ଭୁବନେଶ୍ବର: ପ୍ରବଳ ବର୍ଷା ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମୀକ୍ଷା କରିଛନ୍ତି ପରିବହନ ଆୟୁକ୍ତ ଅମିତାଭ ଠାକୁର। ବର୍ଷା ସମୟରେ ଜରୁରୀ ସେବା ଓ ସଡ଼କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ବନ୍ୟା ଜଳ କିମ୍ବା ଜଳମଗ୍ନ ରାସ୍ତାରେ ଗାଡ଼ି ଚଳାଚଳ ଉପରେ କଟକଣା, ବିପଦପୂର୍ଣ୍ଣ ରାସ୍ତା ଉପରେ ସ୍ୱତନ୍ତ୍ର ନଜର ରଖିବା ସହ ଆବଶ୍ୟକ ସ୍ଥଳେ ଗାଡ଼ି ଚଳାଚଳ ବନ୍ଦ କିମ୍ବା ରୁଟ୍ ଡାଇଭର୍ଟ କରିବାକୁ ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
କଣ୍ଟ୍ରୋଲ୍ ରୁମ୍ ସକ୍ରିୟ ରଖିବା, ବିପଦପୂର୍ଣ୍ଣ ରାସ୍ତାଗୁଡ଼ିକରେ ରାତ୍ରିକାଳୀନ ପାଟ୍ରୋଲିଂ ବୃଦ୍ଧି କରିବା ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଜାତୀୟ ରାଜପଥର ବିପଦପୂର୍ଣ୍ଣ ସ୍ଥାନଗୁଡ଼ିକରେ କ୍ରେନ୍ ମୁତୟନ ରଖିବାକୁ ମଧ୍ୟ କୁହାଯାଇଛି।


