କେନ୍ଦ୍ର ସରକାରଙ୍କ ପ୍ରତ୍ୟେକ ଘଟଣାକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ସରକାରଙ୍କୁ ଘେରୁଥିବାବେଳେ କାଶ୍ମୀର ପ୍ରସଙ୍ଗକୁ ନେଇ ସରକାରଙ୍କୁ ସମର୍ଥନ କରିଛନ୍ତି । ରାହୁଲ୍ ଟୁଇଟ୍ କରି କହିଛନ୍ତି ଯେ, କାଶ୍ମୀର ଭାରତର ଆଭ୍ୟନ୍ତରୀଣ ମାମଲା । ଏହି ପ୍ରସଙ୍ଗରେ ପାକିସ୍ତାନ ତଥା ଅନ୍ୟ କୌଣସି ବି ଦେଶର ହସ୍ତେକ୍ଷପ ଗ୍ରହଣଯୋଗ୍ୟ ନୁହେଁ । ଓ୍ବାୟନାଡ ସାଂସଦ ରାହୁଲ୍ ଗାନ୍ଧି କହିଛନ୍ତି ଯେ, ମୁଁ କିଛି ବିଷୟକୁ ନେଇ ସରକାରଙ୍କ ସହ ଅସହମତ ପ୍ରକାଶ କରୁଛି । କିନ୍ତୁ ଏହା ସଫା ସଫା କହିବାକୁ ଚାହେଁ ଯେ, କାଶ୍ମୀର ହେଉଛି ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ । ଏଥିରେ ପାକିସ୍ତାନ ଅଥବା ଅନ୍ୟ କୌଣସି ଦେଶର ହସ୍ତକ୍ଷେପକୁ ବରଦାସ୍ତ କରାଯାଇପାରିବ ନାହିଁ । କାଶ୍ମୀର ହେଉଥିବା ହିଂସା ପାଇଁ ପାକିସ୍ତାନକୁ ଦାୟୀ କରିବା ସହିତ ରାହୁଲ୍ ଗାନ୍ଧି ଅନ୍ୟ ଏକ ଟୁଇଟ୍ରେ କହିଛନ୍ତି ଯେ, ଜମ୍ମୁ କାଶ୍ମୀରେ ହିଂସା ପାଇଁ ଅନେକାଂଶରେ ପାକିସ୍ତାନ ଦାୟୀ । ପାକିସ୍ତାନୀ ହିଂସାକୁ ସମର୍ଥନ କରୁଥିବାବେଳେ ଅନେକ ସମୟରେ ହିଂସା ପାଇଁ ଉସୁକାଉଛି । ପାକିସ୍ତାନ ସାରା ବିଶ୍ବରେ ଆତଙ୍କବାଦକୁ ସମର୍ଥନ କରୁଥିବାର ଦେଶ ରୂପେ ନିଜକୁ ପରିଚିତ କରାଉଛି । ଅଗଷ୍ଟ ୫ ତାରିଖରେ ମୋଦି ସରକାର ଜମ୍ମୁକାଶ୍ମୀରରୁ ଧାରା ୩୭୦କୁ ଦୁର୍ବଳ କରିଦେବା ପରେ ପାକିସ୍ତାନ କାଶ୍ମୀରକୁ ବିବ୍ରତ ହୋଇପଡ଼ିବା ସହ ଏହି ସମସ୍ୟାକୁ ନେଇ ସଂଯୁକ୍ତରାଷ୍ଟ୍ରକୁ ମଧ୍ୟ ଚିଠି ଲେଖିଛି ।