Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»DJ Guideline: ଡିଜେ କଟକଣା ନେଇ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ, ୬ ସପ୍ତାହରେ ଆସିବ ଗାଇଡଲାଇନ
ଆଜିର ଖବର

DJ Guideline: ଡିଜେ କଟକଣା ନେଇ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ, ୬ ସପ୍ତାହରେ ଆସିବ ଗାଇଡଲାଇନ

September 21, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

କଟକ: ଡିଜେ, ସାଉଣ୍ଡ ସିଷ୍ଟମ ଓ ବାଦ୍ୟଯନ୍ତ୍ର ବ୍ୟବହାର ନେଇ ନିୟମ ପ୍ରସ୍ତୁତ କରିବାକୁ ହାଇକୋର୍ଟଙ୍କ ଗୁରୁତ୍ୱାରୋପ। ଏହି ପ୍ରସଙ୍ଗରେ ୬ ସପ୍ତାହ ମଧ୍ୟରେ ଆବଶ୍ୟକ ଗାଇଡଲାଇନ ଆଣିବା ନେଇ ପଦକ୍ଷେପ ସୁନିଶ୍ଚିତ କରିବାକୁ ଜଗତସିଂହପୁର ଏସଡିଏମଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ଜଷ୍ଟିସ ଆର.କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଗନ୍ନାଥ ଟେଣ୍ଟ ଲାଇଟ୍ ଆଣ୍ଡ ସାଉଣ୍ଡ ଓନର୍ସ ଆସୋସିଏସନ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି।

ଜଗତସିଂହପୁର ଏସଡିଏମ ଗତ ସେପ୍ଟେମ୍ବର ୧୫, ୨୦୨୬ରେ ଡିଜେ ବ୍ୟବହାର ଉପରେ କଟକଣା ଜାରି କରିଥିଲେ। ଏହି ଆଦେଶକୁ ଚ୍ୟାଲେଞ୍ଜ କରି ଆସୋସିଏସନ ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା।

ମାମଲାର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଏଜିଏ ସର୍ବେଶ୍ୱର ବେହେରା ଯୁକ୍ତି ଦର୍ଶାଇଥିଲେ ଯେ, ଡିଜେରୁ ବାହାରୁଥିବା ପ୍ରଚଣ୍ଡ ଓ ବିକଟ ଶବ୍ଦ ଯୋଗୁଁ ବୟସ୍କ ଏବଂ ଅସୁସ୍ଥ ବ୍ୟକ୍ତିମାନେ ସମସ୍ୟାରେ ପଡ଼ୁଛନ୍ତି। ତେଣୁ ଡିଜେ ଉପରେ କଟକଣା ଲଗାଇବା ପାଇଁ ଜାରି ହୋଇଥିବା ଆଦେଶ ଆଇନସମ୍ମତ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା।

ଅନ୍ୟପକ୍ଷରେ, ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଦିଆଯାଇଥିଲା ଯେ, ନିର୍ଦ୍ଧାରିତ ନିୟମ ଓ ଶବ୍ଦସୀମା ମଧ୍ୟରେ ଡିଜେ ଏବଂ ସାଉଣ୍ଡ ସିଷ୍ଟମ ବ୍ୟବହାର ପାଇଁ ଅନୁମତି ଦିଆଯିବା ଉଚିତ। ସମ୍ପୂର୍ଣ୍ଣ କଟକଣା ଲଗାଇବା ପରିବର୍ତ୍ତେ ଆବଶ୍ୟକ ଗାଇଡଲାଇନ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଥିଲା ଯେ, ୨୦୨୪ ମସିହାରେ ସମାନ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ମାମଲା ହୋଇଥିଲା। ଡିଜେରୁ ୬୫ ଡେସିବେଲରୁ ଅଧିକ ଶବ୍ଦ ବାହାରୁଥିବା ଦର୍ଶାଇ ବିବାହ ଓ ଅନ୍ୟ ଶୋଭାଯାତ୍ରାରେ କଟକଣା ଜାରି କରାଯାଇଥିଲା।

ସାଉଣ୍ଡ ସିଷ୍ଟମ ଓ ବାଦ୍ୟଯନ୍ତ୍ର ବ୍ୟବହାର ନେଇ ଆବଶ୍ୟକ ଗାଇଡଲାଇନ ଜାରି କରିବାକୁ ହାଇକୋର୍ଟ ୨୦୨୪ ଅକ୍ଟୋବର ୩ରେ ନିର୍ଦ୍ଦେଶ ଦେଇଥିଲେ। ତେବେ ଏପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ଅନୁସାରେ ଗାଇଡଲାଇନ ଜାରି ହୋଇନଥିବା ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା।

