ରେଢାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟର ନାରୀ ସଶକ୍ତିକରଣ କେନ୍ଦ୍ର ଆନୁକୁଲ୍ୟରେ ଛଅ ଦିନ ଧରି ଚାଲିଥିବା ଛାତ୍ରୀ ମାନଙ୍କର ଆତ୍ମ ସୁରକ୍ଷା ତାଲିମ ଶିବିର ତା ୨୧.୯.୨୦୨୬ ରିଖ ସୋମବାର ଦିନ ଉଦଯାପିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ସୁଧୀର କୁମାର ସାହୁ ଙ୍କ ସଭାପତିତ୍ୱ ରେ ଆୟୋଜିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ନାକ୍ଟିଦେଉଳ ବ୍ଳକ୍ ର ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଜ୍ଞା ପାଣିଗ୍ରାହୀ ଯୋଗ ଦେଇ ଛାତ୍ରୀମାନଙ୍କ ପାଇଁ ଆତ୍ମ ସୁରକ୍ଷା ପ୍ରଶିକ୍ଷଣର ଆବଶ୍ୟକତା ଓ ସାମ୍ପ୍ରତିକ ନାରୀ ସୁରକ୍ଷା ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ।
ନାରୀ ସଶକ୍ତିକରଣ କେନ୍ଦ୍ର ର ସଂଯୋଜିକା ଅଧ୍ୟାପିକା ସଙ୍ଗିତା ସେଠ୍ ଶିବିର ର ବିବରଣୀ ଉପସ୍ଥାପନ କରିଥିବା ବେଳେ ମାଷ୍ଟର ଟ୍ରେନର୍ ତେଜସ୍ମିତା ସାହୁ ଆତ୍ମସୁରକ୍ଷା ର ବିଭିନ୍ନ କୌଶଳ ବିଷୟରେ ଆଲୋଚନା କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଏନ୍ଏସ୍ଏସ୍ ପ୍ରୋଗ୍ରାମ ଅଫିସର ଆର୍ ପୁଷ୍ପାଞ୍ଜଳି, ଅଧ୍ୟାପିକା ଜୟନ୍ତୀ ସାହୁ ଓ ଗିରିଶବାଳା ନାୟକ ଛାତ୍ରୀମାନଙ୍କର ସଙ୍କଟ ବିଷୟରେ ବିଶ୍ଳେଷଣ କରିଥିଲେ । ଅଧ୍ୟାପିକା ଲିଟିନା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ। ଶିବିର ରେ ଭାଗ ନେଇଥିବା ଛାତ୍ରୀ ମାନଙ୍କୁ ପ୍ରଶଂସାପତ୍ର ବିତରଣ କରାଯାଇଥିଲା।


