Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସନ୍ତୁ ଜାଣିବା କେଉଁ ସ୍ୱପ୍ନ ଦେଖିଲେ ଚାରିଆଡ଼ୁ ଧନବର୍ଷା ହୁଏ ଏବଂ କେଉଁ ସ୍ୱପ୍ନ ଶୋକ, ରୋଗ ଓ ମୃତ୍ୟୁର କାରଣ ସାଜିଥାଏ
ଆଜିର ଖବର

ଆସନ୍ତୁ ଜାଣିବା କେଉଁ ସ୍ୱପ୍ନ ଦେଖିଲେ ଚାରିଆଡ଼ୁ ଧନବର୍ଷା ହୁଏ ଏବଂ କେଉଁ ସ୍ୱପ୍ନ ଶୋକ, ରୋଗ ଓ ମୃତ୍ୟୁର କାରଣ ସାଜିଥାଏ

September 23, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମଣିଷ ଶୋଇବା ପରେ ଦେଖୁଥିବା ସ୍ୱପ୍ନ କେବଳ ଏକ କଳ୍ପନା କିମ୍ବା ଆଭାସ ନୁହେଁ, ବରଂ ଏହା ଆମ ଭବିଷ୍ୟତରେ ଘଟିବାକୁ ଥିବା ଶୁଭ ଓ ଅଶୁଭ ଘଟଣାର ଏକ ଗୁପ୍ତ ସଂକେତ। ଆମର ଶାସ୍ତ୍ର ଓ ପୁରାଣରେ ସ୍ୱପ୍ନର ଗୋପନୀୟ ରହସ୍ୟ ସମ୍ପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି। ଆଜି ଜାଣିବା ଶୌନକ ମୁନିଙ୍କ ମତ ଅନୁସାରେ କେଉଁ ସ୍ୱପ୍ନ ଦେଖିଲେ ଚାରିଆଡ଼ୁ ଧନବର୍ଷା ହୋଇଥାଏ ଏବଂ କେଉଁ ସ୍ୱପ୍ନ ଜୀବନରେ ଶୋକ, ରୋଗ ଓ ମୃତ୍ୟୁ ଭଳି ବଡ଼ ବିପଦର ସୂଚନା ଦେଇଥାଏ…

– ସ୍ୱପ୍ନରେ ସବୁପ୍ରକାର ଶ୍ୱେତ ପଦାର୍ଥ ଦେଖିବା ଶୁଭଫଳ ଦେଇଥାଏ। ତେବେ କେବଳ କପା ବା ତୁଳା, ପାଉଁଶ, ଭାତ ଓ ଘୋଳଦହି ଧଳା ହୋଇଥିଲେ ମଧ୍ୟ ଶୁଭଫଳ ଦେଇ ନଥାଏ। ଗାଈ, ହାତୀ, ଦେବତା, ବ୍ରାହ୍ମଣ ଓ ଘୋଡ଼ାକୁ ଛାଡ଼ି ସ୍ୱପ୍ନରେ ସମସ୍ତ ପ୍ରକାର କଳା ବସ୍ତୁ ଅଶୁଭ ଫଳ ଦେଇଥାଏ।
– ସ୍ୱପ୍ନରେ ଯେଉଁ ବ୍ୟକ୍ତି ଗାଈ ଦୁହାଁ ହେବାପରେ ଫେଣଯୁକ୍ତ କ୍ଷୀର ପାନକରେ, ସେ ଅମୃତ ପାନ କରେ ବୋଲି ବିବେଚନା କରାଯାଏ। ଅର୍ଥାତ୍ ସେ ଜୀବନରେ ଅନେକ ପ୍ରକାର ସୁଖ ଭୋଗକରେ।
ସ୍ୱପ୍ନରେ ଦହି ଦେଖିଲେ ପ୍ରେମ ବଢ଼େ, ଗହମ ଦେଖିଲେ ଧନାଗମ ହୁଏ, ଯଅ ଦେଖିଲେ ଯଜ୍ଞ କରିବାର ସୁଯୋଗ ମିଳେ ଏବଂ ଧଳା ସୋରିଷ ଦେଖିଲେ ଧନଲାଭ ହୁଏ।
– ସ୍ୱପ୍ନରେ ଯିଏ ନାଗବଲ୍ଲୀ (ପାନପତ୍ର) ଲାଭ କରେ ଅଥବା କର୍ପୂର, ଅଗୁରୁ, ଚନ୍ଦନ ଓ ଧଳାଫୁଲ ଲାଭ କରେ ସେ ଚାରିଆଡୁ ଧନଲାଭ କରେ।
– ଶୌନକ ଋଷିଙ୍କ ମତ ଅନୁସାରେ ସ୍ୱପ୍ନର କେତେକ ଅଶୁଭ ଫଳ ସଂପର୍କରେ ମଧ୍ୟ ଉଲ୍ଲେଖ ଥାଏ।  ଯେଉଁ ବ୍ୟକ୍ତି ସ୍ୱପ୍ନରେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କୁ ନିସ୍ତେଜ ଅବସ୍ଥାରେ ଦେଖନ୍ତି କିମ୍ବା ନକ୍ଷତ୍ର ଓ ତାରାମାନଙ୍କୁ ତଳେ ପଡ଼ିବା ଦେଖନ୍ତି, ସେ ଶୋକପ୍ରାପ୍ତ ହୁଅନ୍ତି, ଅର୍ଥାତ୍ ତାଙ୍କ ପରିବାରରେ ବା ଆତ୍ମୀୟ କାହାରି ମୃତ୍ୟୁ ଘଟେ।
– ଅଶୋକ, କରବୀର (କନିଅର) ବା ପଳାଶ କ୍ରିୟ ଗଛକୁ ଯିଏ ସ୍ୱପ୍ନରେ ଫୁଲ ଫୁଟିଥିବାର ଦେଖେ ସେ ଶୋକପ୍ରାପ୍ତ ହୁଏ, ଅର୍ଥାତ୍ ସେ ଅନ୍ୟ କାହାର ମୃତ୍ୟୁରେ ଦୁଃଖୀ ହୁଏ ।
– ସ୍ୱପ୍ନରେ ଯେଉଁ ବ୍ୟକ୍ତି ନୌକା ଉପରେ ଚଢ଼ି ନଦୀ ପାର ହୁଏ ସେ ବିଦେଶ ଯାତ୍ରା କରେ ଓ ପୁଣି ଶୀଘ୍ର ଫେରିଆସେ।
ଲାଲ ବସ୍ତ୍ର ପିନ୍ଧିଥିବା ତଥା ରକ୍ତ ସୁଗନ୍ଧ ଲଗାଇଥିବା ନାରୀ ସ୍ୱପ୍ନରେ ଯାହାକୁ ଅବଗାହନ କରାଏ ସେହି ଲୋକର ମୃତ୍ୟୁ ହୁଏ। (ଏଠାରେ ଅବଗାହନ ଅର୍ଥ ଗତି ପରବର୍ତୀ ସ୍ନାନକୁ ବୁଝାଏ।)
– ସ୍ୱପ୍ନରେ ଯେଉଁ ବ୍ୟକ୍ତି ତେଲ, ଜଳ, ଘିଅ ବା ଅନ୍ୟ ଅନୁରୂପ ତରଳ ପଦାର୍ଥରେ ସ୍ନାନ କରେ ସେ ରୋଗଗ୍ରସ୍ତ ହୁଏ।
ସ୍ୱପ୍ନରେ ଯେଉଁ ବ୍ୟକ୍ତିର କେଶ ଝଡ଼ିଯାଏ ଅଥବା ଦନ୍ତପଂକ୍ତି ନଷ୍ଟ ହୋଇଯାଏ, ତାହାର ଧନନାଶ ହୁଏ। ଯଦି ପୁତ୍ର ଥାଏ, ତେବେ ତାହାର ମୃତ୍ୟୁ ଘଟେ ।
– ଯେଉଁ ବ୍ୟକ୍ତି ସ୍ୱପ୍ନରେ ଗଧ, ଓଟ ବା ମଇଁଷି ଯୋଡାଯାଇଥିବା ରଥରେ ଚଢ଼ି ଯାତ୍ରା କରେ ଏବଂ ରଥରେ ବସିଥିବା ଅବସ୍ଥାରେ ନିଦ ଭାଙ୍ଗିଯାଏ, ତାହାର ଶୀଘ୍ର ମୃତ୍ୟୁ ହୁଏ।
– ସ୍ୱପ୍ନରେ କାନ, ନାକ ଓ ବାହୁଗୁଡ଼ିକ କଟିବା ତଥା ପଙ୍କ ବା ଆବର୍ଜନା ଜଳରେ ସ୍ନାନ କରିବା ଦେଖିବା, ଦାନ୍ତ ଓ କେଶ ଝଡ଼ିବା ଦେଖିବା, ପକ୍ୱ ମାଂସ ଭୋଜନ କରିବା, ଗଧ, ଓଟ ବା ମଇଁଷି ଉପରେ ଚଢ଼ିବା ତଥା ଦେହରେ ତେଲ ଲଗାଇବା ମୃତ୍ୟୁର ସୂଚକ ହୋଇଥାଏ।

ଜ୍ୟୋତିଷଶାସ୍ତ୍ର ଶୁଭ ଫଳ ସ୍ୱପ୍ନରହସ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ଅବପାତର ରୂପ ନେଉଛି ଲଘୁଚାପ: ଆଜି ରାତିରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବ, ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ହେବ ପ୍ରବଳ ବର୍ଷା

September 23, 2026

ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ଶୁଣାଣି ମୁଲତବୀ, ଆଜି ଆସିପାରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

September 23, 2026

ଗଣ୍ଡା ଶିକାର ରୋକିବା ପାଇଁ କାଜିରଙ୍ଗାର ଉଦ୍ୟମକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

September 23, 2026

ଜାତୀୟ ଗଣମାଧ୍ୟମ କେନ୍ଦ୍ରଠାରେ ପ୍ରତିଷେଧକମୂଳକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ

September 23, 2026
Latest News

ଆସନ୍ତୁ ଜାଣିବା କେଉଁ ସ୍ୱପ୍ନ ଦେଖିଲେ ଚାରିଆଡ଼ୁ ଧନବର୍ଷା ହୁଏ ଏବଂ କେଉଁ ସ୍ୱପ୍ନ ଶୋକ, ରୋଗ ଓ ମୃତ୍ୟୁର କାରଣ ସାଜିଥାଏ

September 23, 2026

ଅବପାତର ରୂପ ନେଉଛି ଲଘୁଚାପ: ଆଜି ରାତିରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବ, ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ହେବ ପ୍ରବଳ ବର୍ଷା

September 23, 2026

ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲବିଦା କହିଲେ ମାର୍କ ଉଡ୍

September 23, 2026

ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ଶୁଣାଣି ମୁଲତବୀ, ଆଜି ଆସିପାରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

September 23, 2026

ଗଣ୍ଡା ଶିକାର ରୋକିବା ପାଇଁ କାଜିରଙ୍ଗାର ଉଦ୍ୟମକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

September 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.