Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେପି ସରକାର ଆସିବା ପରେ ରାଜ୍ୟକୁ ଛୁଟୁଛି ନିବେଶର ସୁଅ
ଆଜିର ଖବର

ବିଜେପି ସରକାର ଆସିବା ପରେ ରାଜ୍ୟକୁ ଛୁଟୁଛି ନିବେଶର ସୁଅ

September 18, 2026No Comments5 Mins Read
Share Facebook Twitter LinkedIn Email WhatsApp Copy Link
ବିଜେପି ସରକାର ଆସିବା ପରେ ରାଜ୍ୟକୁ ଛୁଟୁଛି ନିବେଶର ସୁଅ

ଭୂବନେଶ୍ୱର: ଦୁଇ ବର୍ଷରେ ଓଡ଼ିଶାର ଶିଳ୍ପାୟନର ନୂଆ ଧାରା ସୃଷ୍ଟି ହୋଇଛି। ବିଜେପି ସରକାର ଆସିବା ପରେ ରାଜ୍ୟକୁ ନିବେଶର ସୁଅ ଛୁଟୁଛି। ରାଜ୍ୟ ସରକାର କେବଳ ପାରମ୍ପରିକ ଶିଳ୍ପ ପ୍ରୋତ୍ସାହନରେ ସୀମିତ ନାହାନ୍ତି, ବରଂ ରାଜ୍ୟରେ ଯୁଗୋପଯୋଗୀ ଶିଳ୍ପ ପ୍ରତିଷ୍ଠା ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି। ୟୁଏଇ ଗସ୍ତ ଓଡ଼ିଶାର ଶିଳ୍ପ ଜଗତ ପାଇଁ ଏକ ଐତିହାସିକ ଏବଂ ଅତ୍ୟନ୍ତ ସଫଳ ଅଧ୍ୟାୟ ହୋଇ ରହିବ ବୋଲି ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି।
ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ୨୦୨୪ ମସିହାରେ ବିଜେପି ସରକାର ଦାୟିତ୍ୱ ଗ୍ରହଣ କରିବା ପରେ ‘ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ ଆୟୋଜନ ପୂର୍ବରୁ ଦିଲ୍ଲୀ, ମୁମ୍ବାଇ ଏବଂ ସିଙ୍ଗାପୁରଠାରେ ଇନଭେଷ୍ଟରସ’ ମିଟ୍ ଏବଂ ରୋଡସୋ’ ଆୟୋଜନ କରାଯାଇଥିଲା। ଏପ୍ରିଲ ୨୦୨୫ରେ ଦିଲ୍ଲୀଠାରେ ଆୟୋଜିତ ରୋଡ୍ ସୋ ରେ ୯୮ହଜାର ୮୮୦କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲା ଯାହାକି ୬୭ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଡିସେମ୍ବର ୨୦୨୫ରେ ହାଇଦ୍ରାବାଦ ଇନଭେଷ୍ଟର୍ସ ମିଟ୍‌ରେ ୬୬ହଜାର ୭୮୧ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲା, ଯାହାକି ୫୬ହଜାର ୩୪୦ ନିଯୁକ୍ତି ସମ୍ଭାବନା ସୃଷ୍ଟି କରିଛି। ଜାନୁଆରୀ ୧୭ ୨୦୨୬ରେ କୋଲକାତାରେ ବି ରୋଡ୍ ସୋ କରିଥିଲୁ। ସେଠାରେ ୧,୦୦,୩୧୭ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲାବେଳେ ୯୦ହଜାର ୭୫୨ ନିଯୁକ୍ତି ସୃଷ୍ଟି ହେବ। ଜାନୁଆରୀ ୨୦୨୬ ରାଉରକେଲା ଇନଭେଷ୍ଟର୍ସ ମିଟ୍‌ରେ ୫୨୦୨୮ କୋଟି ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲାବେଳେ ୨୦୪୨୭ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି। ମେ ୨୦୨୬ରେ ଗୁଜୁରାଟ ରୋଡ୍ ସୋରେ ୪୮ହଜାର ୩୩୦କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିବାବେଳେ ୬୭୮୩୮ ନିଯୁକ୍ତି ସୃଷ୍ଟି ହେବ। ଅଗଷ୍ଟ ୨୦୨୬ରେ ଦିଲ୍ଲୀରେ ଆୟୋଜିତ “ଓଡିଶା ଫୁଡ୍ ପ୍ରୋ ୨୦୨୬” ମାଧ୍ୟମରେ ଆମେ ରାଜ୍ୟକୁ ୬୬,୩୯୨ କୋଟି ଟଙ୍କାର ଇନଭେଷ୍ଟମେଣ୍ଟ ପ୍ରୋପୋଜାଲ୍ ଆଣିବାରେ ସଫଳ ହୋଇଥିବା ବେଳେ ୫୪ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଏସବୁ ଆଉଟରିଚ୍ କାର୍ଯ୍ୟକ୍ରମର ଧାରା ଗତ ୨ବର୍ଷ ହେଲା ଜାରି ରହିଛି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି । ବିଜେପି ସରକାର ‘ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ’ ଆୟୋଜନ କରିବା ଦ୍ୱାରା ଆମ ପାଖକୁ ୨୦ଟି ଭିନ୍ନ ଭିନ୍ନ କ୍ଷେତ୍ରରେ ୫୯୩ଟି ପ୍ରସ୍ତାବ ସହିତ ମୋଟ ୧୬ଲକ୍ଷ ୭୩ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ଯାହାକି ଓଡିଶା ଶିଳ୍ପ ଇତିହାସରେ ସର୍ବକାଳୀନ ରେକର୍ଡ। ଓଡ଼ିଶାକୁ ଟେକ୍ସଟାଇଲ ଏବଂ ଆପାରେଲ୍ କ୍ଷେତ୍ରରେ ଦେଶରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ପାଇଁ ବିଜେପି ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଓଡ଼ିଶା ଟେକ୍ସ-୨୦୨୫ ଜରିଆରେ ଟେକ୍ସଟାଇଲ ଏବଂ ଆପାରେଲ୍ କ୍ଷେତ୍ରରେ ୩୩ଟି ଏମ୍‌ଓୟୁ ସ୍ୱାକ୍ଷରିତ ହେବା ସହ ରାଜ୍ୟକୁ ମୋଟ ୭,୮୦୮ କୋଟି ଟଙ୍କାର ପୁଞ୍ଜିନିବେଶ ଆସିପାରିଛି । ସେହିପରି ଫାର୍ମାସ୍ୟୁଟିକାଲ୍ସ ଏବଂ ମେଡିକାଲ ଉପକରଣ ଭଳି ନ୍ୟୁଏଜ୍ ସେକ୍ଟର ଗୁଡିକରେ ପୁଞ୍ଜିନିବେଶ ପାଇଁ ‘ଓଡିଶା ଫାର୍ମା ସମ୍ମିଳନୀ ୨୦୨୫’ ସମ୍ମିଳନୀ ଆୟୋଜନ କରିବା ସହ ଆମ ସରକାର ‘ଓଡିଶା ଫାର୍ମାସ୍ୟୁଟିକାଲ୍ସ ଏବଂ ମେଡିକାଲ୍ ଉପକରଣ ନୀତି ୨୦୨୫’ ପ୍ରଣୟନ କରିଛନ୍ତି। ଓଡ଼ିଶା ଫାର୍ମା ସମ୍ମିଳନୀ ୨୦୨୫ ସମ୍ମିଳନୀ ମାଧ୍ୟମରେ ରାଜ୍ୟକୁ ୭, ୦୪୩ କୋଟି ଟଙ୍କାର ପୁଞ୍ଜିନିବେଶ ସହ ୬୯ଟି ପ୍ରକଳ୍ପ ଆସିପାରିଛି। ବିଜେପି ସରକାର କେବଳ ପାରମ୍ପରିକ ଶିଳ୍ପ ପ୍ରୋତ୍ସାହନରେ ସୀମିତ ନାହାନ୍ତି, ବରଂ ରାଜ୍ୟରେ ଯୁଗୋପଯୋଗୀ ଶିଳ୍ପ ପ୍ରତିଷ୍ଠା ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଏହାଛଡ଼ା ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ଓଡ଼ିଶାର ଶିଳ୍ପ ବିକାଶ, ରାଜ୍ୟକୁ ବୈଦେଶିକ ପୁଞ୍ଜିନିବେଶ ଆକୃଷ୍ଟ କରିବା ତଥା ଯୁବବର୍ଗଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୃଷ୍ଟି କରିବା ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ‘ଓଡିଶା ଇନଭେସର୍ଟସ୍‌’ ମିଟ୍‌-ୟୁଏଇ ୨୦୨୬’ ପାଇଁ ତିନିଦିନିଆ ୟୁଏଇ (ସଂଯୁକ୍ତ ଆରବ ଏମିରେଟ୍ସ) ଗସ୍ତରେ ଯାଇଥିଲେ। ଏହି ୟୁଏଇ ଗସ୍ତ ଓଡ଼ିଶା ପାଇଁ ଅଦ୍ଭୁତପୂର୍ବ ସଫଳତା ଆଣିଛି । ୟୁଏଇ ତଥା ବିଶ୍ୱର ୧୬୦ଜଣ ପ୍ରମୁଖ ନିବେଶକ, ଶିଳ୍ପ ନେତୃବୃନ୍ଦ ଏବଂ ପ୍ରତିଷ୍ଠିତ ବାଣିଜ୍ୟିକ ସଂସ୍ଥାଗୁଡିକ ସହ ପାଖାପାଖି ୫୨ଟି ବୈଠକରେ ଯୋଗ ଦେଇ ଏହି ନିବେଶକ ସମ୍ମିଳନୀରେ ମୋଟ ୨୪ଟି ପୁଞ୍ଜିନିବେଶ ପ୍ରସ୍ତାବ ରାଜ୍ୟକୁ ଆସିପାରିଛି। ଏହି ପ୍ରସ୍ତାବଗୁଡିକ ମାଧ୍ୟମରେ ରାଜ୍ୟକୁ ପ୍ରାୟ ୨ଲକ୍ଷ ୪୩ହଜାର ୧୬୨ କୋଟି ଟଙ୍କାର ପୁଞ୍ଜିନିବେଶ ଆସିବ ଏବଂ ଏହାଦ୍ୱାରା ୮ଲକ୍ଷ ୯୫ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଏହା ଆଲୁମିନିୟମ୍ ଏବଂ ଡାଉନଷ୍ଟ୍ରିମ୍ ଶିଳ୍ପ, କ୍ରିଟିକାଲ ମିନେରାଲ୍ସ, ଗ୍ରୀନ ଏନର୍ଜି, ଲଜିଷ୍ଟିକ, ଫୁଡ୍ ପ୍ରୋସେସିଂ, ଟେକ୍ସଟାଇଲ୍ସ କେମିକାଲ୍ସ ଏବଂ ଅନ୍ୟାନ୍ୟ ବିକଶିତ କ୍ଷେତ୍ରରେ ନୂତନ ସୁଯୋଗର ବାଟ ଫିଟାଇଛି। ନିବେଶ ପ୍ରସ୍ତାବଗୁଡିକୁ ପ୍ରକଳ୍ପରେ ପରିଣତ କରିବା, ଶିଳ୍ପ ପ୍ରତିଷ୍ଠାକୁ ସହଜ କରିବା ଏବଂ ଯୁବପିଢିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ହେଉଛି ସରକାରଙ୍କ ମୂଳ ଲକ୍ଷ। ବର୍ତ୍ତମାନ ଓଡ଼ିଶାର ଶିଳ୍ପ ଅଗ୍ରଗତି ବେଶ୍ ଉଲ୍ଲେଖନୀୟ ହୋଇପାରିଛି। ବିଜେପି ସରକାର ଦାୟିତ୍ୱ ଗ୍ରହଣ କରିବା ପରଠାରୁ ପାଖାପାଖି ୧୦ଲକ୍ଷ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ଏବଂ ୬ଲକ୍ଷ ୩୦ ହଜାରରୁ ଅଧିକ ନିଯୁକ୍ତି ସମ୍ଭାବନା ଥିବା ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ୨୫ବର୍ଷର ଓଡିଶା ଶିଳ୍ପ ଇତିହାସରେ ଏହି ରେକର୍ଡ କେବେ ଦେଖିବାକୁ ମିଳିନଥିଲା ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।
ଏହାଛଡ଼ା ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ଆମେ ୧୦ଟି ପ୍ରମୁଖ ସେକ୍ଟରାଲ୍ ଗ୍ରୁପରେ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରିଛୁ। ଆମ ସରକାରଙ୍କ ଲକ୍ଷ୍ୟ ସାମଗ୍ରିକ ବିକାଶ। ମାଲକାନଗିରିରୁ ମୟୂରଭଞ୍ଜ ଏବଂ ସୁନ୍ଦରଗଡ଼ରୁ ଜଗତସିଂହପୁର ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଶିଳ୍ପାୟନକୁ ପ୍ରୋତ୍ସାହନ ଦେଉଛୁ। କେବଳ ଶିଳ୍ପ ପ୍ରକଳ୍ପ ଅନୁମୋଦନ ନୁହେଁ, ପ୍ରକଳ୍ପ ଗୁଡିକୁ ବାସ୍ତବରେ ରୂପ ଦେବା ଉପରେ ଆମ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି। ଏପର୍ଯ୍ୟନ୍ତ ପାଖାପାଖି ୩ଲକ୍ଷ ୧୨ହଜାର କୋଟି ଟଙ୍କାର ୧୫୧ଟି ଶିଳ୍ପ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ହୋଇସାରିଛି ଯେଉଁଥିରେ ୨ଲକ୍ଷ ୪୦ହଜାରରୁ ଅଧିକ ନିଯୁକ୍ତି ସମ୍ଭାବନା ରହିଛି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।
