Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅକ୍ଟୋବର ୨୭ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି
ଆଜିର ଖବର

ଅକ୍ଟୋବର ୨୭ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି

September 22, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଅକ୍ଟୋବର ୨୭ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଏହି ଓଡ଼ିଶା ଗସ୍ତ ଦୁଇ ଦିନିଆ ହେବ। ରାଷ୍ଟ୍ରପତିଙ୍କ ଗସ୍ତ ନେଇ ମୟୁରଭଞ୍ଜ ସାଂସଦ ନବ ଚରଣ ମାଝୀ ସୂଚନା ଦେଇଛନ୍ତି। ଶ୍ରୀ ମାଝୀଙ୍କ କହିବାନୁସାରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆସନ୍ତା ଅକ୍ଟୋବର ୨୭ ଏବଂ ୨୮ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଇରଙ୍ଗପୁରରେ ଆୟୋଜିତ ଏକ ମେଗା ଚକ୍ଷୁ ଚିକିତ୍ସା ଶିବିର କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି। ଅକ୍ଟୋବର ୨୭ରେ ରାଇରଙ୍ଗପୁର ଗସ୍ତ କରି ୨୮ରେ ରାଷ୍ଟ୍ରପତି ଦିଲ୍ଲୀ ଫେରିଯିବେ। ସୂଚନାଯୋଗ୍ୟ ଏହି ମେଗା ଚକ୍ଷୁ ଚିକିତ୍ସା ଶିବିର ୨୬ରୁ ୩୦ ଯାଏଁ ଅର୍ଥାତ୍ ୫ ଦିନ ଧରି ଅନୁଷ୍ଠିତ ହେବ। ଦିଲ୍ଲୀର ୧୦୦ରୁ ଊର୍ଦ୍ଧ୍ୱ ଚକ୍ଷୁ ବିଶେଷଜ୍ଞ/ ଡାକ୍ତରୀ ଦଳ ଅଂଶଗ୍ରହଣ କରିବେ ଏବଂ ସ୍ଥାନୀୟ ଲୋକଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଚକ୍ଷୁ ପରୀକ୍ଷା ଓ ଚିକିତ୍ସା ସେବା ଯୋଗାଇଦେବେ।

ରାଇରଙ୍ଗପୁର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ନିଜ ଜନ୍ମମାଟି ହୋଇଥିବା ସ୍ଥଳେ ସ୍ଥାନୀୟ ଅଞ୍ଚଳର ସାଧାରଣ ଲୋକଙ୍କୁ ମାଗଣାରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ରାଷ୍ଟ୍ରପତିଙ୍କ ଗସ୍ତର ମୁଖ୍ୟ ଲକ୍ଷ୍ୟ। ୨୭ ତାରିଖର ରାଇରଙ୍ଗପୁର କାର୍ଯ୍ୟକ୍ରମରେ ଯୋଗଦେବା ପରେ ପରେ ଶ୍ରୀମତୀ ମୁର୍ମୁ ସ୍ଥାନୀୟ ସମାଜସେବୀ ଓ ଆୟୋଜକଙ୍କ ସହ ଆଲୋଚନା କରିବେ ଏବଂ ଅକ୍ଟୋବର ୨୮ ତାରିଖରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଏବଂ ହେଲିପ୍ୟାଡ୍ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରାଯାଉଛି। ସାଂସଦଙ୍କ ଶ୍ରୀ ମାଝୀଙ୍କ ଏସମ୍ପର୍କୀତ ସୂଚନା ପରେ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଅସ୍ଥାୟୀ ହେଲିପ୍ୟାଡ୍ ନିର୍ମାଣ, କାର୍ଯ୍ୟକ୍ରମ ସ୍ଥଳର ସୁରକ୍ଷା ଏବଂ ଟ୍ରାଫିକ୍ ପରିଚାଳନା ପାଇଁ ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଛି। ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ଏବଂ ସମାଜସେବୀ ସଂଗଠନଗୁଡ଼ିକ ଶିବିରର ସୁପରିଚାଳନା ପାଇଁ ପ୍ରଶାସନ ସହ ମିଶି କାର୍ଯ୍ୟ କରୁଛନ୍ତି।

ମେଗା ଚକ୍ଷୁ ଚିକିତ୍ସା ଶିବିର ରାଷ୍ଟ୍ରପତି
Share. Facebook Twitter LinkedIn Email WhatsApp Copy Link

Related Posts

ଅର୍ଜୁନ ଡିଗ୍ରୀ କଲେଜରେ ୪ର୍ଥ ପ୍ରତିଷ୍ଠା ଦିବସ ପାଳିତ ଓ ସ୍ୱାଗତ ସମାରୋହ

October 16, 2026

ସମ୍ ଡାକ୍ତରଙ୍କ ସଫଳ ଚିକିତ୍ସା: ୮ ଘଣ୍ଟାର ନବଜାତକୁ ମିଳିଲା ନୂଆ ଜୀବନ

October 16, 2026

ବାଣପୁର-ବାଲୁଗାଁରେ ଏବିଭିପିର ବିଜୟ ଉତ୍ସବ

October 16, 2026

ସରପଞ୍ଚ ଓ ନାଏବ ସରପଞ୍ଚଙ୍କୁ ମିଳିବ ସମ୍ମାନ ରାଶି: ମୁଖ୍ୟମନ୍ତ୍ରୀଙ୍କ ୫୬ କୋଟି ମଞ୍ଜୁର

October 16, 2026
Latest News

ଅର୍ଜୁନ ଡିଗ୍ରୀ କଲେଜରେ ୪ର୍ଥ ପ୍ରତିଷ୍ଠା ଦିବସ ପାଳିତ ଓ ସ୍ୱାଗତ ସମାରୋହ

October 16, 2026

ସମ୍ ଡାକ୍ତରଙ୍କ ସଫଳ ଚିକିତ୍ସା: ୮ ଘଣ୍ଟାର ନବଜାତକୁ ମିଳିଲା ନୂଆ ଜୀବନ

October 16, 2026

ବାଣପୁର-ବାଲୁଗାଁରେ ଏବିଭିପିର ବିଜୟ ଉତ୍ସବ

October 16, 2026

ସରପଞ୍ଚ ଓ ନାଏବ ସରପଞ୍ଚଙ୍କୁ ମିଳିବ ସମ୍ମାନ ରାଶି: ମୁଖ୍ୟମନ୍ତ୍ରୀଙ୍କ ୫୬ କୋଟି ମଞ୍ଜୁର

October 16, 2026

ଏମ୍ସ ଭୁବନେଶ୍ୱରରେ ଦେଶର ପ୍ରଥମ ‘ସ୍ତନ ସ୍ୱୟଂ-ପରୀକ୍ଷଣ’ ବୁଥ୍‌ ଉଦ୍‌ଘାଟିତ

October 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.