ଏହାସହ ଗଣେଶ ପୂଜା ଭସାଣି ପାଇଁ ଜଗତସିଂହପୁର ଏସଡିଏମ ସେପ୍ଟେମ୍ବର ୧୫ରେ ପୂର୍ବରୁ ଜାରି ହୋଇଥିବା କଟକଣା ଭଳି ଆଦେଶ ଦେଇଥିବା ଅଦାଲତଙ୍କ ନଜରକୁ ଅଣାଯାଇଥିଲା।

ଓଡ଼ିଶା ଫାୟାର ୱାର୍କସ ଆଣ୍ଡ ଲାଉଡ୍ ସ୍ପିକର୍ସ (ରେଗୁଲେସନ) ଆଇନ, ୧୯୫୮ ଅନୁସାରେ ଡିଜେ ବ୍ୟବହାର ଉପରେ କଟକଣା ଲଗାଯାଇଥିବା ଆବେଦନକାରୀଙ୍କ ପକ୍ଷରୁ ଉଲ୍ଲେଖ କରାଯାଇଥିଲା। ତେବେ ଆବଶ୍ୟକ ଗାଇଡଲାଇନ ପ୍ରସ୍ତୁତ ନକରି ସମ୍ପୂର୍ଣ୍ଣ କଟକଣା ଲଗାଇବା ଆଇନସମ୍ମତ ନୁହେଁ ବୋଲି ସେମାନେ ଯୁକ୍ତି ଦେଇଥିଲେ।

ଏହି ପରିପ୍ରେକ୍ଷୀରେ, ଡିଜେ ଓ ଅନ୍ୟ ସାଉଣ୍ଡ ସିଷ୍ଟମ ବ୍ୟବହାର ନେଇ ୬ ସପ୍ତାହ ମଧ୍ୟରେ ଗାଇଡଲାଇନ ଆଣିବା ପ୍ରକ୍ରିୟା ସୁନିଶ୍ଚିତ କରିବାକୁ ଜଗତସିଂହପୁର ଏସଡିଏମଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

DJ Ban Odisha DJ Guideline Odisha High Court DJ Order Jagatsinghpur DJ Restriction Sound Pollution Odisha
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ଭାବ୍ୟ ଲଘୁଚାପଜନିତ ପ୍ରବଳ ବର୍ଷା ଆଶଙ୍କା: ପ୍ରସ୍ତୁତି ଓ ସଜାଗ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

September 21, 2026

ଶିକ୍ଷକମାନଙ୍କ ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ରିପୋର୍ଟ ଦେଲା କମିଟି, ଏଥିରେ ଅଛି..

September 21, 2026

‘ଅଙ୍ଗନ ଉତ୍ସବ’ ପ୍ରସ୍ତୁତି ନେଇ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

September 21, 2026

ନ୍ୟାୟରୁ ବଂଚିତଙ୍କ ସ୍ୱର ହୁଅନ୍ତୁ: ଆଇନ ଛାତ୍ରଛାତ୍ରୀଙ୍କୁ ଜଷ୍ଟିସ୍ ମହାପାତ୍ର

September 21, 2026
Latest News

DJ Guideline: ଡିଜେ କଟକଣା ନେଇ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ, ୬ ସପ୍ତାହରେ ଆସିବ ଗାଇଡଲାଇନ

September 21, 2026

ସମ୍ଭାବ୍ୟ ଲଘୁଚାପଜନିତ ପ୍ରବଳ ବର୍ଷା ଆଶଙ୍କା: ପ୍ରସ୍ତୁତି ଓ ସଜାଗ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

September 21, 2026

ଶିକ୍ଷକମାନଙ୍କ ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ରିପୋର୍ଟ ଦେଲା କମିଟି, ଏଥିରେ ଅଛି..

September 21, 2026

‘ଅଙ୍ଗନ ଉତ୍ସବ’ ପ୍ରସ୍ତୁତି ନେଇ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

September 21, 2026

ନ୍ୟାୟରୁ ବଂଚିତଙ୍କ ସ୍ୱର ହୁଅନ୍ତୁ: ଆଇନ ଛାତ୍ରଛାତ୍ରୀଙ୍କୁ ଜଷ୍ଟିସ୍ ମହାପାତ୍ର

September 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.