ପୂର୍ବ ସରକାରରେ ରାଜ୍ୟର ଶିଳ୍ପାୟନ ରୁଗ୍‌ଣ ଅବସ୍ଥାରେ ଥିଲା। ଶିଳ୍ପ ପ୍ରତିଷ୍ଠା ପାଇଁ ସରକାରଙ୍କର କୌଣସି ଆନ୍ତରିକ ଇଚ୍ଛାଶକ୍ତି ନଥିଲା। ବିଜେଡି ସରକାରର ଶେଷ ୧୦ବର୍ଷ ଅବଧିରେ (୨୦୧୪-୨୪) ମାତ୍ର ୩ଲକ୍ଷ ୨୬ ହଜାର କୋଟି ଟଙ୍କା ପୁଞ୍ଜିନିବେଶରେ ୩୭୦ଟି ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବାରେ ସକ୍ଷମ ହୋଇଥିଲେ। କିନ୍ତୁ ବିଜେପି ସରକାର ପାରମ୍ପରିକ ଶିଳ୍ପ ସହିତ ନ୍ୟୁ-ଏଜ୍ ଇଣ୍ଡଷ୍ଟ୍ରିଜ୍‌, ପରିବେଶ ଅନୁକୂଳ ଶିଳ୍ପ ଓ ଲେବର୍ ଇଣ୍ଟେନସିଭ୍ ଶିଳ୍ପ ପ୍ରତିଷ୍ଠାକୁ ଗୁରୁତ୍ୱ ଦେଇ ମାତ୍ର ୨୭ମାସ (ଜୁନ ୨୦୨୪ରୁ ବର୍ତମାନ ପର୍ଯ୍ୟନ୍ତ) ମଧ୍ୟରେ ରାଜ୍ୟରେ ପ୍ରାୟ ୩ଲକ୍ଷ ୧୨ହଜାର କୋଟି ଟଙ୍କାର ୧୫୧ଟି ଶିଳ୍ପ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଭିତ୍ତପ୍ରସ୍ତର ସ୍ଥାପନ କରିବାର ସକ୍ଷମ ହୋଇପାରିଛନ୍ତି। ଯଦି ତୁଳନା କରିବା ତାହାଲେ ପୂର୍ବ ସରକାରଙ୍କ ସମୟରେ ବାର୍ଷିକ ୩୭ଟି ପ୍ରକଳ୍ପ ଏବଂ ୩୨ହଜାର ୬୨୦କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହୋଇଛି। ଗତ ଦଶ ବର୍ଷର ଗତିକୁ ଦୁଇ ବର୍ଷରେ ଅତିକ୍ରମ କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାକୁ ରାଜନୈତିକ ଚଷମାରେ ନୁହେଁ, ପ୍ରକୃତ ତଥ୍ୟରେ ବିରୋଧୀ ଦଳଗୁଡିକ ମାପନ୍ତୁ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି। ପୂର୍ବ ସରକାରଙ୍କ ଦାୟିତ୍ୱହୀନତା ଏବଂ ଶିଳ୍ପ ପ୍ରତିଷ୍ଠା ପାଇଁ ଆନ୍ତରିକ ଇଚ୍ଛାଶକ୍ତି ଅଭାବ କାରଣରୁ ରାଜ୍ୟରୁ ଫେରି ଯାଇଥିବା ଶିଳ୍ପ ପ୍ରକଳ୍ପକୁ ବିଜେପି ସରକାର ପୁଣି ଫେରାଇ ଆଣିବାରେ ସକ୍ଷମ ହୋଇପାରିଛନ୍ତି। ପୋସ୍କୋ ଏହାର ଜ୍ୱଳନ୍ତ ଉଦାହରଣ। ଆଗାମୀ ଦିନରେ କେନ୍ଦୁଝର ଓ ଢେଙ୍କାନାଳ ଠାରେ ଜେଏସ୍‌ଡବ୍ଲ୍ୟୁ ଏବଂ ପୋସ୍କୋ ମିଳିତ ଭାବେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ଏହା କ’ଣ ପରିବର୍ତ୍ତିତ ଓଡିଶାର ବାସ୍ତବ ଚିତ୍ର ନୁହେଁ କି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରଶ୍ନ କରିଛନ୍ତି।ଏହି ଅବସରରେ ରାଜ୍ୟ ମୁଖପାତ୍ର ତପନ ଚାନ୍ଦ, ଅନିଲ ବିଶ୍ୱାଳ ଏବଂ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଓଡିଶାରେ ନିବେଶ ବିକଶିତ ଓଡିଶା ବିଜେପି ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥର ସ୍ୱଚ୍ଛତା ହିଁ ସେବା- ୨୦୨୬ ଅଭିଯାନ ଆରମ୍ଭ

