ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରରେ କାଲି ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ। ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥି ଅବସରରେ ଶ୍ରୀଜୀଉଙ୍କର ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ। ଏହି ସ୍ୱତନ୍ତ୍ର ନୀତିକାନ୍ତି ପାଇଁ ଦୀର୍ଘ ସମୟ ଧରି ସାଧାରଣ ଦର୍ଶନ ବନ୍ଦ ରଖାଯିବ।
ପ୍ରାଥମିକ ସୂଚନା ଅନୁଯାୟୀ, ଅପରାହ୍ନ ୫ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ପ୍ରାୟ ୬ ଘଣ୍ଟା ଭକ୍ତମାନେ ଶ୍ରୀଜୀଉଙ୍କ ଦର୍ଶନରୁ ବଞ୍ଚିତ ରହିବେ। ତେଣୁ କାଲି ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ସମୟକୁ ଧ୍ୟାନରେ ରଖି ଦର୍ଶନ ଯୋଜନା କରିବାକୁ ପଡ଼ିବ।
ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ପାଳନ କରାଯାଏ। ଶ୍ରୀଜୀଉଙ୍କ ବିଶେଷ ନୀତିକାନ୍ତି ଓ ଧାର୍ମିକ ବିଧିବିଧାନ ସମ୍ପନ୍ନ ହେବାକୁ ଥିବାରୁ ସାଧାରଣ ଭକ୍ତଙ୍କ ଦର୍ଶନକୁ ନିର୍ଦ୍ଧାରିତ ସମୟ ପାଇଁ ବନ୍ଦ ରଖାଯିବ।
କାଲି ସନ୍ଧ୍ୟା ସମୟରେ ପୁରୀ ଆସୁଥିବା ଭକ୍ତମାନେ ଏହି ଦର୍ଶନ ବନ୍ଦ ସମୟକୁ ଧ୍ୟାନରେ ରଖିବା ଜରୁରୀ। ସନ୍ଧ୍ୟା ୫ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବା ପରେ ନୀତିକାନ୍ତି ସରିଲେ ପୁଣି ଦର୍ଶନ ବ୍ୟବସ୍ଥା ସ୍ୱାଭାବିକ ହେବ ବୋଲି ଜଣାପଡ଼ିଛି।
ବାମନ ଜନ୍ମ ନୀତିକୁ ନେଇ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ପାଳନ ହେବ। ଏହି କାରଣରୁ ଭକ୍ତମାନଙ୍କୁ ନିର୍ଦ୍ଧାରିତ ସମୟରେ ଶ୍ରୀଜୀଉଙ୍କ ଦର୍ଶନ ନମିଳିବ।


