Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟରାଣୀ ଏକ୍ସପ୍ରେସ୍‌ ଧକ୍କାରେ ୪ ଛାତ୍ରଙ୍କ ମୃତ୍ୟୁ, ଜଣେ ଗୁରୁତର
ଆଜିର ଖବର

ରାଜ୍ୟରାଣୀ ଏକ୍ସପ୍ରେସ୍‌ ଧକ୍କାରେ ୪ ଛାତ୍ରଙ୍କ ମୃତ୍ୟୁ, ଜଣେ ଗୁରୁତର

September 23, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପାର୍ବଣ ଋତୁ ପାଇ ଟ୍ରେନ ଗୁଡିକରେ ସଂଯୋଗ ହେଲା ଅତିରିକ୍ତ କୋଚ୍
ପାର୍ବଣ ଋତୁ ପାଇ ଟ୍ରେନ ଗୁଡିକରେ ସଂଯୋଗ ହେଲା ଅତିରିକ୍ତ କୋଚ୍

ଶ୍ରୀକାକୁଲମ୍: ଓଡ଼ିଶା ସୀମାନ୍ତ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ ଜିଲ୍ଲା ଅନ୍ତର୍ଗତ ଟେକ୍କାଲି ମଣ୍ଡଳର ରବିଭଲସା ନିକଟରେ ବୁଧବାର ଅପରାହ୍ନ ପ୍ରାୟ ୧୨ଟା ୪୫ ମିନିଟ୍‌ ସମୟରେ ଏକ ଦାରୁଣ ରେଳ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗତିରେ ଆସୁଥିବା ରାଜ୍ୟରାଣୀ ଏକ୍ସପ୍ରେସ୍‌ ଟ୍ରେନ୍‌ ଧକ୍କାରେ ଘଟଣାସ୍ଥଳରେ ହିଁ ୪ ଜଣ ଛାତ୍ରଙ୍କର ଦାୟନୀୟ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକ ଓ ଚାଞ୍ଚଲ୍ୟର ବାତାବରଣ ଖେଳିଯାଇଛି।

ମୃତ ଛାତ୍ରମାନେ ହେଲେ ବିଶାଖ ରାଓ, ଦିଲ୍ଲୀପ କୁମାର, ଶିବା ଓ ଶରତ। ଗୁରୁତର ଆହତ ଯୁବକଙ୍କ ନାମ ସଲମନ ରାଜୁ ବୋଲି ଜଣାପଡ଼ିଛି। ପ୍ରାଥମିକ ସୂଚନା ଅନୁଯାୟୀ, ମୃତାହତ ସମସ୍ତ ଯୁବକ ଟେକ୍କାଲି ନିକଟସ୍ଥ ଡାମାରା ଅଞ୍ଚଳର ବାସିନ୍ଦା ଏବଂ ସେମାନେ ସେଠାରେ ଏକ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ। ବୁଧବାର ଅପରାହ୍ନରେ ୫ ଜଣ ଛାତ୍ର ରେଳ ଧାରଣା ନିକଟକୁ ଯାଇଥିବା ସମୟରେ ରାଜ୍ୟରାଣୀ ଏକ୍ସପ୍ରେସ୍‌ ଗାଡ଼ିଟି ଅତ୍ୟନ୍ତ ଦ୍ରୁତଗତିରେ ସେହି ବାଟ ଦେଇ ଅତିକ୍ରମ କରୁଥିଲା। ଟ୍ରେନ୍‌ର ସିଧାସଳଖ ଧକ୍କା ଏତେ ଭୟଙ୍କର ଥିଲା ଯେ ୪ ଜଣ ଛାତ୍ରଙ୍କର ଘଟଣାସ୍ଥଳରେ ହିଁ ପ୍ରାଣ ଚାଲିଯାଇଥିଲା।

ଦୁର୍ଘଟଣାର ଖବର ପାଇବା ମାତ୍ରେ ସ୍ଥାନୀୟ ପୁଲିସ, ସରକାରୀ ରେଳବାଇ ପୁଲିସ ଏବଂ ରେଳବାଇର ଉଚ୍ଚାଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ। ଗୁରୁତର ଆହତ ସଲମନ ରାଜୁଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତଦେହଗୁଡ଼ିକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ତେବେ ହଷ୍ଟେଲଠାରୁ ପ୍ରାୟ ୪ ରୁ ୫ କିଲୋମିଟର ଦୂରରେ ଥିବା ରେଳ ଧାରଣା ନିକଟକୁ ଏହି ଛାତ୍ରମାନେ କାହିଁକି ଏବଂ କେଉଁ ପରିସ୍ଥିତିରେ ଯାଇଥିଲେ, ତାହାକୁ ନେଇ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେମାନେ ମାଛ ଧରିବାକୁ କିମ୍ବା ଅନ୍ୟ କୌଣସି କାରଣରୁ ସେଠାକୁ ଯାଇଥିଲେ କି ନାହିଁ, ସେ ନେଇ ସରକାରୀ ରେଳବାଇ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ତଦନ୍ତ ପ୍ରକ୍ରିୟା ଶେଷ ହେବା ପରେ ହିଁ ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଏହି ଦୁଃଖଦ ଘଟଣା ପରେ ହଷ୍ଟେଲ ପରିସର ଓ ଡାମାରା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଆନ୍ଧ୍ରପ୍ରଦେଶ ରାଜ୍ୟରାଣୀ ଏକ୍ସପ୍ରେସ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଖାଦ୍ୟ ବିଷାକ୍ତ କାରଣରୁ ୮୪ ସୀମା ସୁରକ୍ଷା ବଳ ଯବାନ ହସ୍ପିଟାଲରେ ଭର୍ତ୍ତି

October 15, 2026

ସର୍ବସାଧାରଣ ସ୍ଥାନରେ ଫୁଟିପାରିବ ନାହିଁ ବାଣ: ବମ୍ବେ ହାଇକୋର୍ଟ

October 15, 2026

ଆନ୍ତର୍ଜାତିକ ଫିଲ୍ମ ଉତ୍ସବ ଲାଗି ମିଡିଆ ଅଧିସ୍ୱୀକୃତି ସମୟ ସୀମା ବୃଦ୍ଧି

October 15, 2026

ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ ‘ସୁରଭି-୨୦୨୬’ ଉଦଯାପିତ

October 15, 2026
Latest News

ଖାଦ୍ୟ ବିଷାକ୍ତ କାରଣରୁ ୮୪ ସୀମା ସୁରକ୍ଷା ବଳ ଯବାନ ହସ୍ପିଟାଲରେ ଭର୍ତ୍ତି

October 15, 2026

ସର୍ବସାଧାରଣ ସ୍ଥାନରେ ଫୁଟିପାରିବ ନାହିଁ ବାଣ: ବମ୍ବେ ହାଇକୋର୍ଟ

October 15, 2026

ଆନ୍ତର୍ଜାତିକ ଫିଲ୍ମ ଉତ୍ସବ ଲାଗି ମିଡିଆ ଅଧିସ୍ୱୀକୃତି ସମୟ ସୀମା ବୃଦ୍ଧି

October 15, 2026

ଲୋକଭବନରେ ୧୪୪ଟି ଆବାସିକ କ୍ୱାର୍ଟର୍ସ ନିର୍ମାଣ ପାଇଁ ରାଜ୍ୟପାଳଙ୍କ ଭିତ୍ତିପ୍ରସ୍ତର ସ୍ଥାପନ

October 15, 2026

ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ ‘ସୁରଭି-୨୦୨୬’ ଉଦଯାପିତ

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.