September 18, 2026

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

September 18, 2026

ଆଇପିଏଲ-୨୦୨୭ ନିଲାମ ପୂର୍ବରୁ ମୁକ୍ତି ହେବେ ୧୧ ବଡ଼ ବ୍ୟାଟସମ୍ୟାନ୍!: ଦେଖନ୍ତୁ ତାଲିକା

September 18, 2026

କଟକ ଶାରଦୀୟ ଦୁର୍ଗାପୂଜା: ଆଜିଠୁ କାର୍ଯ୍ୟକ୍ଷମ ହେଲା ସିଙ୍ଗଲ୍ ୱିଣ୍ଡୋ

September 18, 2026
Latest News

ବିଜେପି ସରକାର ଆସିବା ପରେ ରାଜ୍ୟକୁ ଛୁଟୁଛି ନିବେଶର ସୁଅ

September 18, 2026

ପୂର୍ବତଟ ରେଳପଥର ସ୍ୱଚ୍ଛତା ହିଁ ସେବା- ୨୦୨୬ ଅଭିଯାନ ଆରମ୍ଭ

September 18, 2026

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

September 18, 2026

ଚ଼ିଲିକା ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କଲେ ଆଇନ ମନ୍ତ୍ରୀ

September 18, 2026

ଆଇପିଏଲ-୨୦୨୭ ନିଲାମ ପୂର୍ବରୁ ମୁକ୍ତି ହେବେ ୧୧ ବଡ଼ ବ୍ୟାଟସମ୍ୟାନ୍!: ଦେଖନ୍ତୁ ତାଲିକା

September 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.