ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ରେଳବାଇ ଥାନା ଅନ୍ତର୍ଗତ ପଞ୍ଚମା ରେଳ ଧାରଣାରୁ ଏକ ମୃତ ଦେହକୁ ପୋଲିସ ଉଦ୍ଧାର କରିଛନ୍ତି। କୌଣସି ଏକ ଟ୍ରେନରେ କଟି ମୃତ୍ୟୁ ଘଟିଥିବାବେଳେ ମୃତଦେହ ଜଣେ ଯୁବକର ଓ ତାର ପରିଚୟ ମିଳିନାହିଁ। ପୋଲିସ ଶବ ବ୍ୟବଚ୍ଛେଦ ପରେ ଶବ ସଂରକ୍ଷଣ ଗୃହରେ ରଖିଛନ୍ତି।