ପାକିସ୍ତାନ ନିଜର କରାଚୀ ଆକାଶପଥକୁ ଆଂଶିକ ବନ୍ଦ କରିଛି । ଆଗାମୀ ତିନି ଦିନ ଯାଏଁ କରାଚୀ ଆକାମାର୍ଗକୁ ବନ୍ଦ କରିଛନ୍ତି ପାକିସ୍ତାନ ସରକାର । ଏହି ପଥରେ କୌଣସି ବି ଦେଶର ବିମାନ ଉଡ଼ିପାରିବ ନାହିଁ । ବୈଷୟିକ ତ୍ରୁଟି ଯୋଗୁଁ କରାଚୀ ଆକାଶପଥରେ କୌଣସି ଦେଶର ବିମାନକୁ ଉଡ଼ିବାକୁ ଅନୁମତି ମିଳିବ ନାହିଁ ବୋଲି ବିମାନ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି । ଆସନ୍ତା ୩୧ ଯାଏ ଆକାଶପଥ ବନ୍ଦ ରହିବ । ପୂର୍ବରୁ ପାକିସ୍ତାନ ଆକାଶପଥ ବନ୍ଦ କରିବାକୁ ଯୋଜନା କରୁଥିଲା ବୋଲି ସୂଚନା ରହିଥିଲା ।