

October 27, 2026

ହେଲମେଟ୍ ପିନ୍ଧିଥିଲେ ବି କଟିବ ଚାଲାଣ! ଏହି ଭୁଲ୍ ପାଇଁ କଟିପାରେ ଆପଣଙ୍କ ଚାଲାଣ

October 27, 2026
Latest News

ଗୋପାଳପୁର ଓ ସୁନପୁର ବେଳାଭୂମିକୁ ୨୯ ଯାଏଁ ପର୍ଯ୍ୟଟକଙ୍କୁ ପ୍ରବେଶ ନିଷିଦ୍ଧ

October 27, 2026

FASTag Annual Pass: ସ୍ଥାନୀୟ ଲୋକଙ୍କୁ ବଡ଼ ଆଶ୍ୱସ୍ତି, କମିଲା ଟୋଲ ପାସ୍ ଦର

October 27, 2026

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ଖୋରଧା ଜିଲ୍ଲାରେ ସ୍କୁଲ ବନ୍ଦ ଏବଂ କର୍ମଚାରୀଙ୍କ ଛୁଟି ବାତିଲ

October 27, 2026

ମୁଖ୍ୟମନ୍ତ୍ରୀ କୃଷକ ଦୁର୍ଘଟଣା କଲ୍ୟାଣ ଯୋଜନା କ’ଣ?: କେମିତି ମିଳିବ ୫ ଲକ୍ଷର ସହାୟତା

October 27, 2026

ହେଲମେଟ୍ ପିନ୍ଧିଥିଲେ ବି କଟିବ ଚାଲାଣ! ଏହି ଭୁଲ୍ ପାଇଁ କଟିପାରେ ଆପଣଙ୍କ ଚାଲାଣ

October 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.